ସାମସଙ୍ଗ୍ ଭାରତରେ galaxy f55 5g ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି ସ୍ମାର୍ଟଫୋନଗୁଡ଼ିକ ସାମସଙ୍ଗ୍ ୱେବସାଇଟ୍, ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟ ଏବଂ ରିଟେଲ୍ ଷ୍ଟୋର ଗୁଡ଼ିକରେ ମିଳିବ ବୋଲି କମ୍ପାନୀ ଘୋଷଣା କରିଛି । ସାମସଙ୍ଗର ଏହି ଫୋନ୍ ଦୁଇଟି କଲରରେ ମିଳିବ । ଏହା ମେ ୧୭ରେ ଭାରତରେ ଲଞ୍ଚ ହେବ ବୋଲି କୁହାଯାଉଛି ।
ସାମସଙ୍ଗ galaxy f55 5g ସ୍ମାର୍ଟଫୋନ୍ ପଛରେ ଏକ ଭର୍ଟିକାଲ ଏଲାଇନମେଣ୍ଟରେ ଟ୍ରିପଲ୍ କ୍ୟାମେରା ସିଷ୍ଟମ୍ ରହିବ ବୋଲି ଆଶା କରାଯାଉଛି । ପ୍ରତ୍ୟେକ କ୍ୟାମେରା ଲେନ୍ସକୁ ଗୋଲ୍ଡେନ୍ କଲର ଦିଆଯାଇଛି । ସ୍ମାର୍ଟଫୋନର ସାଇଡ୍ ଫ୍ରେମକୁ ଆପ୍ରିକଟ୍ କ୍ରସ୍ ରଙ୍ଗର ଭାରିଆଣ୍ଟରେ ଗୋଲ୍ଡ କଲରରେ ଫିନିଶ୍ ଦିଆଯାଇଛି । ଅନ୍ୟ ପଟେ ରେସିନ୍ ବ୍ଲାକ୍ ରଙ୍ଗର ଭାରିଆଣ୍ଟ ଫ୍ରେମରେ ଏକ ବ୍ଲାକ୍ ମେଟାଲିକ୍ ଫିନିଶ୍ ଦିଆଯାଇଛି, ଯାହା ଏହାର ବ୍ଲାକ୍ ଭେଜାନ୍ ଲେଦର ବ୍ୟାକ୍ ପ୍ୟାନେଲକୁ କମ୍ପଲିଟ୍ କରିବ ।
galaxy f55 5g ରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୭ ଜେନ ୧ ମିଳିବ ବୋଲି ଆଶା କରାଯାଉଛି । ୮ ଜିବି ରାମ୍ ଏବଂ ୨୫୬ ଜିବି ପର୍ଯ୍ୟନ୍ତ ଅନବୋର୍ଡ ଷ୍ଟୋରେଜ୍ ସହିତ ଯୋଡ଼ା ଯାଇଛି । ଏଥିରେ ୧୨୦ Hz ର ୬.୭ ଇଞ୍ଚର ସୁପର AMOLED ଡିସପ୍ଲେ ରହିବ ବୋଲି ଆଶା କରାଯାଉଛି । କ୍ୟାମେରା ବିଷୟରେ କହିବାକୁ ଗଲେ, galaxy f55 5g ରେ ୫୦ ମେଗାପିକ୍ସେଲର ମେନ୍ କ୍ୟାମେରା ସହିତ ଅପ୍ଟିକାଲ୍ ଇମେଜ୍ ଷ୍ଟାବିଲାଇଜେସନ୍ (OIS), ୮ MP ଅଲ୍ଟ୍ରା ୱାଇଡ୍ ଆଙ୍ଗଲ୍ ଲେନ୍ସ ଏବଂ ୨ MP ମାକ୍ରୋ କ୍ୟାମେରା ରହିବ ବୋଲି ଆଶା କରାଯାଉଛି । ଫ୍ରଣ୍ଟରେ ଏକ ପଞ୍ଚ-ହୋଲ୍ ଡିଜାଇନରେ ୫୦MP କ୍ୟାମେରା ରହିବ ବୋଲି ଆଶା କରାଯାଉଛି ।
ସାମସଙ୍ଗ galaxy f55 5gରେ ୪୫ W ଓ୍ଵାୟର ଚାର୍ଜିଂ ସପୋର୍ଟ ସହିତ ୫୦୦୦ mAh ବ୍ୟାଟେରୀ ପ୍ୟାକ୍ ରହିପାରେ । ଧୂଳି ଏବଂ ପାଣିକୁ ରୋକିବା ପାଇଁ ସ୍ମାର୍ଟଫୋନକୁ IP67 ରେଟିଂ ଦିଆଯିବ ବୋଲି ଆଶା କରାଯାଉଛି ।
ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…
ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…
ଭୁବନେଶ୍ୱର(କେନ୍ୟୁଜ୍): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…
ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…
ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍ରୁ ପ୍ରେମିକା…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…