ଦାମରେ କମ୍‌ ଜିଓର ଏହି ଶସ୍ତା ପ୍ଲାନ, ପ୍ରତିଦିନ ମିଳିବ ୨.୫ଜିବି ଡାଟା ସହ ଧମାକେଦାର ଅଫର୍ସ

ଗ୍ରାହକ ମାନଙ୍କ ପାଇଁ ଖୁସି ଖବର। ଜିଓ ସିକ୍ରେଟଲୀ ଲଞ୍ଚ୍‌ କଲା ଦୁଇଟି ଧମାକେଦାର ପ୍ଲାନ୍ସ। ପ୍ଲାନର ଦାମ୍‌ ବହୁତ କମ୍‌। ଲଞ୍ଚ୍‌ ହୋଇଥିବା ଦୁଇଟି ପ୍ଲାନର ଦାମ୍‌ ୮୯୯ ଟଙ୍କା ଏବଂ ୩୪୯ ଟଙ୍କା। ଦୁଇଟି ପ୍ଲାନ୍‌ ମାଇଁ ଜିଓ ଆପ୍‌ , ଜିଓର ଅଫିସିଆଲ ୱେବସାଇଟ ଏବଂ ଅନ୍ୟ ପ୍ଲାଟଫର୍ମରେ ଉପଲବ୍ଧ ହୋଇସାରିଛି। ଏହି ପ୍ଲାନ ୯୦ ଦିନର ବୈଧତା ସହିତ ଆସିଥାଏ ଏବଂ ଅନଲିମିଟେଡ କଲିଙ୍ଗ ଏବଂ ୨.୫ଜିବି ଡାଟା ପ୍ରତିଦିନ ମିଳିଥାଏ। ତେବେ ଆସନ୍ତୁ ଜାଣିବା ପ୍ଲାନ୍ସ ବିଷୟରେ ଅଧିକ କିଛି ଡିଟେଲରେ।

ରିଲାଏନ୍ସ ଜିଓ ୩୪୯ ପ୍ରିପେଡ୍‌ ପ୍ଲାନ୍‌

ରିଲାଏନ୍ସ ଜିଓର ୩୪୯ ଟଙ୍କିଆ ପ୍ଲାନ୍‌ ୩୦ ଦିନର ବୈଧତା ସହିତ ଆସିଥଏ। ପ୍ଲାନରେ ପ୍ରତିଦିନ ୨.୫ଜିବି ଡାଟା ମିଳିଥାଏ। ଏହାବ୍ୟତୀତ ଅନଲିମିଟେଡ କଲିଙ୍ଗ ଏବଂ ପ୍ରତିଦିନ ୧୦୦ ଏସଏମଏସ ମିଳିଥାଏ। ପ୍ଲାନରେ ୭୫ଜିବି ଡାଟା ବି ମିଳିଥାଏ। ଅନ୍ୟ ବେନିଫିଟ୍ସ ବିଷୟରେ କହିବା ତ ଜିଓଟିଭି, ଜିଓ ସିନେମା, ଜିଓ ସିକ୍ୟୁରିଟୀ ଏବଂ ଜିଓ କ୍ଲାଉଡର ସୁବିଧା ମିଳିଥାଏ।  ୱେଲକମ୍‌ ଅଫର ବିଷୟରେ କହିବା ତ ୫ଜି ଡାଟା ମଧ୍ୟ ଏଥିରେ ଆପଣଙ୍କୁ ମିଳିବ।

ରିଲାଏନ୍ସ ଜିଓ ୮୯୯ ପ୍ରିପେଡ୍‌ ପ୍ଲାନ୍‌

ଜିଓର ୮୯୯ ଟଙ୍କିଆ ପ୍ଲାନ୍‌ ୯୦ ଦିନର ଭ୍ୟାଲିଡିଟୀ ସହିତ ଆସିଥାଏ। ଏଥିରେ ପ୍ରତିଦିନ ୨.୫ଜିବି ଡାଟା ମିଳିଥାଏ। ପ୍ଲାନରେ ଅନଲିମିଟେଡ କଲିଙ୍ଗ୍‌ ଏବଂ ପ୍ରତିଦିନ ୧୦୦ ଏସଏମଏସ ମିଳିଥାଏ। ପ୍ଲାନରେ ମୋଟ ୨୨୫ଜିବି ଡାଟା ମିଳିବ। ୱେଲକମ୍‌ ଅଫର ଅନୁଯାୟୀ ୫ଜି ଡାଟା ମିଳିଥାଏ। ବେନିଫିଟ୍ସ ସେଇଆ ମିଳିବ ଯାହା ୩୪୯ ଟଙ୍କିଆ ପ୍ଲାନରେ ମିଳୁଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଜିଓ ଭାରତରେ ୧୦୦ ରୁ ବି ଅଧିକ ସହରରେ ୫ଜି ସର୍ଭିସ ଆରମ୍ଭ କରିସାରିଲାଣି। କମ୍ପାନୀ ଦାବି କରିଛି ଯେ ଶେଷ ପର୍ଯ୍ୟନ୍ତ ଭାରତରେ ୫ଜି ସର୍ଭିସକୁ ଡିପ୍ଲୟ କରିଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.