Categories: ଟେକ୍

ସାଓମିର ଏହି ତିନିଟି ସ୍ମାର୍ଟଫୋନ ହେଲା ଶସ୍ତା, ଜାଣନ୍ତୁ କେତେ ଥିଲା ଏବଂ କେତେ ହେଲା

ନୂଆଦିଲ୍ଲୀ : ଚାଇନା କମ୍ପାନି ସାଓମିର ଇଣ୍ଡିଆ ଡାଇରେକ୍ଟର ମନୁ କୁମାର ଜେନ୍ ଟ୍ବିଟର ଜରିଆରେ ତିନିଟି ସ୍ମାର୍ଟଫୋନର ମୂଲ୍ଯ ହ୍ରାସ ବିଷୟରେ ସୂଚନା ପ୍ରଦାନ କରିଛନ୍ତି। କମ୍ପାନିର ତିନିଟି ପପୁଲାର ସ୍ମାର୍ଟଫୋନ୍ ରେଡ଼ମି ୱାଇ୨, ରେଡ଼ମି ନୋଟ ପ୍ରୋ ଏବଂ ଏମଆଇ ଏ୨ର ମୂଲ୍ଯରେ ୧୦୦୦ଟଙ୍କା କମ କରାଯାଇଛି। ଆସନ୍ତୁ ଜାଣିବା କଣ ରହିଛି ସଂପୂର୍ଣ୍ଣ ଖବର।

-କମ୍ପାନି ସେଲ୍ଫି ସେଣ୍ଟ୍ରିକ୍ ରେଡ଼ମି ୱାଇ୨ର ମୂଲ୍ଯ ୧୦୦୦ ଟଙ୍କା କମ ହୋଇଛି । ପୂର୍ବେ ଏହାର ମୂଲ୍ଯ ୧୨,୯୯୯ଟଙ୍କା ରହିଥିବା ବେଳେ ଏବେ ରହିଛି ୧୧,୯୯୯ ଟଙ୍କା। ଏହି ସ୍ମାର୍ଟଫୋନରେ ୪ଜିବି ରାମ୍ ଏବଂ ୬୪ ଜିବି ଇଣ୍ଟରନାଲ ଷ୍ଟୋରେଜ୍ ରହିଛି।

-ରେଡ଼ମି ନୋଟ ପ୍ରୋ ସ୍ମାର୍ଟଫୋନକୁ PCBA ସପୋର୍ଟ ଚାର୍ଜ ବଢ଼ିବା କାରଣରୁ ଏହାକୁ ୧୪,୯୯୯ଟଙ୍କାରେ ବିକ୍ରି କରାଯାଉଥିଲା। ସେହିପରି ରେଡ଼ମି ୪/୬୪ ଜିବି ଷ୍ଟୋରେଜକୁ ୧୩,୯୯୯ରେ ବିକ୍ରି କରାଯାଉଛି। ଏହି ସ୍ମାର୍ଟଫୋନର ୬/୬୪ ଜିବି ରାମ୍ ବିଶିଷ୍ଟ ବ୍ଯରିଏଣ୍ଟର ମୂଲ୍ଯ ଏବେ ୧୫,୯୯୯ ଟଙ୍କା ଥିବା ବେଳେ ପୂର୍ବେ ତାହାକୁ ୧୬,୯୯୯ ଟଙ୍କାରେ ବିକ୍ରି କରାଯାଉଥିଲା।

-ଏମଆଇ ଏ୨ର ମୂଲ୍ଯ ହ୍ରାସ ପାଇବା ସହ ଏହାର ୪/୬୪ ଜିବି ଷ୍ଟୋରେଜ୍ ସ୍ମାର୍ଟଫୋନ୍ ୧୫,୯୯୯ ଟଙ୍କାରେ ଉପଲବ୍ଧ ରହିଛି। ସେହିଭଳି ଏହାର ୬/୧୨୮ ଜିବି ବ୍ଯାରିଏଣ୍ଟ ମୋବାଇଲର ମୂଲ୍ଯ ୧୮,୯୯୯ଟଙ୍କା ରହିଛି।

KNews Bureau

Recent Posts

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

3 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

20 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

34 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

47 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

48 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago