ଲଞ୍ଚ ହୋଇଛି Samsung Galaxy Book 5 Pro, ଜାଣନ୍ତୁ ଡିଟେଲ୍ସ

ଲାପଟପ୍ କମ୍ପାନୀ ଦ୍ୱାରା ଲଟେଷ୍ଟ ଲାପଟପ୍ ଭାବରେ Samsung Galaxy Book 5 Pro ଲଞ୍ଚ କରାଯାଇଛି । Galaxy Book 5 ସିରିଜରେ ଏହା ନୂଆ ଏଡିସନ ଯେଉଁଥିରେ Intel Core Ultra ସିରିଜ୍ ୨ ପ୍ରୋସେସର ଲଗା ହେଇଛି, ଯାହାକୁ Lunar Lake କୁହାଯାଏ । ଏହା ବ୍ୟତୀତ ଏଥିରେ Dynamic AMOLED 2X ଡିସପ୍ଲେ ଏବଂ Thunderbolt 4 ପାଟ୍ସର ସପୋର୍ଟ ଦିଆଯାଇଛି । ଏହି ଲାପଟପ୍ ୧୪ ଇଞ୍ଚ ଏବଂ ୧୬ ଇଞ୍ଚ ଡିସପ୍ଳେ ଭ୍ୟାରିଆଣ୍ଟରେ ଲଞ୍ଚ କରାଯାଇଛି । ଏଥିରେ AI ଫିଚର୍ସ ମଧ୍ୟ କମ୍ପାନୀ ଦେଇଛି । ଆସନ୍ତୁ ଜାଣିବା ଏହାର ପ୍ରାଇସ୍ ଏବଂ ଅନ୍ୟାନ୍ୟ ଖାସ୍ ଫିଚର୍ସ ବିଷୟରେ ।

Samsung Galaxy Book 5 Pro ପ୍ରାରମ୍ଭରେ ସାଉଥ୍ କୋରିଆରେ ଉପଲବ୍ଧ ହେବ, ଯାହା ଜାନୁଆରୀ ୨ରୁ ସେଲ୍ ପାଇଁ ଉପଲବ୍ଧ ହେବ । କମ୍ପାନୀ ପ୍ରରମ୍ଭିକ ବିକ୍ରୟରେ ଡିସକାଉଣ୍ଟ କୁପନ ମଧ୍ୟ ପ୍ରଦାନ କରିବ ଯେଉଁଥି ପାଇଁ ଆଗ୍ରହୀ କଷ୍ଟମରମାନେ ସେଲ୍ ପାଇଁ ନୋଟିଫାଇ ଅପ୍ସନ ବାଛି ପାରିବେ । କମ୍ପାନୀ ଲାପଟପକୁ ଗ୍ରେ ଏବଂ ସିଲଭର କଲରରେ ଲଞ୍ଚ କରିଛି ।

ପୂର୍ବରୁ କୁହାଯାଇଥିବା Samsung Galaxy Book 5 Pro ୧୪ ଇଞ୍ଚ ଏବଂ ୧୬ ଇଞ୍ଚ ଡିସପ୍ଲେ ସାଇଜରେ ଆସିଥାଏ । ଏଥିରେ Dynamic AMOLED 2X ଟଚସ୍କ୍ରିନ୍ ଡିସପ୍ଲେ ଦିଆଯାଇଛି । ସ୍କ୍ରିନରେ ଆଣ୍ଟି ରିଫ୍ଲେକ୍ଟିଭ୍ କଟିଙ୍ଗ୍ ରହିଛି ଏବଂ ଭିଜଗନ୍ ବୁଷ୍ଟର ଫିଚର ମଧ୍ୟ ଅଛି । ଏଥିରେ Intel Core Ultra Processor Series 2 ରହିଥାଏ । ଏହା ସହିତ ଡେଡିକେଟେଡ୍ ନ୍ୟୁରାଲ୍ ପ୍ରୋସେସିଙ୍ଗ ୟୁନିଟି (NPU) ମଧ୍ୟ ଦିଆଯାଇଛି । ଯାହା କି ପ୍ରତି ସେକେଣ୍ଡରେ ୪୭ ଟ୍ରିଲିୟନ୍ ଅପରେସନକୁ ସପୋର୍ଟ କରେ ।

Galaxy Book 5 Pro ରେ ଦିଆଯାଇଥିବା NPU ସାହାଯ୍ୟରେ ଏହା AI କ୍ଷମତା ସହିତ ଲ୍ୟାସ୍ ହୋଇ ଆସିଥାଏ । ଏଥିରେ AI ସିଲେକ୍ଟ ଫିଚର ଅଛି ଯାହା Google ର Circle to Search ପରି କାମ କରେ । Photo Remaster ନାମକ ଅନ୍ୟ ଏକ ଫିଚର ଏଥିରେ ଦିଆଯାଇଛି ଯାହା ପୁରୁଣା ଇମେଜକୁ ହାଇ ଡେଫିନେସନ୍ ରିଜୋଲ୍ୟୁସନରେ ଚେଞ୍ଜ କରିପାରିବ ।

Samsung Galaxy Book 5 Pro ରେ ଷ୍ଟେଜ୍ HDR ଟେକ୍ନୋଲୋଜି ସହିତ ଏକ ୱେବକମ୍ ଅଛି । ସାଉଣ୍ଡ ପାଇଁ ଏଥିରେ କ୍ୱାଡ୍ ସ୍ପିକର ସେଟଅପ୍ ଅଛି ଏବଂ ଏହା ସହିତ Dolby Atmos ର ସପୋର୍ଟ ମଧ୍ୟ ଦିଆଯାଇଛି । ଏହି ଲାପଟପ୍ ସିଙ୍ଗଲ ଚାର୍ଜରେ ୨୫ ଘଣ୍ଟା ଚାଲିପାରିବ । କନ୍ନେକ୍ଟିଭିଟି ପାଇଁ ଏଥିରେ Thunderbolt 4, HDMI 2.1, USB Type-A ପୋର୍ଟ, ୩.୫ mm ହେଡଫୋନ୍ ଜ୍ୟାକ୍ ଏବଂ ମାଇକ୍ରୋ SD କାର୍ଡ ରିଡର ମଧ୍ୟ ଅଛି ।