ଦମଦାର୍ ଫିଚର୍ସ ସହିତ ଭାରତରେ ଲଞ୍ଚ ହେଲା Samsung Galaxy A26 5G, ୬ ବର୍ଷ ପର୍ଯ୍ୟନ୍ତ ରହିବ ସମ୍ପୂର୍ଣ୍ଣ ନୂଆ

ଭାରତରେ Samsung Galaxy A26 5G ଲଞ୍ଚ ହୋଇଛି । Samsung ର ଏହି ମିଡ୍ ବଜେଟ୍ ଫୋନ୍ ଗତ ବର୍ଷ ଲଞ୍ଚ ହୋଇଥିବା Galaxy A25 5G ର ଅପଗ୍ରେଡ୍ ହେବ । ଏହି Samsung ସ୍ମାର୍ଟଫୋନରେ ଅନେକ ଦମଦାର୍ ଫିଚର୍ସ ଏବଂ ଏକ ପାୱାରଫୁଲ୍ ୫,୦୦୦ mAh ର ବ୍ୟାଟେରୀ ମଧ୍ୟ ସାମିଲ୍ ରହିଛି । ଏହା ବ୍ୟତୀତ, ଏହି ଫୋନଟି IP67 ରେଟେଡ୍ ଏବଂ ୬ ବର୍ଷ ପର୍ଯ୍ୟନ୍ତ ନୂଆ ହୋଇ ରହିବ । ଏହା ପୂର୍ବରୁ କମ୍ପାନୀ ଭାରତୀୟ ବଜାରରେ Samsung Galaxy A56 ଏବଂ Galaxy A36 5G କୁ ମଧ୍ୟ ଲଞ୍ଚ କରିସାରିଛି । ଏହି ଦୁଇଟି ସାମସଙ୍ଗ ଫୋନ୍ ମଧ୍ୟ IP67 ରେଟେଡ୍ ହୋଇଛି ।

Samsung Galaxy A26 5G ର ପ୍ରାଇସ୍ :
ସାମସଙ୍ଗ ନିଜର ଏହି ସ୍ମାର୍ଟଫୋନରେ ଚାରୋଟି କଲର ଅପ୍ସନ୍ ରଖିଛି ଯାହା ହେଉଛି – Black, Mint, White ଏବଂ Peach ରେ ଲଞ୍ଚ ହୋଇଛି । ସାଉଥ୍ କୋରିଆନ୍ କମ୍ପାନୀର ଏହି ଫୋନ୍ ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟର ଉପଲବ୍ଧ ଯାହା – ୮ GB RAM + ୧୨୬ GB ଏବଂ ୮ GB RAM + ୨୫୬ GB ରେ ଆସିଥାଏ । ଏହାର ବେସ୍ ଭାରିଆଣ୍ଟର ପ୍ରାଇସ୍ ୨୪,୯୯୯ ଟଙ୍କା ଏବଂ ଏହାର ଟପ୍ ଭାରିଆଣ୍ଟ ୨୭,୯୯୯ ଟଙ୍କାରେ ରହିଛି । ଫୋନକୁ କିଣିବା ଉପରେ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ଇଣ୍ଟ୍ରେଷ୍ଟ ଡିସକାଉଣ୍ଟ ଅଫର ପ୍ରଦାନ କରାଯାଉଛି ।

Samsung Galaxy A26 5G ର ଫିଚର୍ସ :
Samsung ର ଏହି ସ୍ମାର୍ଟଫୋନ୍ ୬.୭ ଇଞ୍ଚର FHD+ AMOLED ଡିସପ୍ଲେ ସହିତ ଆସିଥାଏ । ଫୋନ ଡିସପ୍ଲେର ରିଜୋଲ୍ୟୁସନ୍ ୧୦୮୦ x ୨୩୪୦ ପିକ୍ସେଲ ଏବଂ ଏହା ୧୨୦Hz ହାଇ ରିଫ୍ରେସ୍ ରେଟ୍ ଫିଚରକୁ ସପୋର୍ଟ କରିଥାଏ । Samsung ନିଜର ଏହି ମିଡ୍ ବଜେଯ୍ ଫୋନର ବ୍ୟାକ୍ ଏବଂ ଫ୍ରଣ୍ଟ ପ୍ୟାନେଲରେ କର୍ଣ୍ଣିଂ ଗୋରିଲା ଗ୍ଲାସ୍ ଭିକ୍ଟସ୍ ପ୍ଳସ୍ ର ପ୍ରୋଟେକ୍ସନ୍ ଦିଆଯାଇଛି ।

ଏହି ସ୍ମାର୍ଟଫୋନରେ କମ୍ପାନୀ Exynos ୧୩୮୦ ଅକ୍ଟାକୋର୍ ପ୍ରୋସେସର ମଧୟ ଦିଆଯାଇଛି । ଏହି ଫୋନରେ ୮ GB RAM ଏବଂ ୨୫୬ GB ପର୍ଯ୍ୟନ୍ତ ଇଣ୍ଟରନାଲ୍ ଷ୍ଟୋରେଜର ସପୋର୍ଟ ମିଳିବ । ଫୋନର ଷ୍ଟୋରେଜକୁ microSD card ମାଧ୍ୟମରେ ଏକ୍ସପାଣ୍ଡ କରାଯାଇଛି । ଏହି ସ୍ମାର୍ଟଫୋନ୍ Android 15 ଉପରେ ବେସ୍ଡ OneUI ରେ କାମ କରିଥାଏ । କମ୍ପାନୀ ଆଗାମୀ ୬ ବର୍ଷ ପାଇଁ ଏହି ଫୋନ୍ ସହିତ ସଫ୍ଟୱେର ଅପଡେଟ୍ ପ୍ରଦାନ କରିବାକୁ କହିଛି, ଯାହାର ଅର୍ଥ ହେଉଛି ଏହି ଫୋନଟି ଆଗାମୀ ୬ ବର୍ଷ ପାଇଁ ନୂଆ ରହିବ ।

Samsung ର ଏହି ଫୋନର ବ୍ୟାକରେ ଟ୍ରିପଲ୍ କ୍ୟାମେରା ସେଟଅପ୍ ଦିଆଯାଇଛି । ଫୋନରେ ୫୦ MP ର ମେନ୍ କ୍ୟାମେରା ମିଳିବ, ଯାହା OIS ଅର୍ଥାତ୍ ଅପ୍ଟିକାଲ୍ ଇମେଜ୍ ଷ୍ଟାବ୍ଲାଇଜେସନ୍ ଫିଚରକୁ ସପୋର୍ଟ କରିବ । ଏହା ବ୍ୟତୀତ ଫୋନରେ ୮ MP ର ଅଲଟ୍ରା ୱାଇଡ୍ ଏବଂ ୨ MP ର ମାକ୍ରୋ କ୍ୟାମେରା ଅଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୧୩ MP ର କ୍ୟାମେରା ରହିବ । ଏଥି ସହ ଯଦି ଆପଣ ଏକ ପାୱାରଫୁଲ୍ ଫୋନ୍ କିଣିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏହି ଫୋନ୍ ବେଷ୍ଟ ଅପ୍ସନ ହୋଇପାରିବ ।