BSNLର ଦମଦାର ପ୍ଲାନ: ମାତ୍ର ୧୯ ଟଙ୍କା ରିଚାର୍ଜ କରି ମନ ଇଚ୍ଛା କଥା ହୁଅନ୍ତୁ ୧ ମାସ

ଗତ ବର୍ଷ ଟେଲିକମ୍ କମ୍ପାନୀ ପ୍ଲାନ ଗୁଡ଼ିକୁ ମହଙ୍ଗା କରିଥିଲା। ଏହା ପରେ ସିମ୍ କୁ ଆକ୍ଟିଭ ରଖିବା ମଧ୍ୟ ମହଙ୍ଗା ହେଲା । କାରଣ ଗ୍ରାହକମାନେ ଗୋଟିଏ ସିମରେ ଇଣ୍ଟରନେଟ ଚଳାଉଥିବା ବେଳେ ଅନ୍ୟ ସିମକୁ ପ୍ରାୟ ସମୟରେ ବ୍ୟବହାର କରିନଥାନ୍ତି । ତେଣୁ ଅନେକ ସମୟରେ ସେମାନଙ୍କର ଉକ୍ତ ସିମ ଡିଆକ୍ଟିଭେଟ୍ ହୋଇଯାଇଥାଏ । ତେବେ ନିକଟରେ ଏକ ନୂଆ ପ୍ଲାନ୍ ଲଞ୍ଚ କରାଯାଇଛି । ମାତ୍ର ୧୯ ଟଙ୍କାରେ ଆପଣଙ୍କ ସିମ ମାସ ସାରା ଆକ୍ଟିଭେଟ୍ ରହିବ ।

ଏ ବାବଦରେ ବିଏସଏନଏଲ ୧୯ ଟଙ୍କାର ଯୋଜନା ଆରମ୍ଭ କରିଛି। ଏହି ଯୋଜନା ସହିତ, ସିମ୍ କୁ ୩୦ ଦିନ ଆକ୍ଟିଭ ରଖାଯାଇପାରିବ । ଅନ୍ୟପକ୍ଷରେ ରିଲାଏନ୍ସ ଜିଓ, ଏୟାରଟେଲ ଓ ଭୋଡ଼ାଫୋନର ସିମ ଆକ୍ଟିଭ ରହିବା ପାଇଁ ୫୦ରୁ ୧୨୦ ପର୍ଯ୍ୟନ୍ତ ଟଙ୍କାର ରିଚାର୍ଜ କରିବାକୁ ପଡ଼ିଥାଏ । ତେବେ ଏହି ପ୍ଲାନ ୪ଜି ନେଟୱାର୍କ ସଂଯୋଗ ସହିତ ଆସୁଛି । ଖବର ଅନୁଯାୟୀ, ଅଗଷ୍ଟ ୧୫ ରେ ଭାରତରେ BSNL ର 4G ନେଟୱାର୍କ ଲଞ୍ଚ ହେବ। କିନ୍ତୁ ଯଦି ଆପଣ କେବଳ ନମ୍ବରକୁ ଆକ୍ଟିଭ ରଖିବାକୁ ଚାହାଁନ୍ତି, ତେବେ ୧୯ ଟଙ୍କା ରିଚାର୍ଜ ପ୍ଲାନ ଏଥିପାଇଁ ସର୍ବୋତ୍ତମ ଅଟେ।

BSNL ର ୧୯ ଟଙ୍କା ଯୋଜନାରେ ଉପଲବ୍ଧ ସୁବିଧା ବିଷୟରେ ଆମେ ଆପଣଙ୍କୁ କହୁଛୁ । BSNL ର ଏହି ପ୍ଲାନର ବୈଧତା ୩୦ ଦିନ ଅଟେ ।କମ୍ପାନୀ ଏହି ଯୋଜନାକୁ VoiceRateCutter_19 ନାମିତ କରିଛି । ଏହି ରିଚାର୍ଜରେ ଅନ୍-ନେଟ୍ ଏବଂ ଅଫ୍-ନେଟ୍ କଲ୍ ହାର ପ୍ରତି ମିନିଟରେ ୨୦ ପଇସା ହୋଇଯାଏ ।ତେବେ ଏହି ପ୍ଲାନରେ ୟୁଜର୍ସ କୌଣସି ଡାଟା ପ୍ଲାନ ବା ବାଲାନ୍ସ ପାଇବେ ନାହିଁ । ଏଥିରେ ଆପଣଙ୍କୁ ସମସ୍ତ ସେବା ଓ ଇନକମିଂ କଲ ସୁବିଧା ରହିବ । ଯଦି ଆପଣମାନେ ଏକ ବର୍ଷ ପାଇଁ ଏହି ପ୍ଲାନ ନେବାକୁ ଚାହିଁବେ ତେବେ ୨୨୮ ଟଙ୍କାର ରିଚାର୍ଜ କରିବାକୁ ପଡ଼ିବ ।

Leave A Reply

Your email address will not be published.