ରିଲାଏନ୍ସ ଜିଓ ଗ୍ରାହକଙ୍କ ପାଇଁ ଆଣିବ ଖୁସି ଖବର, ୧୫ ହଜାରରୁ କମ ଦାମରେ ବିକିବ JioBook ଷ୍ଟାଇଲିସ୍‌ ଲାପଟପ୍‌ , ଜାଣନ୍ତୁ କେବେଠୁ ଉଠାଇବେ ଫାଇଦା

ରିଲାଏନ୍ସ ଜିଓ ବହୁତ ଶୀଘ୍ର ଲଞ୍ଚ କରୁଛି ଲାପଟପ୍‌ ସେ ବି ପୁଣି ଖୁବ ଶସ୍ତାରେ। ଗ୍ରାହକଙ୍କ ପସନ୍ଦକୁ ଧ୍ୟାନରେ ରଖି ରିଲାଏନ୍ସ ତରଫରୁ ଏହି ସୁବିଧା ପ୍ରଦାନ କରାଯାଉଛି। ଖୁବ ଶୀଘ୍ର କମ ଦାମରେ ୟୁଜର୍ସଙ୍କୁ ବେଷ୍ଟ ଲାପଟପ ଦେବାର ଯୋଜନା ବନାଇଛି ଜିଓ କମ୍ପାନୀ।

ଜିଓ ବହୁତ ଜଲଦି ୧୫ ହଜାର ଟଙ୍କାରୁ କମ ଦାମରେ ଧମାକାଦାର ଲାପଟପ ଲଞ୍ଚ କରିବାକୁ ଯାଉଛି। ଲଞ୍ଚ ଡେଟର ଘୋଷଣା ମଧ୍ୟ କରା ହୋଇସାରିଛି। ଯଦି ଆପଣ ବି କମ ଦାମରେ ଏହି ସୁଯୋଗର ଫାଇଦା ଉଠାଇବାକୁ ଚାହୁଁଛନ୍ତଚି ତେବେ ଆଉ ଡେରି କରନ୍ତୁ ନାହିଁ।
ସୂଚନା ଅନୁଯାୟୀ ଏହି ଲାପଟପ ଖୁବ ଷ୍ଟାଇଲିସ୍‌ ରହିଛି। ଆସନ୍ତୁ ଜାଣିବା ଏହି ଲାପଟପର ଖାସିୟତ ସମ୍ପର୍କରେ..

ରିଲାଏନ୍ସ ଜିଓ ଏକ ନୂଆ ବଜେଟରେ ଲାପଟପ୍‌ ଲଞ୍ଚ କରିବାକୁ ଯାଉଛ ି । ଯେଉଁଥିରେ ବେଷ୍ଟ ଫିଚର୍ସ ମଧ୍ୟ ରଖାଯାଇଛି। ସୂଚନାରୁ ଜଣାପଡ଼ିଛି ଯେ ଏହା ଏଲଟିଇ କନେକ୍ଟିଭିଟି କୁ ସପୋର୍ଟ କରୁଛି। ଏବେ ଏକ ନୂଆ ରିପୋର୍ଟ ଅନୁସାରେ ୪ଜି ସପୋର୍ଟ କରୁଥିବା JioBook ନୋଟବୁକ ବଢ଼ିଆ ଦାମରେ ଲଞ୍ଚ ଟାଇମର ଘୋଷଣା କରିଛି। ଖବର ଅନୁଯାୟୀ ଭାରତୀୟ କମ୍ପାନୀ ଭାରତରେ ଜିଓ ଲାପଟପ କୁ ୧୫ ହଜାର ଟଙ୍କାରୁ ବି କମ ଦାମରେ ଲଞ୍ଚ କରୁଛି। ଏବେ ଜାଣନ୍ତୁ Reliance JioBook ସମ୍ପର୍କରେ..

ନୂଆ ଲାପଟପ୍‌ ମଡେଲର ନାମ ରହିଛି JioBook । ଯେଉଁଥିରେ ରିଲାଏନ୍ସ ଆଗାମୀ ନୋଟବୁକ ପାଇଁ କ୍ୱାଲାକମ ଓ ମାଇକ୍ରୋସଫ୍ଟ ସହିତ ହାତ ମିଶାଇଛି। କ୍ୱାଲାକମରେ ଏକ ଚିପ ରହିବ। ଯେଉଁଥିରେ ମାଇକ୍ରୋସଫ୍ଟ ରିଲାଏନ୍ସ ଜିଓ ବୁକ ରେ ଆପ୍ଲିକେସନ ପାଇଁ ସମର୍ଥନ କରିବ।

ବିଶେଷ ରୂପରେ ଜିଓ ଲାପଟପ ଚଳିତ ମାସ ଶେଷ ସୁଦ୍ଧ । ଏଣ୍ଟରପ୍ରାଇଜ ଗ୍ରାହକଙ୍କ ପାଇଁ ଲଞ୍ଚ କରାଯିବ। ଏହାପରେ ଲାପଟପ କୁ ଶିକ୍ଷଣିକ ଓ ସରକାରୀ ସଂସ୍ଥା ପାଇଁ ଉପଏବ୍ଧ କରାଯିବ। ଅନ୍ୟପକ୍ଷରେ ଜିଓବୁକ ଆଗାମୀ ୩ ମାସ ଭିତରେ ସମସ୍ତ ଗ୍ରାହକଙ୍କ ପାଇଁ ଉପଲବ୍ଧ କରାଇବ। ମାନେ ଡିଭାଇସ୍‌ ଚଳିତ ବର୍ଷ ଶେଷ ସୁଦ୍ଧା ଯେକୌଣସି ସମୟରେ ଲଞ୍ଚ ହେବ। ତେବେ ରିଲାଏନ୍ସ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟିକରରଣ କରାଯାଇନାହିଁ।

ଏବେ ଯାଏଁ ଏହାକୁ ଅନକମର୍ଫମଡ୍‌ ରିପୋର୍ଟ ହିସାବରେ ନିଆଯାଉଛି। ତେଣୁ ଅପେକ୍ଷା ରହିଛି କମ୍ପାନୀ ର ଅଫିସିଆଲ ସାଇଡରୁ ଏହାର ସ୍ପଷ୍ଟିକରଣ ସମ୍ପର୍କରେ ଜାଣିବାର.. ଖବର ଅନୁଯାୟୀ ଜିଓ ବୁକ ଭାରତରେ ଅନୁବନ୍ଧ ନିର୍ମାତା ଫ୍ଲେକ୍ସ ଦ୍ୱାରା ଜିଓ ସହିତ ସ୍ଥାନୀୟ ରୁପରେ ତିଆରି କରାଯିବ। ଯାହାର ଟାର୍ଗେଟ ଆସନ୍ତା ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ହାଜର ୟୁନିଟ ବିକିବାର ରହିଛି। ଏହା JioOS ଅପରେଟିଂ ସିଷ୍ଟମ ଦ୍ୱାରା ଚାଲିବ । ଆଉ ଏହାକୁ ଆପଣ Jio Storeରୁ ଡାଉନଲୋଡ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.