ଘର ଭଡ଼ା ପାଇଁ ୧୧ ମାସର ଏଗ୍ରିମେଣ୍ଟ କାହିଁକି ଜରୁରୀ?
ଘର ଭଡା଼ରେ ନେବା ପାଇଁ ଭଡା଼ଟିଆ ଓ ଜମି ମାଲିକ ଏକ ଭଡା ଚୁକ୍ତି କରନ୍ତି ଯାହାକୁ Rent Agreement କୁହାଯାଏ। ଯେଉଁଥିରେ ଉଭୟ ପକ୍ଷର ନାମ, ଠିକଣା, ଭଡା ମୂଲ୍ୟ, ଭଡା଼ ଅବଧି ଓ ଅନ୍ୟାନ୍ୟ ସର୍ତ୍ତାବଳୀ ରହିଥାଏ। ଭଡା଼ ଚୁକ୍ତି ସାଧାରଣତଃ ୧୧ ମାସ ପାଇଁ କରାଯାଏ। କାହିଁକି ଜାଣନ୍ତୁ..

କେତେକ ଲୋକଙ୍କର ନିଜର ଘର ନଥିବାରୁ ସେମାନେ ମଧ୍ଯ ଭଡ଼ା ଘରେ ରହିଥାଆନ୍ତି ।ଅନେକ ଲୋକ ପାଠପଢା କିମ୍ବା ଚାକିରି ପାଇଁ ନିଜ ଘରଠାରୁ ଦୂରରେ ପ୍ରାୟତଃ ସେମାନେ ଭଡା଼ରେ ଘର ନେଇକି ରୁହନ୍ତି । ଘର ଭଡା଼ ନେବା ପାଇଁ ଭଡା଼ଟିଆ ଓ ମାଲିକ ଏକ ଚୁକ୍ତି କରନ୍ତି , ଯେଉଁଥିରେ ଉଭୟ ପକ୍ଷର ନାମ, ଠିକଣା, ଭଡା ମୂଲ୍ୟ, ଭଡା଼ ଅବଧି ଓ ଅନ୍ୟାନ୍ୟ ସର୍ତ୍ତାବଳୀ ଅନ୍ତର୍ଭୁକ୍ତ। ଭଡା଼ ଚୁକ୍ତି ସାଧାରଣତଃ ୧୧ ମାସ ପାଇଁ କରାଯାଏ। ତେବେ ଆପଣ ଜାଣିଛନ୍ତି କି, ଯେ ଘର ଭଡା ନେବା ସମୟରେ ଏହି ଚୁକ୍ତିର ଅବଧି ୧୧ ମାସ ହେବା ପଛରେ କାରଣ କ’ଣ?
ଅନେକ ଲୋକ ପାଠପଢା କିମ୍ବା ଚାକିରି ପାଇଁ ନିଜ ଘରଠାରୁ ଦୂରରେ ପ୍ରାୟତଃ ସେମାନେ ଭଡା଼ରେ ଘର ନେଇକି ରୁହନ୍ତି । କେତେକ ଲୋକଙ୍କର ନିଜର ଘର ନଥିବାରୁ ସେମାନେ ମଧ୍ଯ ଭଡ଼ା ଘରେ ରହିଥାଆନ୍ତି । ଘର ଭଡା଼ରେ ନେବା ପାଇଁ ଭଡା଼ଟିଆ ଓ ଜମି ମାଲିକ ଏକ ଭଡା ଚୁକ୍ତି କରନ୍ତି ଯାହାକୁ Rent Agreement କୁହାଯାଏ। ଯେଉଁଥିରେ ଉଭୟ ପକ୍ଷର ନାମ, ଠିକଣା, ଭଡା ମୂଲ୍ୟ, ଭଡା଼ ଅବଧି ଓ ଅନ୍ୟାନ୍ୟ ସର୍ତ୍ତାବଳୀ ରହିଥାଏ। ଭଡା଼ ଚୁକ୍ତି ସାଧାରଣତଃ ୧୧ ମାସ ପାଇଁ କରାଯାଏ। ତେବେ ଆପଣ ଜାଣିଛନ୍ତି କି, ଯେ ଘର ଭଡା ନେବା ସମୟରେ ଏହି ଚୁକ୍ତିର ଅବଧି ୧୧ ମାସ ହେବା ପଛରେ କାରଣ କ’ଣ?
ଏହା ପଛରେ ଗୋଟିଏ କାରଣ ହେଉଛି ରେଜିଷ୍ଟ୍ରେସନ୍ ଆକ୍ଟ, ୧୯୦୮। ଏହି ଆକ୍ଟର ଧାରା ୧୭ ଅନୁଯାୟୀ, ଏକ ବର୍ଷରୁ କମ ସମୟର ଚୁକ୍ତିନାମା ପଞ୍ଜୀକୃତ ହେବା ବାଧ୍ୟତାମୂଳକ ନୁହେଁ। ଏହାର ଅର୍ଥ ହେଉଛି ଯଦି ଭଡା଼ ଅବଧି ୧୨ ମାସରୁ କମ୍ ହୁଏ ତେବେ ପଞ୍ଜୀକରଣ ବିନା ଚୁକ୍ତିରେ ହୋଇପାରିବ। ଫଳରେ ସବ୍-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ଯାଇ ପଞ୍ଜୀକରଣ ଦେୟ ଦେବାରୁ ଉଭୟ ଘର ମାଲିକ ଓ ଭଡାଟିଆ ବର୍ତ୍ତି ଥାଆନ୍ତି। ଏହିପରି ବିଭିନ୍ନ ଦେୟକୁ ଏଡାଇବା ପାଇଁ ସାଧାରଣତଃ ୧୧ ମାସର ଏକ ଚୁକ୍ତିନାମା କରାଯାଏ। ଭଡା଼ ଅବଧି ଏକ ବର୍ଷରୁ ଅଧିକ ହେଲେ ଷ୍ଟାମ୍ପ ଡ୍ୟୁଟି ଯୋଗୁଁ ରେଜିଷ୍ଟ୍ରେସନ ସମୟରେ ଦେୟ ଦେବାକୁ ପଡି଼ଥାଏ।
ତେଣୁ ଏହି ସବୁ ପ୍ରକ୍ରିୟା ଗୁଡି଼କରୁ ବର୍ତ୍ତିବା ପାଇଁ ଉଭୟ ଘର ମାଲିକ ଓ ଭଡା଼ଟିଆଙ୍କ ମିଳିତ ସହମତି ପରେ ୧୨ ମାସର ଲିଜ୍ ପଞ୍ଜୀକରଣ ନ କରିବା ପ୍ରୋସେସ୍ ଆରମ୍ଭ ହୋଇଥିଲା। ତେବେ ୧୧ ମାସରୁ ଅଧିକ କିମ୍ବା କମ ସମୟ ପାଇଁ ଚୁକ୍ତି କରିବା ମଧ୍ୟ ସମ୍ଭବ। ଯେତେବେଳେ ଜଣେ ବ୍ୟକ୍ତି ଏକ ଭଡା ଚୁକ୍ତି ପଞ୍ଜୀକରଣ କରେ, ଭଡା଼ ପରିମାଣ ଓ ଅବଧି ଉପରେ ଆଧାର କରି ଷ୍ଟାମ୍ପ ଡ୍ୟୁଟିର ଦେୟ ସ୍ଥିର ହୁଏ। ଭଡା଼ ଅବଧି ଯେତେ ଅଧିକ, ଷ୍ଟାମ୍ପ ଡ୍ୟୁଟି ମଧ୍ୟ ସେତେ ଅଧିକ। ତେଣୁ, ଅଧିକ ସମୟ ପାଇଁ ଚୁକ୍ତିନାମା କଲେ ଉଭୟ ପକ୍ଷଙ୍କୁ ଅଧିକ ମୂଲ୍ୟର ଷ୍ଟାମ୍ପ ଡ୍ୟୁଟି ପୈଠ କରିବାକୁ ପଡି଼ଥାଏ। ତେଣୁ କୌଣସି ଭଡ଼ାଟିଆ ୧୧ ମାସରୁ ଉର୍ଦ୍ଧ୍ୱ ସମୟର ଚୁକ୍ତି କରନ୍ତି ନାହିଁ। ଏହାଛଡା ୧୧ ମାସରୁ କମ୍ ସମୟ ଯୋଗୁଁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡି଼ ନଥାଏ।
ପଞ୍ଜୀକରଣ ଓ ଷ୍ଟାମ୍ପ ଡ୍ୟୁଟି ପରି ବିଭିନ୍ନ ଦେୟ ପୈଠ କରିବା ସହ ଏହି ଲମ୍ବା ପ୍ରକ୍ରିୟାରୁ ରକ୍ଷା ପାଇବା ପାଇଁ ପ୍ରାୟତଃ ଚୁକ୍ତିନାମା ୧୧ ମାସର କରାଯାଇଥାଏ। ଅନାବଶ୍ୟକ ଦେୟ ଗଣିବା ପରିବର୍ତ୍ତେ ୧୧ ମାସର ଭଡା଼ ଚୁକ୍ତି କରିବା ଉଭୟ ଘର ମାଲିକ ଓ ଭଡାଟିଆଙ୍କ ପାଇଁ ସହଜ ଉପାୟ ହୋଇଥାଏ।