ଦୀପାବଳି ସୁଦ୍ଧା ସବୁଠାରୁ ଶସ୍ତା 5G ସ୍ମାର୍ଟଫୋନ ଆଣୁଛି ରିଲାଏନ୍ସ Jio! ଏବେଠୁ ଜାଣି ନିଅନ୍ତୁ ଫିଚର୍ସ…

ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର। ଏକ ମିଡିଆ ଖବର ମୁତାବକ, ରିଲାଏନ୍ସ ଜିଓ ନିଜର 5G ଫୋନକୁ ଚଳିତ ବର୍ଷ ଦୀପାବଳିରେ ଲଞ୍ଚ୍‌ କରିପାରେ। ଏଥି ପୂର୍ବରୁ ଜିଓ ନିଜର 4G ଫୋନ୍‌ ‘ଜିଓଫୋନ୍‌ ନେକ୍ସଟ୍‌’ ଗତବର୍ଷ ଦୀପାବଳିରେ ଆଣିଥିଲା। Jio Phone 5Gକୁ ଏହି ବର୍ଷ ଶେଷ ସୁଦ୍ଧା ଲଞ୍ଚ୍‌ କରାଯିବା ନେଇ ଆଶା ରହିଛି।

ଏତିକି ହେବ ଦାମ୍‌!

Jio Phone 5Gର ଦାମ୍‌ ପାଖାପାଖି ୧୨,୦୦୦ ଟଙ୍କା ହୋଇପାରେ। ଯଦିଓ ଅନ୍ୟ ଏକ ରିପୋର୍ଟ ଦାବି କରିଛି ଯେ 5G ଫୋନର ଦାମ୍‌ ୨୫୦୦ ଟଙ୍କାରୁ କମ୍‌ ହୋଇପାରେ। କିନ୍ତୁ କହିବାକୁ ଗଲେ, Jio Phone 5G ଯେହେତୁ ଏକ ସ୍ମାର୍ଟଫୋନ, ତେଣୁ ଏହାର ଦାମ୍‌ ଏତେ କମ୍‌ ହୋଇପାରିବ ନାହିଁ। ଯଦି ଏହା ଏକ ଫିଚର ଫୋନ୍‌ ହୋଇ ଥାଆନ୍ତା, ତା’ ହେଲେ ଦାମ୍‌ ବହୁତ ଶସ୍ତା ହୋଇପାରି ଥାଆନ୍ତା।

ସମ୍ଭାବ୍ୟ ସ୍ପେସିଫିକେସନ

ଜିଓଫୋନ୍‌ ନେକ୍ସଟ୍‌ ଭଳି Jio Phone 5G ମଧ୍ୟ ବଣ୍ଡଲଡ୍‌ ଡାଟା ଏବଂ ଅନଲିମିଟେଡ୍‌ କଲିଙ୍ଗ୍‌ ବେନିଫିଟ୍ସ ସହିତ ଆସିବାର ସମ୍ଭାବନା ରହିଛି। ଫୋନର ଡିସ୍‌ପ୍ଲେ 6.5 ଇଞ୍ଚ HD+ IPS LCD ଡିସ୍‌ପ୍ଲେ ହୋଇପାରେ, ଯାହାର ରିଜୋଲ୍ୟୁସନ 1:600 x 720 ପିକ୍ସଲ ରହିବ।

ଏହା ମଧ୍ୟ ଆଶା କରାଯାଉଛି କି, ଫୋନ୍‌ରେ Snapdragon 480 5G SoC ସହିତ 4G RAM and 32GB ଷ୍ଟୋରେଜ୍‌ ରହିବ। ଫୋନରେ ରିୟର ଉପରେ ଏକ ଡୁଆଲ କ୍ୟାମେରା ସେଟ୍‌ଅପ ରହିବାର ସମ୍ଭାବନା ଅଛି, ଯେଉଁଥିରେ 13 ମେଗାପିକ୍ସଲର ଏକ ପ୍ରାଇମେରୀ ସେନ୍ସର ଏବଂ 2 ମେଗାପିକ୍ସଲର ମାକ୍ରୋ ଲେନ୍ସ ସାମିଲ ଅଛି। ସେହିପରି ସେଲ୍ଫି ପାଇଁ ଫ୍ରଣ୍ଟରେ 8 ମେଗାପିକ୍ସଲ ସେନ୍ସର ରହିପାରେ ବୋଲି ଆଶା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.