ସାମସଙ୍ଗ୍‌ ଲଞ୍ଚ୍‌ କଲା ନୂଆ ଓ୍ଵାଶିଂ ମେସିନ୍‌, ଏବେ କେବଳ ଟାଙ୍ଗି ଦେଲେ ସଫା ହୋଇଯିବ ପୋଷାକ

ଦକ୍ଷିଣ କୋରିଆର ଇଲେକ୍ଟ୍ରୋନିକ୍ସ କମ୍ପାନୀ ସାମସଙ୍ଗ୍‌ ଏକ ଏମିତି ଟେକ୍ନିକ୍‌ ବାହାର କରିଛି ଯାହା ଶୁଣିବା ପରେ ଖାସ୍‌ କରି ଗୃହିଣୀଙ୍କ ଆନନ୍ଦର ସୀମା ରହିବନାହିଁ। ସାମସଙ୍ଗ୍‌ ମହିଳାଙ୍କ ଲୁଗାପଟା ସଫା କରିବା ଚିନ୍ତାକୁ ଦୂର କରିବାକୁ ଏକ ନୂଆ ହାଇଟେକ୍‌ ଓ୍ଵାଶିଂ ମେସିନ୍‌ ତିଆରି କରିଛି। ଏହି ଓ୍ଵାଶିଂମେସିନ୍‌ଟି ଦେଖିବାକୁ ଏକ ଆଲମାରୀ ଭଳି। କମ୍ପାନୀ ଏହାର ନାଁ ରଖିଛି ଏୟାର ଡ୍ରେସର(AirDresser)। ୨୦୦ ପାଉଣ୍ଡ ବା ପ୍ରାୟ ୧,୮୭,୦୦୦ ଟଙ୍କା ମୂଲ୍ୟରେ ଉପଲବ୍ଧ ହେଉଥିବା ଏହି ଓ୍ଵାଶିଂ ମେସିନ୍‌ ପୋଷାକରୁ ମଇଳା ଓ ଜର୍ମ ସଫା କରିବା ସହ ଏହାକୁ ରିଫ୍ରେସ୍‌ ଓ ସାନିଟାଇଜ୍‌ ମଧ୍ୟ କରିବ।

ଏମିତି କାମ କରିବ ମେସିନ୍‌:

ଏହି ମେସିନ୍‌ରେ ସାର୍ଟ କିମ୍ବା କୋଟ୍‌ ସଫା କରିବାକୁ ଚାହୁଁଥିଲେ ଏହାକୁ କେବଳ ମେସିନ୍‌ରେ ଥିବା ହ୍ୟାଙ୍ଗରରେ ଟାଙ୍ଗିବାକୁ ପଡ଼ିବ। ବାକି କାମ ମେସିନ୍‌ ଆପେ ଆପେ କରିଦେବ। ସାମସଙ୍ଗ ତରଫରୁ କୁହାଯାଇଛି ଯେ ମେସିନ୍‌ କେବଳ ହଟ୍‌ ଷ୍ଟିମ୍‌ ମାଧ୍ୟମରେ ପୋଷାକରୁ ମଇଳା ଓ ଦୁର୍ଗନ୍ଧ ତଥା ଜର୍ମସ୍‌ ସଫା କରିବ।

PunjabKesari

ସଫା ହେବେ ୯୯.୯ ପ୍ରତିଶତ ଜୀବାଣୁ:

ସାମସଙ୍ଗର ଏହି ମେସିନ୍‌ ଗରମ ହାଓ୍ଵା ଓ ଷ୍ଟିମ୍‌ ମାଧ୍ୟମରେ ପୋଷାକୁ ସଫା କରିବ। କମ୍ପାନୀ ଦାବି କରିଛି ଯେ ଏହି ମେସିନ୍‌ କମ୍‌ ଶବ୍ଦ ଓ ଭାେଇବ୍ରେସନ୍‌ କରିବ। ପରୀକ୍ଷାରୁ ଜଣାଯାଇଛି ଯେ ମେସିନ୍‌ ପୋଷାକରୁ ୯୯.୯ ପ୍ରତିଶତ ଭାଇରସ୍‌କୁ ମାରିବାରେ ବି ସାହାଯ୍ୟ କରିବ।

ରକ୍ଷଣାବେକ୍ଷଣ ବି ସହଜ:

ଏୟାର ଡ୍ରେସରକୁ ସାଧାରଣ ଓ୍ଵାଶିଂ ମେସିନ୍‌ ସହ ତ ତୁଳନା କରାଯାଇପାରିବ ନାହିଁ, କାରଣ ଏହା ପାଣିରେ ନୁହେଁ ବରଂ ଡ୍ରାଏ କ୍ଲିନ୍‌ କରିଥାଏ। ଏହାକୁ କେବଳ ପୋଷାକରୁ ଲୋଚାକୋଚାପଣ ଓ ଦୁର୍ଗନ୍ଧ ଦୂର କରିବାକୁ ବ୍ୟବହାର କରାଯିବ। କମ୍ପାନୀର ସୂଚନା ମୁତାବକ ବିନା ସଫା କରି ଏହାକୁ ୪୦ ଥର ବ୍ୟବହାର କରାଯାଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.