Samsung Galaxy A51 ଏବଂ Galaxy A71 ଫୋନ ଦାମ୍‌ କମିଲା, ଜାଣନ୍ତୁ କ’ଣ ରହିଛି ନୂଆ ମୂଲ୍ୟ

Samsung Galaxy A51 ଏବଂ Galaxy A71 ର ମୂଲ୍ୟ ଭାରତୀୟ ବଜାରରେ ଶସ୍ତା ହୋଇଯାଇଛି। ଏହି ଦୁଇଟି ଫୋନକୁ ସାମସଙ୍ଗ ଚଳିତବର୍ଷ ଆରମ୍ଭରେ ଭାରତରେ ଲଞ୍ଚ କରିଥିଲା। ଯାହାର ପ୍ରାରମ୍ଭିକ ମୂଲ୍ୟ ୨୩,୯୯୯ ଏବଂ ୨୯,୯୯୯ ଟଙ୍କା ଥିଲା। ଏପ୍ରିଲରେ ଜିଏସଟି ବୃଦ୍ଧି ଯୋଗୁଁ ଏହାର ମୂଲ୍ୟ ମଧ୍ୟ ବଢିଥିଲା। ଏବେ କମ୍ପାନୀ ଏହାକୁ ଅଫଲାଇନ ଷ୍ଟୋରଗୁଡିକରେ କମ୍‌ ଦାମରେ ଯୋଗାଉଛି। ଫୋନ ଦୁଇଟିର ନୂଆ ମୂଲ୍ୟ ଆମାଜନ ଇଣ୍ଡିଆ ଏବଂ ସାମସଙ୍ଗର ଅଫିସିଆଲ ସାଇଟ୍‌ରେ ଦେଖିବାକୁ ମିଳିବ।

Samsung Galaxy A 71 ମୂଲ୍ୟ ଏବେ ୮ଜିବି+୧୨୮ ଜିବି ଭାରିଅଣ୍ଟର ମୂଲ୍ୟ ୩୦,୯୯୯ ଟଙ୍କା ରହିଥିବା ବେଳେ ସେହିପରି Samsung Galaxy A 51 ର ୬ ଜିବି+୧୨୮ ଜିବି ଭାରିଅଣ୍ଟର ମୂଲ୍ୟ ୨୫,୨୫୦ ଟଙ୍କାରୁ କମ୍‌ ହୋଇ ୨୩,୯୯୯ ଟଙ୍କା ହୋଇଯାଇଛି। ଏହାର ୮ଜିବି ଭାରିଅଣ୍ଟର ମୂଲ୍ୟ ୨୫,୯୯୯ ଟଙ୍କା ରହିଛି।

samsung

Samsung Galaxy A 71 ସ୍ପେସିଫିକେସନ :

ଫୋନରେ ଦୁଇଟି ସିମ୍ ପକାଇବାର ସୁବିଧା ରହିଛି। ଏଥିରେ ୬.୭ ଇଞ୍ଚ୍ ଫୁଲ ଏଚ୍ଡି+(୧୦୮୦*୨୪୦୦) ସୁପର ଏମୋଲେଡ ଇନଫିନିଟି-ଓ ସ୍କ୍ରିନ୍ ଦିଆଯାଇଛି। ଏହାର ଆସପେକ୍ଟ ରେସିଓ ୨୦:୯ ରହିଛି। ଫୋନରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୭୩୦ ଅକ୍ଟା କୋର ପ୍ରୋସେସର ସହ ୮ ଜିବି ରାମ ଓ ୧୨୮ ଜିବି ଷ୍ଟୋରେଜ୍ ମିଳିବ। ମେମୋରି କାର୍ଡ ସାହାଯ୍ୟରେ ଏହାକୁ ୫୧୨ ଜିବି ପର୍ଯ୍ୟନ୍ତ ବଢ଼ାଇ ହେବ। ଏଥିସହ ଫୋନରେ ୪୫୦୦mAh ବ୍ୟାଟେରୀ ଦିଆଯାଇଥିବା ଜଣାଯାଇଛି।

samsj

Samsung Galaxy A 51 ସ୍ପେସିଫିକେସନ:

ଏହି ଫୋନରେ ଡୁଆଲ ସିଂ ସପୋର୍ଟ ସମେତ ଏଣ୍ଡ୍ରଏଡ଼ ୧୦ ସହ ୟୁଆଇ ୨.୦ ସୁବିଧା ମିଳିବ । ଫୋନରେ ୬.୫ ଇଞ୍ଚ ବିଶିଷ୍ଟ ସୁପର ଏମଓଲେଡ ଡିସପ୍ଲେର ଫୁଲ ଏଚଡ଼ି ପ୍ଲସ ଡିସପ୍ଲେ ମିଳିବ । ଏହି ଡିସପ୍ଲେରେ ସୁବିଧା ମଧ୍ୟ ଅଛି । ଏହାଵାଦ ସିକ୍ୟୁରିଟି ପାଇଁ ଫୋନରେ ଫିଙ୍ଗର ପ୍ରିଣ୍ଟ ସେନ୍ସର ବ୍ୟବସ୍ଥା ମଧ୍ୟ ମିଳିଛି । ଗାଲାକ୍ସି ଏ ୫୧ରେ ଆକ୍ଟକୋର ଏକ୍ସିଂଏନ୍ସ ୯୬୧୧ ପ୍ରୋସେସର, ୬ ଜିବି/ ୮ ରାମ ସହ ୧୨୮ ଜିବିର ଷ୍ଟୋରେଜ ସୁବିଧା ମଧ୍ୟ ମିଳିବ ।

Leave A Reply

Your email address will not be published.