iPhone 12 ଆସିବାକୁ ଯାଉଛି ରିସଭର୍ସ ଚାର୍ଜିଂ ଫିଚର, ଏକାସାଙ୍ଗରେ ଚାର୍ଜ କରିପାରିବେ ମୋବାଇଲ ଏବଂ ଇଅରପଡ୍
ଶେଷର ଆପଣଙ୍କ ସ୍ବପ୍ନ ସତ ହେବାକୁ ଯାଉଛି। ଯେଉଁ କଥା ଅନେକ ଦିନରୁ ଚର୍ଚ୍ଚା ଚାଲିଥିଲା, ତାହା ଏବେ ପୂରଣ ହେବ। ଖୁବଶୀଘ୍ର MagSafe Reverse Charging ବ୍ୟାଟେରୀ ଲଞ୍ଚ୍ କରିପାରେ ଆପଲ୍ । ଖବର ଅନୁସାରେ ଆପଲ୍ ତରଫରୁ ଆଇଫୋନ୍ ୧୨ ପାଇଁ ମ୍ୟାଗସେଫ୍ ବ୍ୟାଟେରୀ ପ୍ୟାକ୍ ମଡେଲ୍ସରେ କାମ କରିବା ନେଇ କୁହାଯାଉଛି ଯାହାର ଏକ ଭର୍ସନରେ ରିଭର୍ସ ଚାର୍ଜିଂ ସପୋର୍ଟ ଫିଚର ହେବା ସମ୍ଭାବନା ଥିବା କୁହାଯାଉଛି ।
ଆପଲ ଟିପଷ୍ଟର ଜନ୍ ପ୍ରୋସେରଙ୍କ ମୁତାବକ, ଆପଲ୍ ବ୍ୟାଟେରୀ ପ୍ୟାକ୍ ୨ ପ୍ରକାର ଭର୍ସନ ଉପରେ କାମ କରୁଛି । ଏଥିରେ ଏକ ଷ୍ଟାଣ୍ଡାର୍ଡ ଭର୍ସନ ଓ ଅନ୍ୟଟି ରିଭର୍ସ ଚାର୍ଜିଂ ସହିତ ପ୍ରିମିୟମ୍ ଭର୍ସନ ରହିବ ।
ବ୍ୟାଟେରୀ ପ୍ୟାକ୍ ଦ୍ୱାରା ଆଇଫୋନ୍ ୧୨କୁ ଚାର୍ଜ କରିବା ସମୟରେ ଗୋଟିଏ ସମୟରେ ଇଅରପଡ୍ସକୁ ମଧ୍ୟ ଚାର୍ଜ କରିହେବ । ଆପଲ ଇନସାଇଡରର ରିପୋର୍ଟ ଅନୁସାରେ ଗତ ବର୍ଷ ଆଇଫୋନ୍ ୧୨ ସିରିଜର ଲଞ୍ଚ୍ ହେବା ପରେ ଆମେରିକୀୟ ଫେଡରଲ କମ୍ୟୁନିକେସନ କମିଶନର ଏକ ଫାଇଲିଂରେ ଆପଲର ମ୍ୟାଗସେଫ୍ ପ୍ରୋଟୋକଲରେ ଉଭୟ ତରଫରୁ ଚାର୍ଜିଂ ହେବା ସମ୍ବନ୍ଧରେ ଫିଚର ହେବା କଥା କୁହାଯାଇଥିଲା ।
ମ୍ୟାଗସେଫ୍ ଆଇଫୋନ୍ ୧୨ର ସମସ୍ତ ମଡେଲ୍ ପାଇଁ ଏକ ନୂଆ ଫିଚର । ଏହା ଏକ ମ୍ୟାଗ୍ନେଟିକଲି ଆଟାଚ୍ ବ୍ୟାଟେରୀ ପ୍ୟାକ୍ ଯେଉଁଥିରେ ୟୁଜର୍ସଙ୍କୁ ୱେୟାରଲେସ୍ ଚାର୍ଜିଂର ସୁବିଧା ମିଳିବ ।