ମାତ୍ର ୬୯୯ ରେ ମିଳିବ ରିଲାଏନ୍ସ ଜିଓ ଭାରତ 4G ଫୋନ୍, ଏହା ସହ ଫ୍ରି ମିଳିବ ୧୨୩ ଟଙ୍କାର ପ୍ଲାନ

ଫେଷ୍ଟିଭ ସିଜିନ୍ ଅର୍ଥାତ ଦିୱାଲୀ ପୂର୍ବରୁ ରିଲାଏନ୍ସ ଜିଓ କ୍ରମାଗତ ଭାବରେ ନିଜ ୟୁଜର୍ସଙ୍କ ପାଇଁ ନୂଆ ନୂଆ ଅଫର ଏବଂ ଡ଼ିସକାଉଣ୍ଟ ଆଣିଥାଏ । ରିଲାଏନ୍ସ ଜିଓ ଦ୍ୱାରା ରିଚାର୍ଜ ପ୍ଲାନରେ ଅନେକ ପ୍ରକାରର ଉପହାର ସୁବିଧା ଘୋଷଣା କରାଯାଇଥିଲା, ବର୍ତ୍ତମାନ କମ୍ପାନୀ ନିଜ ୟୁଜର୍ସଙ୍କ ପାଇଁ ଅନ୍ୟ ଏକ ଅଫର ନେଇ ଆସିଛି । ରିଲାଏନ୍ସ ଜିଓ ଏକ ନୂଆ ଦିୱାଲୀ ଅଫର ଲଞ୍ଚ କରିଛି । ଜିଓର ନୂତନ ଅଫର ବିଷୟରେ ସବୁଠାରୁ ବିଶେଷ କଥା ହେଉଛି କମ୍ପାନୀ ଗ୍ରାହକଙ୍କୁ ମାତ୍ର ୬୯୯ ଟଙ୍କାରେ ମୋବାଇଲ୍ ଫୋନ୍ କିଣିବାର ସୁଯୋଗ ଦେଉଛି ।

ଜିଓର ଲାଟେଷ୍ଟ ଦିୱାଲୀ ଅଫରରେ କେବଳ ମୋବାଇଲ୍ ଫୋନ୍ ଶସ୍ତା ମୂଲ୍ୟରେ ଦିଆଯାଉ ନାହିଁ ବରଂ ମୋବାଇଲ୍ ସହିତ ଗ୍ରାହକଙ୍କୁ ମାସିକ ରିଚାର୍ଜ ପ୍ଲାନ ମଧ୍ୟ ଦିଆଯାଉଛି । ଜିଓର ଉଭୟ ଅଫର୍ ସୀମିତ ସମୟ ପାଇଁ । ତେବେ ଆସନ୍ତୁ ଏହା ବିଷୟରେ ବିସ୍ତୃତ ଭାବରେ ଜାଣିବା । ଦୀପାବଳି ପାଇଁ ଆଉ ମାତ୍ର କିଛି ଦିନ ବାକି ଅଛି । ଦିୱାଲୀ ପୂର୍ବରୁ ଜିଓ ଏକ ବଡ ଧମାକା କରିବାକୁ ଯାଉଛି । ଜିଓ ଭାରତ 4G ଫୋନକୁ ମାତ୍ର ୬୯୯ ଟଙ୍କାରେ କିଣିବା ପାଇଁ କମ୍ପାନୀ ଏହାର କୋଟି ଗ୍ରାହକଙ୍କୁ ବମ୍ପର ଅଫର ଦେଉଛି ।

ଆପଣଙ୍କୁ କହି ରଖୁଛୁ ଯେ ଯଦି ଆପଣ ଅଫର ପରେ ଏହି ଫୋନ୍ କିଣନ୍ତି, ତେବେ ଆପଣଙ୍କୁ ଏଥିପାଇଁ ୯୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଜିଓ ଶସ୍ତା ମୂଲ୍ୟରେ 4G ଫୋନ୍ ପ୍ରଦାନ କରି ଭାରତକୁ 2G ମୁକ୍ତ କରିବା ଦିଗରେ ପଦକ୍ଷେପ ନେଉଛି । ଯଦି ଆପଣ ଜିଓ ଭାରତ 4G ଫୋନ୍ କିଣୁଛନ୍ତି, ତେବେ ଆପଣଙ୍କୁ ମାସିକ ୧୨୩ ଟଙ୍କା ରିଚାର୍ଜ ପ୍ଲାନ ମିଳିବ । ଏଥିରେ, ଆପଣଙ୍କୁ ଯେକୌଣସି ନେଟୱାର୍କରେ ଅନଲିମିଟେଡ୍ ଫ୍ରି କଲିଂର ସୁବିଧା ଦିଆଯାଇଛି । ଏହା ବ୍ୟତୀତ, ପ୍ରତ୍ୟେକ ମାସରେ ଆପଣଙ୍କୁ ଏହି ପ୍ଲାନରେ ୧୪ ଜିବି ଡାଟା ଦିଆଯାଉଛି ।

ଜିଓର ଏହି ରିଚାର୍ଜ ୪୫୫ ରୁ ଅଧିକ ଲାଇଭ ଟିଭି ଚ୍ୟାନେଲ ସହିତ ଆସିଥାଏ । ଜିଓ ଭାରତ 4G ଫିଚର୍ ଫୋନ୍ ଅନେକ ବଢିଆ ଫିଚର୍ସ ସହିତ ଆସିଥାଏ । ଏହି ଫୋନରେ QR କୋଡ୍ ସ୍କାନ କରିବାର ଫିଚର୍ ମଧ୍ୟ ଅଛି । ଏହା ସାହାଯ୍ୟରେ ଆପଣ ଅନଲାଇନ୍ ପେମେଣ୍ଟ୍ ମଧ୍ୟ କରିପାରିବେ । ଏହା ବ୍ୟତୀତ ଆପଣଙ୍କୁ ଗ୍ରୁପ୍ ଚାଟ୍, ଭିଡିଓ ସେୟାରିଂ, ଫଟୋ ଏବଂ ମେସେଜିଂର ସୁବିଧା ମଧ୍ୟ ଦିଆଯାଇଛି । ଏଥିରେ ଆପଣ ୨. ୮ ଇଞ୍ଚ ଡିସପ୍ଲେ ପାଇବ । ଏଥିରେ ଆପଣଙ୍କୁ ୩.୫ ମିମି ଅଡିଓ ଜ୍ୟାକ୍ ଦିଆଯାଇଛି । ଏହା ବ୍ୟତୀତ ଫୋନରେ ଟର୍ଚ୍ଚ, ଏଫଏମ ରେଡିଓ, କ୍ୟାମେରା ଭଳି ଫିଚର୍ସ ମଧ୍ୟ ଉପଲବ୍ଧ ।