Samsung Galaxy A26 ର ଅପେକ୍ଷା ହେଲା ଶେଷ, ଏହି ଦମଦାର୍ ଫିଚର୍ସ ସହିତ ଶୀଘ୍ର ହେବ ଲଞ୍ଚ

Samsung Galaxy A06 କୁ ଭାରତରେ ଲଞ୍ଚ କରାଯାଇଛି । ଏହା ଚଳିତ ବର୍ଷ Samsung ଦ୍ବାରା ଲଞ୍ଚ ହୋଇଥିବା ସବୁଠାରୁ ଶସ୍ତା 5G ସ୍ମାର୍ଟଫୋନ୍ । କମ୍ପାନୀ ଏବେ Galaxy A ସିରିଜର ଆଉ ଏକ ଦମଦାର୍ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି । ଏହି ଫୋନର ସପୋର୍ଟ ପେଜ୍ ଲାଇଭ୍ ହୋଇଛି, ଯାହା ଦର୍ଶାଇଛି ଯେ ଫୋନର ଲଞ୍ଚ ବହୁତ ପାଖରେ । ପୂର୍ବରୁ Samsung ର ଏହି ମିଡ୍ ବଜେଟ୍ ସ୍ମାର୍ଟଫୋନ୍ BIS, TUV Rheinland ଏବଂ ବ୍ଲୁଟୁଥ୍ SIG ସମେତ ଅନେକ ସାର୍ଟିଫିକେସନ୍ ସାଇଟରେ ଦେଖାଯାଇଛି ।

ବର୍ତ୍ତମାନ Samsung ର ସପୋର୍ଟ ପେଜରେ ଏହି ଫୋନ୍ ବିଷୟରେ ଅଧିକ ଇନଫରମେସନ୍ ସେୟାର କରାଯାଇ ନାହିଁ । ଏହି ଫୋନ୍ ସହିତ, Samsung ଆଉ ଦୁଇଟି ଫୋନ୍ Galaxy A36 ଏବଂ Galaxy A56 କୁ ମଧ୍ୟ ଲଞ୍ଚ କରିପାରେ । ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ ତେବେ ଏହି ସ୍ମାର୍ଟଫୋନ୍ ଆସନ୍ତା ମାସରେ ଅର୍ଥାତ୍ ମାର୍ଚ୍ଚ ମାସରେ ଲଞ୍ଚ ହୋଇପାରେ । ଏହାର ପୂର୍ବ ମଡେଲ୍ Galaxy A25 5G କୁ ଡିସେମ୍ବର ୨୦୨୩ ରେ ଲଞ୍ଚ କରାଯାଇଥିଲା ।

Samsung Galaxy A26 5G ର ଫିଚର୍ସ :
ଏହି ଫୋନଟି Samsung ର ସପୋର୍ଟ ପେଜରେ SM-A26B/DS ମଡେଲ୍ ନମ୍ବର ସହିତ ଲିଷ୍ଟ ହୋଇଛି । ଏହି Samsung ଟି ସମାନ ମଡେଲ୍ ନମ୍ବର ସହିତ ବ୍ଲୁଟୁଥ୍ SIG ସାଇଟରେ ଲିଷ୍ଟ ହୋଇଥିଲା । ନିକଟରେ ଲିକ୍ ହୋଇଥିବା ଇନଫରମେସନ୍ ଅନୁସାରେ, ଏହି ଫୋନଟି ୬.୬୪ ଇଞ୍ଚକିମ୍ବା ୬.୭ ଇଞ୍ଚ ଡିସପ୍ଲେ ସହିତ ଆସିପାରେ । ଏହାର ଡିସପ୍ଲେରେ FHD+ ଅର୍ଥାତ୍ ଫୁଲ୍ HD Plus ରିଜୋଲ୍ୟୁସନ୍ ମିଳିପାରେ । ଏହା ସହିତ ଏହି ଫୋନର ଡିସପ୍ଲେ ୧୨୦ Hz ହାଇ ରିଫ୍ରେସ୍ ରେଟ୍ ଫିଚରକୁ ସପୋର୍ଟ କରିବ ।

Samsung Galaxy A ସିରିଜର ଏହି ଅପକମିଙ୍ଗ ଫୋନରେ କମ୍ପାନୀର ଇନ୍-ହାଉସ୍ Exynos 1280 ପ୍ରୋସେସର ମିଳିପାରିବ । ଏହି ଫୋନରେ ୱାଟରଡ୍ରପ୍ ନଚ୍ ଡିଜାଇନ୍ ଭଳି ଡିସପ୍ଲେ ମିଳିପାରେ । ଏହା ବ୍ୟତୀତ ଫୋନରେ ୮GB RAM ଏବଂ ୨୫୬GB ଷ୍ଟୋରେଜ୍ ର ସପୋର୍ଟ ମିଳିବ । ଏହି ଫୋନରେ ୫,୦୦୦mAh ର ଦମଦାର୍ ବ୍ୟାଟେରୀ ସହିତ ୨୫W USB Type ଚାର୍ଜିଂ ଫିଚର ମିଳିପାରିବ ।

ଏହି ସ୍ମାର୍ଟଫୋନ୍ ଟ୍ରିପଲ୍ ରିୟର କ୍ୟାମେରା ସହିତ ଆସିବ । ଏଥିରେ ୫୦MP ର ମେନ୍ କ୍ୟାମେରା ମିଳିପାରିବ । ଏହା ବ୍ୟତୀତ ୫MP ର ଆଉ ଦୁଇଟି କ୍ୟାମେରା ମିଳିପାରିବ । ଏହି ଫୋନ୍ Android 15 ଉପରେ ବେସ୍ଡ OneUI 7 ରେ କାମ କରିବ ।