ଟେକ୍

ଜିଓ ୟୁଜର୍ସଙ୍କୁ ବଡ଼ ସୂଚନା, ଏବେ ଏହିସବୁ ଫ୍ରି ପ୍ରିପେଡ଼ ପ୍ଲାନର ଆଉ ଉଠାଇପାରିବେ ନାହିଁ ଲାଭ

ରିଲାଏନ୍ସ ଜିଓ ଏହିପରି ଅନେକ ଯୋଜନା ଅନେକ ଯୋଜନା ଅଫର କରିଥାଏ ଯାହା ମୁଖ୍ୟ ସେବା ସହିତ ମାଗଣା OTT ଲାଭ ଉଠାଇବାର ମୌକା ଦିଏ। ଯଦି ଆପଣ ଜଣେ ଜିଓ ୟୁଜର୍ସ, ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କମ୍ପାନୀ ଏହାର ୧୨ ଟି ଫ୍ରି ଓଟିଟି ସବସ୍କ୍ରିପସନ୍ ଯୋଜନାକୁ ବନ୍ଦ କରିଦେଇଛି।

ରିଲାଏନ୍ସ ଜିଓ ହେଉଛି ଦେଶର ଏକ ନମ୍ବର ଘରୋଇ ଟେଲିକମ୍ କମ୍ପାନୀ। ଦେଶର ଅଧିକାଂଶ ଲୋକ ଏହି କମ୍ପାନୀର ଉପଭୋକ୍ତା ଓ ଏହାର ଲୋକପ୍ରିୟତାର କାରଣ ହେଉଛି ଏହାର ଶସ୍ତା ପ୍ୟାକ ରେ ବଢ଼ିଆ ବେନିଫିଟ୍ସ

ଜିଓ ସର୍ବଦା ଏପରି ଯୋଜନା ପ୍ରଦାନ କରେ ଯାହା କମ୍ ମୂଲ୍ୟରେ ସର୍ବାଧିକ ଲାଭ ଦେଇପାରେ। ଜିଓର ଅନ୍ୟ ଏକ ଫିଚର ହେଉଛି କମ୍ପାନୀର ଯୋଜନା ଯାହା ମାଗଣା ଓଟିଟି ସବସ୍କ୍ରିପସନ୍ ସହିତ unlimited କଲିଂ ଏବଂ ଡାଟା ଭଳି ସୁବିଧା ପ୍ରଦାନ କରେ। ଆଜି ଆମେ ଆପଣଙ୍କୁ ଜିଓର ସେହି ୧୨ ଟି ଫ୍ରି ଓଟିଟି ସଦସ୍ୟତା ଯୋଜନା ବିଷୟରେ କହିବାକୁ ଯାଉଛୁ, ଯାହାକି ବର୍ତ୍ତମାନ କମ୍ପାନୀ ବନ୍ଦ କରିଦେଇଛି।

ଜିଓ ୟୁଜର୍ସଙ୍କୁ ଏକ ବଡ଼ ଝଟକା। ରିଲାଏନ୍ସ ଜିଓ ୧୨ ଟି ଫ୍ରି ଯୋଜନା ବନ୍ଦ କରିଦେଇଛି ଯାହା ଅନ୍ୟାନ୍ୟ ସୁବିଧା ସହିତ ଡିଜନି + ହଟଷ୍ଟାର ମାଗଣା ସବସ୍କ୍ରିପସନ୍ ପ୍ରଦାନ କରିଥାଏ। ସମସ୍ତ ଯୋଜନା ହେଉଛି କମ୍ପାନୀର ପ୍ରିପେଡ୍ ଯୋଜନା ଓ ଏହା କାହିଁକି କରାଯାଇଛି ସେ ସମ୍ବନ୍ଧରେ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ।

ରିଲାଏନ୍ସ ଜିଓ ହଠାତ୍ ଏହାର ୧୨ ଟି ଫ୍ରି ପ୍ରିପେଡ୍ ଯୋଜନାକୁ ବନ୍ଦ କରିଦେଇଛି ଯେଉଁଥିରେ ଡିଜନି + ହଟଷ୍ଟାର୍ ମାଗଣା ସବସ୍କ୍ରିପସନ୍ ଥିଲା। ଏହି ଯୋଜନାଗୁଡିକ କମ୍ପାନୀର ୱେବସାଇଟ୍ କିମ୍ବା ଆପରେ ଆଉ ଦେଖାଯାଇପାରିବ ନାହିଁ। ଚାଲନ୍ତୁ ଏହି ନିରନ୍ତର ଯୋଜନାଗୁଡ଼ିକର ତାଲିକା ଉପରେ ନଜର ପକାଇବା।

– ୧୫୧ ଟଙ୍କା : ଡିଜନି + ହଟଷ୍ଟାର ଡାଟା ଆଡ୍-ଅନ୍ ପ୍ୟାକ୍
-ଜିଓର ୩୩୩ ଟଙ୍କା: ଡିଜନି + ହଟଷ୍ଟାର ରିଚାର୍ଜ ଯୋଜନା
– ୪୯୯ ଟଙ୍କା: ଜିଓ ପ୍ରିପେଡ୍ ଯୋଜନା
-୫୫୫ ଟଙ୍କା : ଆଡ୍-ଅନ୍ ରିଚାର୍ଜ ଯୋଜନା
-ଜିଓର ୫୮୩ ଟଙ୍କା ପ୍ଲାନ
-୬୦୧ ଟଙ୍କା ରିଚାର୍ଜ ଯୋଜନା ପ୍ଲାନ
-ଜିଓର ୭୮୩ ଟଙ୍କାପ୍ଲାନ
– ୭୯୯ ଟଙ୍କା : ଡିଜନି + ହଟଷ୍ଟାର ସବସ୍କ୍ରିପସନ୍ ଯୋଜନା
-ପ୍ରିପେଡ୍ ପ୍ଲାନ ୧୦୬୬ ଟଙ୍କା।
-ଜିଓ ପ୍ଲାନ ୨୯୯୯ ଟଙ୍କା
– ଜିଓ ପ୍ଲାନ ୩୧୧୯ ଟଙ୍କା

ଏବେ ଏହି ପ୍ଲାନରେ ଡିଜନି + ହଟଷ୍ଟାର ଅଫର ଉପଲବ୍‌ଧ ହେବ। ୧,୪୯୯ ଟଙ୍କା ମୂଲ୍ୟର ପ୍ରିପେଡ୍ ଯୋଜନା ଜିଓର ୱେବସାଇଟରେ ଉପଲବ୍ଧ, ଯାହା ଦୈନିକ ୨ ଜିବି ଡାଟା, unlimted ଭଏସ୍ କଲିଂ ଓ ୧୦୦ଟି SMSର ଲାଭ ସହିତ ଆସିଥାଏ, ଯାହାର ବୈଧତା ୮୪ ଦିନ।

ଜିଓର ୪,୧୯୯ ଟଙ୍କା ଯୋଜନା ମଧ୍ୟ ଯେଉଁଥିରେ ୩୬୫ ଦିନ ପାଇଁ ୩ଜିବି ଡାଟା ଯେକୌଣସି ନେଟୱାର୍କରେ unlimited କଲିଂ ଓ ପ୍ରତିଦିନ ୧୦୦ ଏସଏମଏସ ଯୋଗାଇ ଦିଆଯାଉଛି। ଏହି ଦୁଇଟି ଯୋଜନା ଏକ ବର୍ଷର ଡିଜନି + ହଟଷ୍ଟାର ସବସ୍କ୍ରିପସନ୍ ସହିତ ଆସିଥାଏ।

D Sonali

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

31 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

46 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago