Jio ର କୋଟି କୋଟି ୟୁଜର୍ସଙ୍କ ପାଇଁ ବଡ଼ ଖବର, ଦୁଇଟି ଶସ୍ତା ରିଚାର୍ଜ ପ୍ଲାନରେ କମ୍ପାନୀ କଲା ପରିବର୍ତ୍ତନ

ରିଲାଏନ୍ସ Jio ହେଉଛି ଦେଶର ସବୁଠାରୁ ବଡ଼ ଟେଲିକମ୍ କମ୍ପାନୀ । ସାରା ଦେଶରେ ୪୯ କୋଟିରୁ ଅଧିକ ଲୋକ Jio ର ସର୍ଭିସ ବ୍ୟବହାର କରନ୍ତି । ଯଦି ଆପଣ Jio ସିମ୍ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଖାସ୍ ଖବର ରହିଛି । ରିଚାର୍ଜ ପ୍ଲାନଗୁଡିକର ପ୍ରାଇସ୍ ବଢ଼ାଇ ଏକ ବଡ଼ ଝଟକା ଦେଇଥିଲା । ବର୍ତ୍ତମାନ କମ୍ପାନୀ ପୁଣି ଥରେ ଗ୍ରାହକଙ୍କୁ ନିରାଶ କରିଛି । ବାସ୍ତବରେ Jio ନିଜର ଦୁଇଟି ରିଚାର୍ଜ ପ୍ଲାନରେ ବଡ଼ ପରିବର୍ତ୍ତନ କରିଛି ।

Jio ର ଗ୍ରାହକଙ୍କ ପାଇଁ ରିଚାର୍ଜ ପ୍ଲାନଗୁଡିକରେ ଏକ ବଡ଼ ପୋଟଫୋଲିଓ ଅଛି । କମ୍ପାନୀ ଗ୍ରହକଙ୍କୁ ଶସ୍ତା ଏବଂ ମହଙ୍ଗା ପ୍ଲାନ୍ ଅଫର କରିଥାଏ । ଏହିଭଳି Jio ପାଖରେ ଅନେକ ରିଚାର୍ଜ ପ୍ଲାନ୍ ରହିଛି । ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ Jio ଦୁଇଟି ଶସ୍ତା ମୂଲ୍ୟର ପ୍ଲାନରେ ବଡ଼ ପରିବର୍ତ୍ତନ କରିଛି ।

ଆପଣଙ୍କୁ କହିବୁ ଯେ ରିଲାଏନ୍ସ Jio ଦୁଇଟି ପ୍ଲାନ୍ ପରିବର୍ତ୍ତନ କରିଛି, ସେମାନଙ୍କର ମୂଲ୍ୟ ୧୯ ଏବଂ ୨୯ ଟଙ୍କା । ଏହି ପ୍ଲାନଗୁଡିକରେ ଆପଣ କେଉଁ କେଉଁ ଲାଭ ପାଇବାକୁ ଯାଉଛନ୍ତି ଆସନ୍ତୁ ଜାଣିବା ।

Jio ର ୧୯ ଟଙ୍କା ପ୍ଲାନ୍ :

ରିଲାଏନ୍ସ Jio ରୁ ୧୯ ଟଙ୍କା ମୂଲ୍ୟର ଏହି ଶସ୍ତା ରିଚାର୍ଜ ପ୍ଲାନ୍ ହେଉଛି ଏକ ଡାଟା ଭାଉଚର ପ୍ଲାନ୍ । ଏହି ପ୍ଲାନରେ Jio ୟୁଜର୍ସଙ୍କୁ ବେସ୍ ପ୍ଲାନର ବରାବର ଭ୍ୟାଲିଡିଟି ଅଫର କରୁଥିଲା କିନ୍ତୁ ବତ୍ତର୍ମାନ ଏହା ଆଉ ହେବ ନାହିଁ । ଯଦି ଆପଣଙ୍କର ୮୪ ଦିନର ଭ୍ୟାଲିଡିଟି ସହିତ ଏକ ପ୍ଲାନ୍ ଅଛି ଏବଂ ଆପଣ ୧୯ ଟଙ୍କା ମୂଲ୍ୟରେ ଡାଟା ଭାଉଚର ବ୍ୟବହାର କରୁଛନ୍ତି, ତେବେ ଆପଣ ଏହି ପ୍ଲାନରେ ଭ୍ୟାଲିଡିଟି ୮୪ ଦିନ ପର୍ଯ୍ୟନ୍ତ ପାଇଥିବେ । କିନ୍ତୁ ବର୍ତ୍ତମାନ କମ୍ପାନୀ ଡାଟା ଭାଉଚର ଭ୍ୟାଲିଡିଟି କମ୍ କରିଛି । Jio ଗ୍ରାହକଙ୍କୁ ୧୯ ଟଙ୍କା ପ୍ଲାନରେ ୧GB ଡାଟା ପ୍ରଦାନ କରେ । ଆପଣଙ୍କୁ କହିବୁ ଯେ ବର୍ତ୍ତମାନ ଆପଣଙ୍କୁ ଏଥିରେ ମାତ୍ର ୧ ଦିନର ଭ୍ୟାଲିଡିଟି ଅଫର କରାଯିବ ।

Jio ର ୨୯ ଟଙ୍କା ରିଚାର୍ଜ ପ୍ଲାନ୍ :

Jio ନିଜର ଗ୍ରାହକଙ୍କୁ ୨୯ ଟଙ୍କା ମୂଲ୍ୟରେ ରିଚାର୍ଜ ପ୍ଲାନ୍ ମଧ୍ୟ ଅଫର କରେ । Jio ର ଏହି ଶସ୍ତା ପ୍ଲାନ୍ ମଧ୍ୟ ଏକ ଡାଟା ଭାଉଚର ପ୍ଲାନ୍ । ଏହି ପ୍ଲାନରେ କମ୍ପାନୀ ଗ୍ରାହକଙ୍କୁ ୨GB ଡାଟା ପ୍ରଦାନ କରୁଛି । ଯଦି ଆପଣ ଏହି ଡାଟା ଭାଉଚର ବ୍ୟବହାର କରନ୍ତି, ତେବେ ମନେ ରଖନ୍ତୁ ଯେ ଏହା ଆପଣଙ୍କୁ ଦୁଇ ଦିନର ଭ୍ୟାଲିଡିଟି ଅଫର କରାଯାଇଥାଏ । ଯଦି ଆପଣ ଦୁଇ ଦିନ ମଧ୍ୟରେ ଡାଟା ଶେଷ ନକରନ୍ତି, ତେବେ ଏହା ଅଟୋମେଟିକାଲି ଶେଷ ହୋଇଯିବ ।