ରିପବ୍ଲିକ ଡେରେ ମୁକେଶ ଅମ୍ବାନୀଙ୍କ ଉପହାର ! ଫ୍ରୀରେ ମିଳୁଛି 4G Phone, ଅଧିକ ଡାଟା ସହିତ ଅନଲିମିଟେଡ୍‌ କଲିଙ୍ଗ୍‌

Republic Day ମଉକାରେ ଅନେକ କମ୍ପାନୀ ଅନେକ ସାନଦାର ଅଫର ଦେଉଛନ୍ତି। ଫ୍ୟାସନ୍‌ ଠାରୁ ନେଇ ଗ୍ୟାଜେଟ୍ସ ଏବଂ ଭେଇକିଲ ପର୍ଯ୍ୟନ୍ତ ସବୁଥିରେ ଏବେ ଅଫର। ଅନେକ ଫୋନ କମ୍ପାନୀ ନିଜର ମହଙ୍ଗା ଫୋନ୍ସକୁ ଶସ୍ତା ଦାମରେ ବିକ୍ରି କରୁଛନ୍ତି। ସେହିପରି ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ନିଜର ୟୁଜର୍ସଙ୍କୁ ଏକ ଖାସ୍‌ ଅଫର ଦେଉଛି। ଯେଉଁ ଅଫର ଦ୍ୱାରା ଆପଣ ମାଗଣାରେ ୪ଜି ଫୋନକୁ ଘରକୁ ନେଇପାରିବେ। ଏହାସହିତ ୟୁଜର୍ସଙ୍କୁ ୨ ବର୍ଷ ପର୍ଯ୍ୟନ୍ତ କୌଣସି ରିଚାର୍ଜ କରିବାର ଆବଶ୍ୟକ ନାହିଁ। ଫୋନ୍‌ ମିଳିବା ସହିତ ଏଥିରେ ଅନଲିମିଟେଡ କଲିଙ୍ଗ ଏବଂ ଅଧିକ ଡାଟା ଅଫର କରାଯାଉଛି। ତେବେ ଆସନ୍ତୁ ଜାଣିବା ଏହି ବଢ଼ିଆ ଅଫର ବିଷୟରେ ଆଉ ମାଗଣାରେ କେମିତି ପାଇବେ ୪ଜି ଜିଓଫୋନ୍‌।

Jio ୧,୯୯୯ ପ୍ଲାନ୍‌ ବିଷୟରେ ଜାଣନ୍ତୁ

ଜିଓର ୧୯୯୯ ଟଙ୍କିଆ ପ୍ଲାନ ସେହି ଲୋକଙ୍କ ପାଇଁ ସବୁଠାରୁ ବେଷ୍ଟ ହେବ, ଯେଉଁମାନେ ଜିଓ ଫୋନ୍‌ କିଣିବାକୁ ଚାହୁଁଛନ୍ତି ଅବା ସେହି ଲୋକଙ୍କ ପାଇଁ ଯେଉଁମାନେ ସେକେଣ୍ଡାରୀ ଫୋନ୍‌ ନେବାକୁ ଚାହୁଁଛନ୍ତି। ଏହି ପ୍ଲାନ୍‌ ନେବା ସମୟରେ ଜିଓ ଫେରନ୍‌ ଫ୍ରିରେ ଦିଆଯାଉଛି। ଏହାସହିତ ଫ୍ରି କଲିଙ୍ଗ୍‌ ଏବଂ ମେସେଜିଙ୍ଗ ସୁବିଧା ମଧ୍ୟ ଦିଆଯାଉଛି। ଏହି ପ୍ଲାନର ଭ୍ୟାଲିଡିଟୀ ୨ ବର୍ଷ ପର୍ଯ୍ୟନ୍ତ ରହିଛି। ଆଉ ଏହି ଦୁଇ ବର୍ଷରେ ୪୮ଜିବି ଡାଟା ମଧ୍ୟ ଦିଆଯାଉଛି। କେବଳ ଏତିକି ନୁହେଁ ଏହି ପ୍ଲାନରେ ଜିଓ ଆପ୍ସର ଆକ୍ସେସ ବି ମିଳିଥାଏ।

Jio ୧,୪୯୯ ଟଙ୍କିଆ ପ୍ଲାନ୍‌

ଏହି ପ୍ଲାନ୍‌ ସହିତ ମଧ୍ୟ ଜିଓ ଫୋନ୍‌ ଫ୍ରିରେ ଦିଆଯାଉଛି। ଏହି ପ୍ଲାନରେ ଆପଣଙ୍କୁ ଗୋଟେ ବର୍ଷର ଭ୍ୟାଲିଡିଟୀ ମିଳିଥାଏ। ପ୍ଲାନରେ ୨୪ଜିବି ଡାଟା ଅଫର କରାଯାଉଛି। ଏହି ପ୍ଲାନରେ କଲିଙ୍ଗ ସୁବିଧା ମଧ୍ୟ ମିଳୁଛି। ଖାଲି ଏତିକି ନୁହେଁ ପ୍ଲାନରେ ମଧ୍ୟ ଜିଓ ଆପ୍ସର ଆକ୍ସେସ ମିଳିଥାଏ।

Jio ଫୋନର ସ୍ପେସିଫିକେସନ୍ସ

ଜିଓ ଫୋନରେ ୨.୪ ଇଞ୍ଚର ଡିସପ୍ଲେ ମିଳିଥାଏ। ଫୋନରେ ଟର୍ଚ ଏବଂ ରେଡିଓ ମଧ୍ୟ ମିଳିବ। ଏଥିରେ କ୍ୟାମେରା, ମାଇକ୍ରୋଫୋନ୍‌, ସ୍ପିକର ମଧ୍ୟ ରହିଛି। ଫୋନରେ ଫେସବୁକ, ୟୁଟ୍ୟୁବ ଏବଂ ହ୍ଵାଟ୍ଦଆପ୍‌ ଭଳି ଆପ୍ସ ବି ଚାଲିପାରିବ।