ସ୍ମାର୍ଟଫୋନ୍‌ରେ ଦେଖନ୍ତୁ ସାଧାରଣତନ୍ତ୍ର ଦିବସର ଲାଇଭ୍‌ ପରେଡ୍‌, ଫଲୋ କରନ୍ତୁ ଏହି ଉପାୟ

ଆଜି ଜାନୁଆରୀ ୨୬। ଆଜି ସାରା ଦେଶ ପାଳୁଛି ସାଧାରଣତନ୍ତ୍ର ଦିବସ। ଆଜିର ଦିନ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ତଥା ଗୌରବର ଦିନ। ପୂରା ଦେଶରେ ଏହି ଐତିହାସିକ ଦିନକୁ (Republic Day Parade Live Stream) ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଏ। ସାଧାରଣତନ୍ତ୍ର ଦିବସ ଅବସରରେ ଦେଶର ରାଜଧାନୀ ଦିଲ୍ଲୀର ରାଜପଥରେ ପରେଡ୍‌ ହୋଇଥାଏ। ଆଜି ପାଳିତ ହେଉଛି ୭୩ ତମ ସାଧାରଣତନ୍ତ୍ର ଦିବସ। କିନ୍ତୁ କରୋନା ମହାମାରୀ ଓ ଓମିକ୍ରନ୍‌ ପ୍ରୋଟୋକଲକୁ ଦୃଷ୍ଟିରେ ରଖି ଅଧିକ ଲୋକ ରାଜପଥକୁ ଯାଇ ପରେଡ୍‌ ଦେଖିପାରିବେ ନାହିଁ। ଏଣୁ ଆପଣ ଘରେ ବସି ଏହି ପରେଡ୍‌ର ମଜା ନେଇପାରିବେ।

ଏମିତି ଦେଖିପାରିବେ ପରେଡ୍‌:

  • ଆଜିର ପରେଡ୍‌ର ଲାଇଭ୍‌କୁ ଆପଣ ଟିଭି ବ୍ୟତୀତ ନିଜ ସ୍ମାର୍ଟଫୋନ୍‌ ଓ ଲାପ୍‌ଟପ୍‌ରେ ବି ଦେଖି ପାରିବେ। ଆସନ୍ତୁ ଜାଣିବା ପରେଡ୍‌ ଦେଖିବାକୁ କି କି ଷ୍ଟେପ୍‌ ଫଲୋ କରିବେ…
  • ସର୍ବପ୍ରଥମେ ନିଜ ଫୋନ୍‌ରେ ଆପ୍‌ ଷ୍ଟୋର କିମ୍ବା ଗୁଗଲ ପ୍ଲେ ଷ୍ଟୋରକୁ ଓପନ୍‌ କରନ୍ତୁ।
  • ଏହା ପରେ ସର୍ଚ୍ଚ ବକ୍ସରେ Republic Day India ଆପ୍‌ ଟାଇପ୍‌ କରନ୍ତୁ।
  • ଏଥିରେ ଆପଣଙ୍କୁ NIC ପକ୍ଷରୁ ନିର୍ମିତ Republic Day India ଆପ୍‌ ଦେଖାଇବ। ଏହାକୁ ଡାଉନ୍‌ଲୋଡ୍‌ ଓ ଇନଷ୍ଟଲ୍‌ କରନ୍ତୁ।
  • ଇନ୍‌ଷ୍ଟଲ ହୋଇସାରିବା ପରେ ଆପ୍‌କୁ ଓପନ୍‌ କରନ୍ତୁ ଓ ସ୍କ୍ରିନ୍‌ର ବାମ ପଟ ଉପର କର୍ଣ୍ଣରରେ ଥିବା ତିନିଟି ବିନ୍ଦୁ ଉପରେ କ୍ଲିକ୍‌ କରନ୍ତୁ।
  • ସେଠାରେ ଆପଣଙ୍କୁ ୩୬୦ ଲାଇଭ୍‌ର ବିକଳ୍ପ ଚୟନ କରିବାକୁ ହେବ।
  • ଏହା ପରେ ଆପଣ ନିଜ ପସନ୍ଦରେ ଭ୍ୟୁ ସିଲେକ୍ଟ କରି ପରେଡ୍‌ର ଲାଇଭ୍‌ ଦେଖିପାରିବେ।

ଆପଣ ଚାହିଁଲେ Ministry of Defence ର ଅଫିସିଆଲ ୱେବ୍‌ସାଇଟ୍‌ www.indianrdc.mod.gov.in କିମ୍ବା ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲକୁ ଯାଇ ମଧ୍ୟ ସାଧାରଣତନ୍ତ୍ର ଦିବସର ଲାଇଭ୍‌ ଦେଖିପାରିବେ।