ରିଲାଏନ୍ସ ଜିଓ ଦେଉଛି ମାଗଣା 4GB ଡାଟା

IPL ସିଜିନ କୁ ଧ୍ୟାନରେ ରଖି ଜିଓ ଆଣିଛି ବଢିଆ ଅଫର, ମ୍ୟାଚ୍ ଦେଖିବାପାଇଁ ଜିଓ ଦେଉଛି ମାଗଣା 4GB ଡାଟା । ରିଲାଏନ୍ସ ଜିଓ ଏହାର ଗ୍ରାହକ ମାନଙ୍କ ପାଇଁ ୬୧ ଟଙ୍କାରେ ଡାଟା ବୁଷ୍ଟର୍ ପ୍ଲାନ୍‌ ବାହାର କରିଛି । ଏଥିରେ ମୋଟ ରୂପେ ୧୦ ଜିବି ଡାଟା ପ୍ରଦାନ କରାଯିବ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପ୍ଲାନ୍‌ରେ କେବଳ ୬ ଜିବି ଡାଟା ମିଳୁଥିଲା । ଏହାର ଅର୍ଥ ବର୍ତ୍ତମାନ ଗ୍ରାହକମାନେ ଆହୁରି ୪ଜିବି ଡାଟା ମାଗଣାରେ ପାଇବେ ।

ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଆଣିଛି ଗ୍ରାହକଙ୍କ ପାଇଁ ଏକ ଖୁସି ଖବର । ଏବେ ୟୁଜର୍ସଙ୍କୁ ଅତିରିକ୍ତ ଡାଟା ଦେବ ରିଲାଏନ୍ସ ଜିଓ । ଏହା ସହିତ ଜିଓ ସିମ୍ କାର୍ଡ ବ୍ୟବହାରକାରୀଙ୍କୁ ମଧ୍ୟ ଫାଇଦା ମିଳିବ । ସୂଚନା ଅନୁସାରେ ଆଇପିଏଲ୍ ମ୍ୟାଚ୍ ଖୁବ ଶୀଘ୍ର ଶେଷ ହେବ, ଏହାକୁ ଧ୍ୟାନରେ ରଖି ରିଲାଏନ୍ସ ଜିଓ ଏହି ଅତିରିକ୍ତ ଡାଟା ସୁବିଧା ପ୍ରଦାନ କରିଛି । ଏମିତିରେ ଆପଣ ଆଇପିଏଲ୍ ମ୍ୟାଚ୍‌କୁ ଭଲ କରି ଦେଖିପାରିବେ । ଏବେ ଜାଣନ୍ତୁ ଏହି ପ୍ୟାକ ସମ୍ପର୍କ ରେ…

ରିଲାଏନ୍ସ ଜିଓ ଏହାର ଗ୍ରାହକ ମାନଙ୍କ ପାଇଁ ୬୧ ଟଙ୍କାରେ ଡାଟା ବୁଷ୍ଟର୍ ପ୍ଲାନ୍‌ ବାହାର କରିଛି । ଏଥିରେ ମୋଟ ରୂପେ ୧୦ ଜିବି ଡାଟା ପ୍ରଦାନ କରାଯିବ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପ୍ଲାନ୍‌ରେ କେବଳ ୬ ଜିବି ଡାଟା ମିଳୁଥିଲା । ଏହାର ଅର୍ଥ ବର୍ତ୍ତମାନ ଗ୍ରାହକମାନେ ଆହୁରି ୪ଜିବି ଡାଟା ମାଗଣାରେ ପାଇବେ । କମ୍ପାନୀ ଏହାର ଅଫିସିଆଲ୍ ୱେବସାଇଟରେ ଏହା ପ୍ରକାଶ କରିଛି । ଆପଣ ଚାହିଁଲେ ଚେକ କରି ଏହାର ଫାଇଦା ଉଠାଇପାରିବେ ।

କିନ୍ତୁ ଜିଓ ଗ୍ରାହକମାନେ ଏହି ପ୍ଲାନ୍‌ ସହିତ ରିଚାର୍ଜ କରିବା ପୂର୍ବରୁ ଗୋଟିଏ କଥା ଜାଣିବା ଜରୁରୀ । ଏହା କେବଳ ଡାଟା ବୁଷ୍ଟର୍ ପ୍ଲାନ୍‌ । ଏହାର ଅର୍ଥ ଆପଣଙ୍କର ଜିଓ ସିମ୍ ଉପରେ ଆପଣଙ୍କର ଏକ ରିଚାର୍ଜ ପ୍ଲାନ୍‌ ଥିବା ଆବଶ୍ୟକ । ମାନେ ଏକ ମାସ କିମ୍ବା ଅଧିକ ବୈଧତା ସହିତ ରିଚାର୍ଜ ପ୍ଲାନ୍‌ ଥିବା ଆବଶ୍ୟକ । ଯଦି ଆପଣଙ୍କର ଏହି ପ୍ଲାନ୍‌ରେ ପ୍ରତିଦିନ ଡାଟା ସରିଯାଉଛି ତେବେ ଡାଟା ବୁଷ୍ଟର୍ ଯୋଜନା ଅଧୀନରେ ୬୧ ଟଙ୍କା ରିଚାର୍ଜ ହୋଇପାରିବ । ଏହାପରେ ୧୦ ଜିବି ଡାଟା ଆପଣଙ୍କୁ ମିଳିବ ।

ଅନ୍ୟ ପକ୍ଷରେ ରିଲାଏନ୍ସ ଜିଓ ୧୫ ଟଙ୍କା ପ୍ୟାକ୍ ମଧ୍ୟ ଦେଉଛି । ଏହି ପ୍ଲାନ୍‌ ଅଧୀନରେ ୧ ଜିବି ଡାଟା ଆସିବ । ସମାନ ଭାବରେ ୨୫ ଟଙ୍କା ପ୍ଲାନ୍‌ରେ ଆପଣ ୨ ଜିବି ଡାଟା ପାଇପାରିବେ । ଏହାସହ ୬୧ ଟଙ୍କା ପ୍ଲାନ୍‌ ରେ ୧୦ ଜିବି ଡାଟା ପାଇବେ । ସେହିପରି ୧୨୧ ଟଙ୍କା ପ୍ଲାନ୍‌ରେ ଆପଣ ୧୨ ଜିବି GB ଡାଟା ପାଇପାରିବେ । ୨୨୨ ଟଙ୍କା ପ୍ଲାନ୍‌ରେ ୫୦ ଜିବି ଡାଟା ମିଳିବ । ଏହିପରି ରିଲାଏନ୍ସ ଜିଓ ଗ୍ରାହକଙ୍କ ପାଇଁ ବିଭିନ୍ନ ପ୍ଲାନ୍‌ ଉପଲବ୍ଧ ରହିଛି । ଆପଣଙ୍କର ଆବଶ୍ୟକତା ଅନୁଯାୟୀ ନିଜ ପସନ୍ଦର ଡାଟା ପ୍ଲାନ୍ ରିଚାର୍ଜ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.