OnePlus 6T ସହ Jioର ଧମାକା , ସ୍ମାର୍ଟଫୋନରେ ମିଳିବ ୫,୪୦୦ ପର୍ଯ୍ଯନ୍ତ କ୍ୟାସବ୍ୟାକ୍

ନୂଆଦିଳ୍ଲୀ : ନିକଟରେ ଚାଇନା କମ୍ପାନି ୱାନପ୍ଲସ ନ୍ୟୁୟର୍କରେ ଅନୁଷ୍ଠିତ ଏକ ଇଭେଣ୍ଟରେ ଲଞ୍ଚ କରିଛି ବହୁ ଦିନରୁ ଅପେକ୍ଷାରେ ଥିବା OnePlus 6T ସ୍ମାର୍ଟଫୋନ୍। ତେବେ OnePlus 6Tରେ ଜିଓ ଦେଉଛି ଧମାକେଦାର କ୍ୟାସବ୍ୟାକ୍ ଅଫର। OnePlus 6Tର ନୂଆ ସ୍ମାର୍ଟଫୋନ ସହ Jio-OnePluse 6T ଅନଲକ୍ ଦ ସ୍ପିଡ଼୍ ଅଫର ଆଣିଛି। ଏଥିରେ ଗ୍ରାହକ ୫,୪୦୦ଟଙ୍କା ପର‌୍ୟ୍ୟନ୍ତ କ୍ୟାସବ୍ୟାକ୍ ପାଇପାରିବେ। ଜାଣନ୍ତୁ କିପରି ଉଠାଇବେ ଏହାର ଫାଇଦା।

Jio-OnePluse 6T ଅନଲକ୍ ଦ ସ୍ପିଡ଼୍ ଅଫରରେ ଗ୍ରାହକଙ୍କୁ ୨୯୯ ଟଙ୍କାର ପ୍ରଥମ ପ୍ରିପେଡ଼୍ ରିଚାର୍ଜ କରିବାକୁ ପଡ଼ିବ। ଯାହାପରେ ତୁରନ୍ତ ୫,୪୦୦୦ଟଙ୍କାର କ୍ୟାସବ୍ୟାକ୍ ମିଳିବ। ମାଇ ଜିଓ ଆପରେ ଏହି କ୍ୟାସବ୍ୟାକ୍ ଭାଉଚର ଭାବେ ଉପଲବ୍ଧ ରହିଛି। ଯେଉଁଥିରେ ୧୫୦ ଟଙ୍କାର ୩୬ଟି ଭାଉଚର ଗ୍ରାହକ ପାଇପାରିବେ। ଏହି ଅଫର OnePlus 6T ସ୍ମାର୍ଟଫୋନ୍ କିଣୁଥିବା ଜିଓର ନୂଆ ଏବଂ ପୁରୁଣା ସମସ୍ତ ସବସ୍ରାଇବର ମାନଙ୍କ ପାଇଁ ରହିଛି।

jio ..

ଗ୍ରାହକ ଜିଓର ଅଫିସିଆଲ ୱେବସାଇଟ, ରିଲାଏନ୍ସର ଡ଼ିଜିଟାଲ ଷ୍ଟୋର, ମାଇଜିଓ ଷ୍ଟୋର୍ସ, ଜିଓ ରିଟେର୍ଲ୍ସରେ ୨୯୯ର ପ୍ରଥମ ପ୍ରିପେଟ ରିଚାର୍ଜ କରିବା ସହ ଏହି ଅଫରର ମଧ୍ୟ ଲାଭ ଉଠାଇପାରିବେ।

ତେବେ OnePlus 6T ସ୍ମାର୍ଟଫୋନ୍ ୩୦ ଅକ୍ଟୋବର ରାତି ୮:୩୦ରେ ଭାରତରେ ଲଞ୍ଚ ହେବାକୁ ଯାଉଛି। ସମସ୍ତ ଅନଲାଇନ୍ ଏବଂ ଅଫଲାଇନ୍ ଷ୍ଟୋରରେ ଏହା ଉପଲବ୍ଧ ହେବା ସହ ଏହାର ବିକ୍ରି ନଭେମ୍ବର ୨ ତାରିଖରୁ ଆରମ୍ଭ ହେବ। ଏହି ସ୍ମାର୍ଟଫୋନ୍ ରିଲାଏନ୍ସ ଡ଼ିଜିଟାଲରେ ମଧ୍ୟ ଉପଲବ୍ଧ ରହିବ।