Samsung ଖୁବ୍ ଶୀଘ୍ର ଲଞ୍ଚ କରିବ ଦୁଇଟି ଦମଦାର୍ ସ୍ମାର୍ଟଫୋନ୍, BIS ରେ ହୋଇଛି ଲିଷ୍ଟ

Samsung ଭାରତୀୟ ବଜାରରେ ଶହ ଶହ ଫୋନ୍ ଲଞ୍ଚ କରିଛି । ଦକ୍ଷିଣ କୋରିଆ କମ୍ପାନୀ ଖୁବ୍ ଶୀଘ୍ର ନିଜର ଫ୍ଲାଗସିପ୍ Galaxy S25 ସିରିଜକୁ ଭାରତ ସମେତ ଗ୍ଲୋବାଲ୍ ମାର୍କେଟରେ ଲଞ୍ଚ କରିବାକୁ ଯାଉଛି । Samsung ର ଏହି ସିରିଜ୍ ଜାନୁଆରୀ ୨୨ ରେ ଲଞ୍ଚ ହେବାକୁ ଯାଉଛି । ଏହା ବ୍ୟତୀତ କମ୍ପାନୀ Galaxy F ଏବଂ Galaxy M ସିରିଜରେ ଦୁଇଟି ମିଡ୍ ବଜେଟ୍ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି । ଏହି ଦୁଇଟି ଫୋନକୁ ଭାରତୀୟ ସାର୍ଟିଫିକେସନ୍ ସାଇଟ୍ BIS ରେ ଦେଖିବାକୁ ମିଳିଛି । Samsung ର ଏହି ଫୋନ୍ Galaxy F06 ଏବଂ Galaxy M06 ନାମରେ ଲଞ୍ଚ କରାଯାଇପାରିବ ।
Samsung ର ଏହି ଦୁଇଟି ଫୋନ୍ BIS ରେ ଲିଷ୍ଟ କରାଯାଇଛି । ଗତ ବର୍ଷ ଲଞ୍ଚ ହୋଇଥିବା Galaxy F06 ଏବଂ Galaxy M05 ର ଅପଗ୍ରେଡ୍ ଭର୍ସନ ହୋଇଛି । ଏକ ରିପୋର୍ଟ ଅନୁଯାୟୀ, Samsung ର ଏହି ଫୋନ୍ BIS ର ମଡେଲ ନମ୍ବର- SM-E066B/DS ଏବଂ SM-M066B/DS ନାମରେ ଦେଖାଯିବ । ଏହି ଦୁଇଟି ଫୋନ୍ ଡୁଆଲ୍ ସିମ୍ କାର୍ଡ ସପୋର୍ଟ ସହିତ ଆସିବ ।
ଏହା ବ୍ୟତୀତ Samsung ର ଏହି ଦୁଇଟି 5G ଫୋନ୍ ସମାନ ମଡେଳ ନମ୍ବର ସହିତ WiFi Alliance ସାର୍ଟିଫିକେସନ୍ ସାଇଟରେ ମଧ୍ୟ ଦେଖିବାକୁ ମିଳିଛି । Samsung ର ଏହି ଦୁଇଟି ଫୋନ୍ ୬.୭ ଇଞ୍ଚର HD ଡିସପ୍ଲେ ସହିତ ଲଞ୍ଚ କରାଯାଇପାରିବ । ଫୋନରେ ୪ GB RAM ଏବଂ ୬୪GB ଷ୍ଟୋରେଜର ସପୋର୍ଟ ମିଳିଥାଏ । ଏହାର ବ୍ୟାକରେ ଡୁଆଲ୍ କ୍ୟାମେରା ସେଟଅପ୍ ରହିଛି । ଏଥିରେ ୫୦ MP ର ମେନ୍ ଏବଂ ୨ MP ର ସେକେଣ୍ଡାରୀ କ୍ୟାମେରା ରହିଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୮ MP ର କ୍ୟାମେରା ମିଳିବ । ଏହି ଉଭୟ ଫୋନ୍ ୫,୦୦୦mAh ର ବ୍ୟାଟେରୀ ଏବଂ ୨୫W USB Type C ଚାର୍ଜିଂ ଫିଚର ସହିତ ଆସିପାରେ ।
Samsung ର ଏହି ଫ୍ଲାଗସିପ୍ ସ୍ମାର୍ଟଫୋନ୍ ସିରିଜ୍ ଜାନୁଆରୀ ୨୨ ରେ ଲଞ୍ଚ କରାଯିବ । ଏହି ସିରିଜରେ Galaxy S25, Galaxy S25+ ଏବଂ Galaxy S25 Ultra ସ୍ମାର୍ଟଫୋନ୍ ଲଞ୍ଚ କରାଯିବ । ଏହି ତିନୋଟି ଫୋନ୍ ବ୍ୟତୀତ ଦକ୍ଷିଣ କୋରିଆ କମ୍ପାନୀ ଚଳିତ ବର୍ଷ Galaxy S25 Slim କୁ ମଧ୍ୟ ଲଞ୍ଚ କରିପାରିବ । ପୂର୍ବରୁ ଆସିଥିବା ଲିକକୁ ଯଦି ବିଶ୍ବାସ କରାଯାଏ ତେବେ ଏହି Samsung ର ଏହି ଫୋନ୍ ବ୍ରାଣ୍ଡର ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠୁ ସ୍ଲିମ୍ ଫୋନ୍ ହେବ । ଏହି ଫୋନର ଫିଚର୍ସ ମଧ୍ୟ Galaxy S25 ପରି ମଧ୍ୟ ହୋଇପାରେ ।