Iphone 15 pro maxର ଡିଜାଇନ, ସ୍ପେକ ଏବଂ ଦାମକୁ ନେଇ ସୃଷ୍ଟି ହେଲା ଗୁଜବ

Iphone 15 pro maxର ଡିଜାଇନ, ସ୍ପେକ ଏବଂ ଦାମକୁ ନେଇ ମାର୍କେଟରେ ଖୁବ ଗୁଜବ ଚାଲିଛି । ନିକଟରେ ଶେଷ ହୋଇଥିବା WWDC ୨୦୨୩ ପରେ Apple ଏବେ ଏହାର ଆଗାମୀ ଇଭେଣ୍ଟ "ଫଲ" ପାଇଁ ପ୍ରସ୍ତୁତି ଚଳାଇଛି ଯେଉଁଥିରେ ଏହା ନିଜର ପରବର୍ତ୍ତୀ ଡିଭାଇସ Iphone 15 ଲଞ୍ଚ କରିବ ବୋଲି ଆଶା କରାଯାଉଛି ।

phoneର ଚାହିଦା ଲୋକମାନଙ୍କ ମଧ୍ୟରେ ବଢି ଚାଲିଛି । କିନ୍ତୁ ଅନେକ ସମୟରେ ଆଇଫୋନକୁ ନେଇ ଗୁଜବ ମଧ୍ୟ ସୃଷ୍ଟି ହୁଏ । ତେବେ Iphone 15 pro maxର ଡିଜାଇନ, ସ୍ପେକ ଏବଂ ଦାମକୁ ନେଇ ମାର୍କେଟରେ ଖୁବ ଗୁଜବ ଚାଲିଛି । ନିକଟରେ ଶେଷ ହୋଇଥିବା WWDC ୨୦୨୩ ପରେ Apple ଏବେ ଏହାର ଆଗାମୀ ଇଭେଣ୍ଟ “ଫଲ” ପାଇଁ ପ୍ରସ୍ତୁତି ଚଳାଇଛି ଯେଉଁଥିରେ ଏହା ନିଜର ପରବର୍ତ୍ତୀ ଡିଭାଇସ Iphone 15 ଲଞ୍ଚ କରିବ ବୋଲି ଆଶା କରାଯାଉଛି । Appleର ପରବର୍ତ୍ତୀ ଫ୍ଲାଗସିପ Iphone ସିରିଜ ୩ ମାସ ମଧ୍ୟରେ ଲଞ୍ଚ ହେବାକୁ ଥିବା ବେଳେ ଏହାକୁ ନେଇ ଖୁବ ଗୁଜବ ସୃଷ୍ଟି ହୋଇଛି ।

Iphone 15 ସିରିଜରେ Apple ନିଜର Iphone 15 pro maxର ଡିଜାଇନ,କ୍ୟାମେରା ଏବଂ ହାର୍ଡେଓ୍ଵର ରେ ବିଶେଷ ପରିବର୍ତ୍ତନ କରିବାକୁ ଯାଉଛି । ସମସ୍ତ ଗୁଜବ ସତ୍ତ୍ୱେ, ଲଞ୍ଚ ହେବାକୁ ଥିବା Iphone 15 pro max ବିଷୟରେ ଆମେ ଆପଣଙ୍କୁ କିଛି ଜଣାଇବାକୁ ଚାହିଁବୁ ।

ଚାଲିଥିବା ରୁମରକୁ ଯଦି ବିଶ୍ୱାସ କରାଯାଏ ତେବେ Iphone 15 pro ମାକ୍ସ ଏକ କର୍ଭ୍ଡ ଡିଜାଇନ feature କରିବା ବୋଲି ପୂର୍ବରୁ ଲିକ ହୋଇଥିବା କିଛି ଡମି ସ୍ମାର୍ଟଫୋନରୁ ଜଣାଯାଏ । ଏଥିରେ ମଧ୍ୟ କିଛି କର୍ଭ୍ଡ ବେଜେଲ୍ସ ରହିଥିବା କୁହାଯାଉଛି । ଏହାର display ଫ୍ଲାଟ ରହିବା ସହ ସାଇଡ ବେଜେଲ୍ସ ପତଳା ରହିବ ବୋଲି ଅନୁମାନ କରାଯାଉଛି । 9to5 Mac ଅନୁଯାୟୀ Iphone 15 pro max ର ବେଜେଲ୍ ଦୁନିଆର ସବୁଠାରୁ ପତଳା Smartphone ବେଜେଲ୍ ହୋଇପାରେ ଯାହ ମାତ୍ର ୧.୫୫ ମିଲିମିଟର ।

ନିକଟ ଭବିଷ୍ୟତରେ Apple Iphoneରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି, ଯେଉଁଥିରେ Apple ଏହାର ଲାଇଟନିଙ୍ଗ ପୋର୍ଟକୁ usb ଟାଇପ c port ରେ ରିପ୍ଲେସ କରାଇବ। ଏକ ରିପୋର୍ଟ ଅନୁଯାୟୀ, Apple ଥାର୍ଡ଼ ପାର୍ଟି ଚାର୍ଜରରେ ଚାରଜିଙ୍ଗ ସ୍ପୀଡ଼କୁ ସୀମିତ ରଖିବାକୁ ଚିନ୍ତା କରୁଥିବା ବେଳେ MFI ସାର୍ଟିଫାଏଡ ଆକ୍ସେସୋରିଜରେ quick ଚାର୍ଜିଂ ସପୋର୍ଟ ଆଡ କରିବାକୁ ଚିନ୍ତା କରୁଛି ।
Iphone 15 pro max ରେ ଟାଇଟାନିଅମ ଫ୍ରେମ ସହ ହାପଟିକ ଭଲ୍ୟୁମ ବଟନ ରହିବ ଯାହା ସ୍ୱିଚକୁ ମ୍ୟୁଟ କରିବ ।
ସ୍ପେସିଫିକେସନ
Iphone 15 pro ସହିତ Iphone 15 pro maxରେ ନୂଆ ବ୍ରାଣ୍ଡ A17 bionic ଚିପସେଟ ରହିବ, ଯାହା 3nm ପ୍ରୋସେସ ଟେକ୍ନୋଲୋଜିରେ ବେସ୍ଡ ହେବ । Apple ଆନାଲିଷ୍ଟ ମିଙ୍ଗ-ଚି କୋ କହିଛନ୍ତି ଯେ, Iphone 15 pro ଏବଂ Iphone 15 pro maxରେ ହିଁ A17 bionic ଉପଲବ୍ଧ ହେବ । ଏଥିରେ 8GB RAM ରହିବ ବୋଲି ଆଶା କରାଯାଉଛି । Iphone 14 pro max ଏବଂ samsung galaxy s23 ultra ଠାରୁ Iphone 15 pro max ଅଧିକ ଫାଷ୍ଟ ରହିବ ବୋଲି ଗୁଜବ ସୃଷ୍ଟି ହୋଇଛି ।

କ୍ୟାମେରା
ରିପୋର୍ଟ ଅନୁସାରେ Iphone 15 pro max ରେ 48mp sony imx803 sensor ର କ୍ୟାମେରା ସିଷ୍ଟମ ରହିଥିବା କୁହାଯାଉଛି । ଅନ୍ୟପଟେ ଏଥିରେ ନୂଆ ପେରିସ୍କୋପ ଲେନ୍ସ ରହିବ । Iphone 15 pro maxରେ ଥିବା ପେରିସ୍କୋପ କ୍ୟାମେରା ବର୍ତ୍ତମାନର Iphoneରେ ଥିବା ଅପ୍ଟିକାଲ ଜୁମକୁ ଡବଲ କରିବା ଭଳି ସୁବିଧା ଦେବ ବୋଲି କୁହାଯାଉଛି । ରିପୋର୍ଟରେ କୁହାଯାଉଛି, ଟେଲିସ୍ପୋପ ଲେନ୍ସରେ ପ୍ରସ୍ତୁତ ହୋଇଥିବା ଏହି ପେରିସ୍କୋପ କ୍ୟାମେରାରେ 5X 6X ଅପ୍ଟିକାଲ ଜୁମ ରହିଛି ।

ପ୍ରାଇସ
ରିପୋର୍ଟ ଅନୁସାରେ Iphone 15 pro maxପାଇଁ କୌଣସି ଅଫିସିଆଲ ମୂଲ୍ୟ ଧାର୍ଯ୍ୟ କରାଯାଇ ନାହିଁ, କିନ୍ତୁ Iphone 15 ପ୍ଲସ ସହ Iphone 15 ପ୍ରୋ ମଡେଲ୍ସ ର ମୂଲ୍ୟ ବଢାଇବା ନେଇ ଗୁଜବ ସୃଷ୍ଟି ହୋଇଛି । ଏହା ବ୍ୟତୀତ Apple ନିଜ ଫ୍ଳାଗସିପ୍‌ ମଡେଲ ମାନଙ୍କ ଦାମ ୨୦୦ ଡଲାର ପର୍ଯ୍ୟନ୍ତ ବୃଦ୍ଧି କରିପାରେ । Iphone 15 pro ultra ର ଦାମ ୧୨୯୯ ଡଲାର ହେବ, ଯାହା Iphone 14 pro max ତୁଳନାରେ ୨୦୦ ଡଳାର ଅଧିକ ରହିବ ।ଏହା Iphone ଇତିହାସରେ ଏକ ବଡ଼ ପରିବର୍ତ୍ତନ ହେବ ।

ଏକ ଚାଇନିଜ ପ୍ଲାଟଫର୍ମର ଗୁଜବ ଅନୁଯାୟୀ, Apple ଏହାର ଦାମ ୧୦୦ ଡଲାରକୁ ବୃଦ୍ଧି କରିପାରେ । ଏହି ଗୁଜବ ଅନୁଯାୟୀ Iphone 15 pro max ୧୨୯୯ ଡଲାରରେ ଆରମ୍ଭ ହେବ ଏବଂ ଓ୍ଵାନ ଟିବି ଭ୍ୟାରିଆଣ୍ଟ ପାଇଁ ଏହା ୧୭୯୯ ଡଲାର ପର୍ଯ୍ୟନ୍ତ ବଢି ପାରେ ବୋଲି ଆଶଙ୍କା କରାଯାଉଛି ।