ଆରମ୍ଭ ହେଲା Samsung Galaxy F54ର ପ୍ରି-ଅଡର, ରହିଛି ଜବରଦସ୍ତ କ୍ୟାମେରା ଫିଚର

ଭାରତୀୟ ବଜାରରେ Samsung Galaxy F54 । Galaxy F ସିରିଜରେ ଏହା ଏକ ପ୍ରିମିୟମ ସ୍ମାର୍ଟଫୋନ । ଜୁନ ୬ ତାରିଖରେ ଭାରତରେ ଲଞ୍ଚ କରିବ । ଏଥିରେ ରହିଛି 6.7 ଇଞ୍ଚ ଫୁଲ ଏଚଡି ପ୍ଲସ ସୁପର ଏଏମଓଏଲଇଡି ଡିସପ୍ଲେ । ଏହି ଫୋନରେ Android 13 ଅପରେଟିଂ ସିଷ୍ଟମ ରହିଛି । ଏଥିରେ Mali-G68 MP5 ଗ୍ରାଫିକ୍ସ କାର୍ଡ ସହ Exynos 1380 ଚିପସେଟ ରହିଛି ।

କେନ୍ୟୁଜ୍‌(ବ୍ୟୁରୋ): ଆସନ୍ତା ମାସରେ ଭାରତୀୟ ବଜାରରେ ମିଳିବ Samsung Galaxy F54 । ଗତକାଲି କମ୍ପାନୀ ପକ୍ଷରୁ ଏହା ଘୋଷଣା କରାଯାଇଛି । Galaxy F ସିରିଜରେ ଏହା ଏକ ପ୍ରିମିୟମ ସ୍ମାର୍ଟଫୋନ ହେବ । ଆସନ୍ତା ଜୁନ ୬ ତାରିଖରେ ଏହି ସ୍ମାର୍ଟଫୋନ ଭାରତରେ ଲଞ୍ଚ କରିବ । ସାମସଙ୍ଗର ଅନଲାଇନ ଷ୍ଟୋରଠୁ ଆରମ୍ଭ କରି ବିଭିନ୍ନ ଇ-କମର୍ସ ପ୍ଲାଟଫର୍ମରେ ଏହି ଫୋନକୁ ଆପଣ କିଣି ପାରିବେ । ଗତକାଲିଠୁ ଏହାର ପ୍ରି ଅଡର ଆରମ୍ଭ ହୋଇ ସାରିଛି । ଏହାର ଦାମ ପ୍ରାୟ ୩୦ ହଜାର ରହିବ ବୋଲି ଆଶା କରାଯାଉଛି । ତେବେ ଆସନ୍ତୁ ନଜର ପକାଇବା ଏହାର ଫିଚର ଉପରେ ।

ଏଥିରେ ରହିଛି 6.7 ଇଞ୍ଚ ଫୁଲ ଏଚଡି ପ୍ଲସ ସୁପର ଏଏମଓଏଲଇଡି ପ୍ଲସ ଇନଫିନିଟି ଡିସପ୍ଲେ । ଏହାସହ ଏହାର ଡିସପ୍ଲେର ରିଫ୍ରେସ ରେଟ ରହିଛି 120Hz । ଏହାର ସ୍କ୍ରିନ ଟୁ ବଡି ରେସିଓ ରହିଛି 85.2 ପ୍ରତିଶତ । ଏହାସହ ଏହାର 1080×2400 ପିକ୍ସେଲ ରିଜୋଲୁସନ ରହିଛି । ସେହିପରି ଏହାର ଓଜନ ରହିଛି ୧୯୯ ଗ୍ରାମ ।

ଅପରେଟିଂ ସିଷ୍ଟମ କଥା ଦେଖିଲେ ଏହି ଫୋନ Android 13 ଅପରେଟିଂ ସିଷ୍ଟମ ସହ One UI 5.1 ରେ ଚାଲିବ । ପ୍ରୋସେସର କଥା ଦେଖିଲେ ଏଥିରେ Mali-G68 MP5 ଗ୍ରାଫିକ୍ସ କାର୍ଡ ସହ Exynos 1380 ଚିପସେଟ ରହିଛି । ଏହି ଫୋନ ଦୁଇଟି ଭାରିଆଣ୍ଟରେ ଉପଲବ୍ଧ । 6ଜିବି RAM ସହ 128ଜିବି ଷ୍ଟୋରେଜ କାପାସିଟି ଓ 8ଜିବି RAM ସହ 256ଜିବି ଷ୍ଟୋରେଜ କାପାସିଟି । ଏହାକୁ 1 ଟିବି ପର୍ଯ୍ୟନ୍ତ ଅପଗ୍ରେଡ କରାଯାଇ ପାରିବ ।

କ୍ୟାମେରା ଫିଚର ଉପରେ ନଜର ପକାଇଲେ ଏହାର ରିଅରରେ ଟ୍ରିପଲ କ୍ୟାମେରା ସେଟଅପ ଦେଖିବାକୁ ମିଳିବ । ଏଥିରେ ରହିଛି OIS ସପୋର୍ଟ ସହ 108 ମେଗାପିକ୍ସେଲ ଓ୍ଵାଇଡ ଆଙ୍ଗେଲ ପ୍ରାଇମେରି କ୍ୟାମେରା । ଏହାସହ 8 ମେଗାପିକ୍ସେଲ ଅଲଟ୍ରା ଓ୍ଵାଇଡ ଆଙ୍ଗେଲ କ୍ୟାମେରା ଓ 2 ମେଗାପିକ୍ସେଲ ମାକ୍ରୋ କ୍ୟାମେରା । ଏଲଇଡି ଫ୍ଲାସ ସହ ଅଟୋ ଫୋକସ ଫିଚର ରହିଛି । ସେହିପରି ଏହାର ଫ୍ରଣ୍ଟରେ ରହିଛି 32 ମେଗାପିକ୍ସେଲ ସେଲିଫି କ୍ୟାମେରା ।

ବ୍ୟାଟେରି ବ୍ୟାକଅପ କଥା ଦେଖିଲେ । ଏଥିରେ ରହିଛି 6000 mAh ବ୍ୟାଟେରି । ଏହାସହ ଏଥିରେ 25 ଓ୍ଵାଟ ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି । ସେହିପରି ଏଥିରେ ଟାଇପ-ସି ଚାର୍ଜି ପୋର୍ଟ ରହିଛି । ଏଥିରେ ବ୍ଲୁ ତୁଥ୍‌ 5.3 ସପୋର୍ଟ ସହ ଓ୍ଵାଇ ଫାଇ 5ର ସପୋର୍ଟ ମିଳିବ । ଏହା ଦୁଇଟି କଲର ଭାରିଆଣ୍ଟରେ ବଜାରରେ ଉପଲବ୍ଧ ହେବ । ସିଲଭର ଓ ଡାର୍କ ବ୍ଲୁ ।

 

Leave A Reply

Your email address will not be published.