ଫୋନର ବ୍ୟାଟେରୀ ଜଲଦି ସରିଯାଉଛି କି, ତାହେଲେ ବଦଳାନ୍ତୁ ଏହି ସେଟିଙ୍ଗସ୍

ଆଜିକାଲି ପ୍ରାୟ ସମସ୍ତେ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି। ଏମିତି ବହୁତ କମ ଲୋକ ଥିବେ ଯେଉଁମାନେ କିପେଡ ଫୋନ ବ୍ୟବହାର କରୁଥିବେ। ସ୍ମାର୍ଟଫୋନ ତ ଆଜିର ଦୁନିଆରେ ବହୁତ ଜରୁରୀ ହୋଇଗଲାଣି। ମଲ୍ଟି ଫଙ୍କସନିଙ୍ଗ କାରଣରୁ ଏହାର ବ୍ୟାଟେରୀ ଜଲଦି ସରି ଯାଇଥାଏ। ଯେଉଁ କାରଣରୁ ଆପଣ ଚିନ୍ତାରେ ପଡନ୍ତି। କିନ୍ତୁ ଏଥିପାଇଁ ଚିନ୍ତା କରିବାର ବିଲକୁଲ ବି ଆବଶ୍ୟକତା ନାହିଁ, କାହିଁକିନା କାହିଁକିନା ଆଜି ଆମେ ଆପଣଙ୍କୁ ଜଣାଇବୁ ଏମିତି ଏକ ସେଟିଙ୍ଗ ଯାହା ଆପଣ ନିଜ ସ୍ମାର୍ଟଫୋନ ର ଚାର୍ଜ ଜଲଦି ଶେଷ ହେବନାହିଁ। ତେବେ ଆସନ୍ତୁ ଜାଣିବା କଣ ସେହି ସେଟିଙ୍ଗସ।

ସ୍କ୍ରିନ ଟାଇମ ଆଉଟ

ଏହି ସେଟିଙ୍ଗ କରିବା ଦ୍ୱାରା ହ୍ୟାଣ୍ଡସେଟ ର ସ୍କ୍ରୀନ ଆପେ ଆପେ ଲକ ହୋଇଯାଇଥାଏ। ଯଦି ଆପଣ ଏହି ସେଟିଙ୍ଗକୁ ନିଜ ଫୋନରେ କରୁଛନ୍ତି ତାହେଲେ ଆପଣଙ୍କ ଫୋନର ବ୍ୟାଟେରୀ ଜଲଦି ସାରିବନାହିଁ।

ଜିପିଏସ ଅଫ ରଖନ୍ତୁ

ଆଜିକାଲି ଜିପିଏସକୁ କାମରେ ଲଗାଇଲେଣି ଲୋକେ। ଏହାଦ୍ୱାରା ଅତି ସହଜରେ ଲୋକେସନର ପତ୍ତା ଲଗାଯାଇପାରିବ। ଯଦି ଆପଣ ଜିପିଏସର ବ୍ୟବହାର କରୁନାହାନ୍ତି ତାହେଲେ ଆପଣ ଜିପିଏସକୁ ଅଫ୍ କରିଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଚାର୍ଜ ଜଲଦି ସରିବନାହିଁ।

ପାୱାର ସେଭିଂ ମୋଡ଼

ଏବେ ଅଧିକାଂଶ ସ୍ମାର୍ଟଫୋନରେ ପାୱାର ସେଭିଂ ମୋଡ୍ସ ଅପ୍ସନ ଡେଫଲ୍ଟ ଭାବରେ ଦିଆଯାଉଛି। ଯଦି ଆପଣଙ୍କ ଫୋନରେ ଏହି ଫିଚର ନାହିଁ ତାହେଲେ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ଼ କରିଦିଅନ୍ତୁ। ଏବଂ ଏହାକୁ ସବୁବେଳେ ଅନ ରଖନ୍ତୁ।