Categories: ଟେକ୍

ଏବେ ଆହୁରି ଶସ୍ତା ହୋଇଗଲା ସାମସଙ୍ଗର ଏହି ଡୁଆଲ ରିୟର କ୍ୟାମେରା ଫୋନ୍

ସାମସଙ୍ଗ୍ ଇଣ୍ଡିଆ କିଛି ମାସ ପୂର୍ବରୁ ଏମ୍ ସିରିଜ୍ ପକ୍ଷରୁ ଭାରତରେ ସ୍ମାର୍ଟଫୋନ ଲଞ୍ଚ କରାଯାଇଥିଲା ତାହା ହେଉଛି ଗାଲାକ୍ସୀ ଏମ୧୦  ସ୍ମାର୍ଟଫୋନ । ସାମସଙ୍ଗ୍ ଗାଲାକ୍ସୀ ଏମ ୧୦ ସାମମଙ୍ଗର ସବୁଠାରୁ ଶସ୍ତା ଡୁଆଲ ରିୟର କ୍ୟାମେରା ବିଶିଷ୍ଟ ଫୋନ ଅଟେ। ଏହିଭଳି ଭାବେ ଏହି ଫୋନରେ ମୋଟ ତିନିଟି କ୍ୟାମେରା ରହିଛି। ଏହି ଫୋନ ଏବେ ୧,୦୦୦ ଟଙ୍କା ଶସ୍ତାରେ ମିଳୁଛି। ଏହି ଫୋନକୁ ଏବେ ଆମାଜନରୁ ୬,୯୯୦ ଟଙ୍କାରେ କିଣିପାରିବେ।

ପୂର୍ବରୁ ଏହାର ଦାମ୍ ୭,୯୯୦ ଟଙ୍କା ଥିଲା। ଏହି ଫୋନକୁ ଏବେ ଆମାଜନରୁ ୬,୯୯୦ ଟଙ୍କାରେ କିଣିପାରିବେ। ପୂର୍ବରୁ ଏହାର ଦାମ୍ ୭,୯୯୦ ଟଙ୍କା ଥିଲା। ସେହିଭଳି ଏହି ଫୋନରେ ୩ଜିବି ରାମ ଏବଂ ୩୨ ଜିବି ଷ୍ଟୋରେଜ୍ ବେରିୟଣ୍ଟ ସାମସଙ୍ଗର ଅନଲାଇନ୍ ଷ୍ଟୋରରୁ ୭,୯୯୦ ଟଙ୍କାରେ ମିଳୁଛି। ଫୋନର ଖାସିୟତ ଏୟା ଯେ ଏଥିରେ ଆପଣଙ୍କୁ ୱାଟରଡ୍ରପ୍ ନଞ୍ଚ ୱି ଇନଫିନିଟୀ ଡିସପ୍ଲେ ଏବଂ ଡୁଆଲ ରିୟର କ୍ୟାମେରା ମିଳିବ।

ସାମସଙ୍ଗ ଗାଲାକ୍ସୀ ଏମ୧୦ର ଦାମ୍ ଏବଂ ସ୍ପେସିଫିକେସନ

ସାମସଙ୍ଗ ଗାଲାକ୍ସୀ ଏମ ୧୦ରେ ୬.୨ ଇଞ୍ଚର ଇନଫିନିଟୀ ୱି ଡିସପ୍ଲେ ମିଳିବ। ଏହାଛଡା ଏହି ଫୋନରେ ସାମସଙ୍ଗର ଆକ୍ଟୋକୋର ଏକ୍ସିନଜ୍ ୭୮୭୦ ପ୍ରୋସେସର ମିଳିବ। ଏହାଛଡା ଏହି ଫୋନରେ ୨ ଜିବି ଏବଂ ୩ ଜିବି ରାମ୍ ବେରିୟଣ୍ଟ ଏବଂ ୧୬ ଜିବି ଏବଂ ୩୨ ଜିବି ଷ୍ଟୋରେଜ୍ ବେରିୟଣ୍ଟରେ ମିଳିବ। ଷ୍ଟୋରେଜକୁ ମେମୋରୀ କାର୍ଡ ସାହାଯ୍ୟରେ ୫୧୨ ଜିବି ପର୍ଯ୍ୟନ୍ତ ବଢ଼ାଇ ଯାଇହେବ।

ସାମସଙ୍ଗ ଗାଲାକ୍ସୀ ଏମ୧୦ର କ୍ୟାମେରା

ସାମସଙ୍ଗ ଗାଲାକ୍ସୀ ଏମ୧୦ କ୍ୟାମେରା ବିଷୟରେ କହିଲେ ଏହି ଫୋନରେ ଡୁଆଲ ରିୟର କ୍ୟାମେରା ରହିଛି ଯେଉଁଥିରେ ଗୋଟିଏ କ୍ୟାମେରାରେ ୧୩ ମେଗାପିକ୍ସେଲ ଏବଂ ଅନ୍ୟଟିରେ ୫ ମେଗାପିକ୍ସେଲର ୱାଇଣ୍ଡ ଏଙ୍ଗଲ ରହିଛି। ସେହିଭଳି ଫ୍ରଣ୍ଟ କ୍ୟାମେରା ୫ ମେଗାପିକ୍ସେଲ ଏବଂ ଏହାର ଅପର୍ଚର ଏଫ ୨.୦ ଅଟେ। ଦୁଇ କ୍ୟାମେରା ସହିତ ଫ୍ଲାସ ଲାଇଟ୍ ମିଳିବ। ଅବଶ୍ୟ ଫ୍ରଣ୍ଟରେ ସ୍କ୍ରୀନ ଫ୍ଲାସ ମିଳିବ।

ସାମସଙ୍ଗ୍ ଗାଲାକ୍ସୀ ଏମ୧୦ କନେକ୍ଟିଭିଟୀ ଏବଂ ବ୍ୟାଟେରୀ

ଏହି ଫୋନରେ ୩୪୦୦ ଏମଏଏଚ ବ୍ୟାଟେରୀ ରହିଛି ଏବଂ କନେକ୍ଟିଭିଟୀ ପାଇଁ ୪ଜି ଭିଓଏଲଟିଇ, ୱାଇ-ଫାଇ, ବ୍ଲଟୁଥ୍ ଏବଂ ୩.୫ ଏମଏଚର ହେଡଫୋନ ଜ୍ୟାକ୍ ମିଳିବ। ଏହି ଫୋନରେ ଆପଣଙ୍କୁ ଫିଙ୍ଗରପ୍ରିଣ୍ଟ ସେନସର ମିଳିବ ନାହିଁ। ଏହା ବଦଳରେ ଆପଣଙ୍କୁ ଫେସ୍ ଅନଲକ୍ ମିଳିବ।

Pritiparna

Recent Posts

ବାଲେଶ୍ବର ସହରରେ ୧୯ ତାରିଖ ମଧ୍ୟରାତ୍ରି ଯାଏ କର୍ଫ୍ୟୁ, ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ବାଲେଶ୍ବର : ବାଲେଶ୍ବର ସହରରେ କର୍ଫ୍ୟୁ ପରେ ୪୮ ଘଣ୍ଟା ପାଇଁ ସୋସିଆଲ ମିଡିଆ ବନ୍ଦ । ଗୋଷ୍ଠୀ ସଂଘର୍ଷ…

14 mins ago

ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କଲେ

ବରଗଡ଼ : ସେପଟେ ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

25 mins ago

ଅଟୋ ଓଲଟି ଡ୍ରାଇଭର ସମେତ ୫ ଆହାତ, ମେଡିକାଲରେ ଭର୍ତ୍ତି

ଆସ୍କା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାନିବିଲି ଗ୍ରାମ ନିକଟରେ ଯାତ୍ରୀବାହି ଅଟୋ ଓଲଟି ଡ୍ରାଇଭର ସମେତ ୫…

2 hours ago

ଦିଲ୍ଲୀରୁ ୪ ଲକ୍ଷ ଟଙ୍କା ଓ ୭୦ ଲକ୍ଷର ହୀରା ସୁନା ଗହଣା ଚୋରି କରିଥିଲେ ସୋରରୁ ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ସୋର(କେନ୍ୟୁଜ୍‌): ଦିଲ୍ଲୀରେ ଚଳାଇଥିଲେ ଲୁଟ୍‌ର ଆତଙ୍କ । କୋଟି କୋଟି ଟଙ୍କା ଲୁଟି ଦିଲ୍ଲୀରୁ ଛୁ ମାରିଥିଲେ । ସେ…

2 hours ago

ଭିଜିଲାନ୍ସ ହାତରେ ଆରଆଇ, ଲାଞ୍ଚ ନେବା ଅଭିଯୋଗରେ ଗିରଫ

ସମ୍ବଲପୁର: ପୂର୍ବରୁ ଧରାପଡିଥିଲେ, ପୁଣି ଧରା ହେଲେ । ଲାଞ୍ଚ ନେବା ଅଭିଯୋଗରେ ନାକଟିଦେଉଳ ବ୍ଲକ ଡଇଁଚା ପଞ୍ଚାୟତର ଆରଆଇ…

3 hours ago

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

3 hours ago