ଲଞ୍ଚ ହୋଇଛି Samsung ର ଏକ ଜବରଦସ୍ତ ସ୍ମାର୍ଟଫୋନ୍, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ

Samsung ନିଜର ଆଉ ଏକ ମିଡ୍ ବଜେଟ୍ 5G ସ୍ମାର୍ଟଫୋନ୍ ଭାରତରେ ଲଞ୍ଚ କରିଛି । ହଁ ଆଜ୍ଞା, ଆପଣ ଖୋଜୁଥିବା ଫୋନ୍ ବର୍ତ୍ତମାନ ମାର୍କେଟରେ ଧମାକା କରୁଛି । ଆମେ ଯେଉଁ ଫୋନ୍ ବିଷୟରେ ଆପଣଙ୍କୁ କହୁଛୁ ତାହାର ନାମ ହେଉଛି- Samsung Galaxy F56 5G । ତେବେ ଆସନ୍ତୁ ଜାଣିବା ଏହି ଫୋନର ସମ୍ପୂର୍ଣ୍ଣ ଡିଟେଲ୍ସ ।

Samsung ର ଏହି ଫୋନ୍ Galaxy F ସିରିଜରେ ଉପସ୍ଥାପନ କରାଯାଇଛି । ଯାହା ପୂର୍ବ ବର୍ଷ ଲଞ୍ଚ ହୋଇଥିବା Galaxy F55 5G ର ଅପଗ୍ରେଡ୍ ମହେଳ ହେବ । ଏଥି ସହ Samsung ର ଏହି ଫୋନ୍ ନୂଆ କ୍ୟାମେରା ଡିଜାଇନ୍, OneUI 7 ଏବଂ ଦମଦାର୍ ୫,୦୦୦ mAh ବ୍ୟାଟେରୀ ସିହିତ ଆସିଥାଏ । Samsung ଏହି ଫୋନକୁ ଭାରତୀୟ ବଜାରରେ ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟରେ ଉପସ୍ଥାପନ କରିଛି ।

Samsung Galaxy F56 5G ର ପ୍ରାଇସ୍ :
Samsung ର ଏହି ଫୋନ୍ ୮GB RAM ଏବଂ ୨୫୬GB ଷ୍ଟୋରେଜ୍ ସପୋର୍ଟ ସହିତ ଆସିଥାଏ । ଏହା ୮GB RAM + ୧୨୮GB ଷ୍ଟୋରେଜ୍ ଏବଂ ୮GB RAM + ୨୫୬GB ରେ ଲଞ୍ଚ କରାଯାଇଛି । ଏହାର ପ୍ରାରମ୍ଭିକ ମୂଲ୍ୟ ୨୭,୯୯୯ ଟଙ୍କା । ସେହିଭଳି ଏହାର ଟପ୍ ଭାରିଆଣ୍ଟର ପ୍ରାଇସ୍ ୩୦,୯୯୯ ଟଙ୍କା ରହିଛି । ଏଥି ସହ ଏହି ଫୋନ୍ଟି ସାମସଙ୍ଗ୍ର ଅଫିସିଆଲ୍ ୱେବସାଇଟ୍ ସହିତ ଅନ୍ୟାନ୍ୟ ଅଫ୍ଲାଇନ୍ ଏବଂ ଅନ୍ଲାଇନ୍ ଚ୍ୟାନେଲ୍ ମାଧ୍ୟମରେ ସେଲ୍ ହେବ । Samsung Galaxy F56 5G କିଣିବା ଉପରେ ୨୦୦୦ ଟଙ୍କାର ଇଣ୍ଟ୍ରେଷ୍ଟ ବ୍ୟାଙ୍କ୍ ଡିସକାଉଣ୍ଟ ମିଳିବ ।
Samsung Galaxy F56 5G ର ଫିଚର୍ସ :
Samsung ର ଏହି ଫୋନ୍ ୬.୭ ଇଞ୍ଚର FHD+ ସୁପର AMOLED ଡିସପ୍ଲେ ସହିତ ଆସିଥାଏ । କମ୍ପାନୀ ଏଥିରେ Infinity-O HDR ଡିସପ୍ଲେର ବ୍ୟବହାର କରିଛି । ଏଥି ସହ ଫୋନର ଡିସପ୍ଲେ ୧୨୦Hz ହାଇ ରିଫ୍ରେସ୍ ରେଟ୍ ଫିଚରକୁ ସପୋର୍ଟ କରିଥାଏ । ଏହାର ଡିସପ୍ଲେ ୧୨୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସ୍ ଫିଚରକୁ ସପୋର୍ଟ କରିଥାଏ । ଏହାର ପ୍ରୋଟେକ୍ସନ ପାଇଁ କର୍ନିଂଙ୍ଗ ଗୋରିଲା ଗ୍ଲାସ୍ ଭିକ୍ଟସ୍ ପ୍ଲସ୍ ଦିଆଯାଇଛି ।

Samsung ର ଏହି ଫୋନ୍ ୮GB RAM ଏବଂ ୨୫୬GB ଷ୍ଟୋରେଜ୍ ପର୍ଯ୍ୟନ୍ତ ସପୋର୍ଟ କରିଥାଏ । ଏହି ଫୋନରେ କମ୍ପାନୀ ଇନ-ହାଉସ୍ Exynos ୧୪୮୦ ପ୍ରୋସେସର ଦେଇଛି । ଫୋନ୍ Android 15 ଉପରେ ବେସ୍ଡ OneUI 7 ରେ କାମ କରିଥାଏ । ଏଥି ସହ ଏହି ଫୋନରେ ଡୁଆଲ୍ ନାନୋ SIM କାର୍ଡ ରହିଛି । ଫୋନରେ ୫,୦୦୦mAh ର ଦମଦାର୍ ବ୍ୟାଟେରୀ ଦିଆଯାଇଛି । ଏହି ଫୋନରେ ଚାର୍ଜିଂ ପାଇଁ USB Type C ମିଳିଥାଏ, ଯାହା ୪୫W ର ସପୋର୍ଟ କରିଥାଏ ।

ଏଥି ସହ ଜାଣି ରଖନ୍ତୁ ଯେ ଏହି ଫୋନର ବ୍ୟାକରେ ଟ୍ରିପଲ୍ କ୍ୟାମେରା ସେଟଅପ୍ ଦିଆଯାଇଛି । ଫୋନରେ ୫୦MP ର ମେନ୍ OIS କ୍ୟାମେରା ମିଳିବ । ଏହା ସହିତ ୮ MP ର ଅଲ୍ଟ୍ରା ୱାଇହ୍ କ୍ୟାମେରା ମିଳିଥାଏ । ସେହିଭଳି ଏଥିରେ ୨ MP ର ମାକ୍ରୋ କ୍ୟାମେରା ମଧ୍ୟ ଉପଲବ୍ଧ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୧୨ MP ର କ୍ୟାମେରା ଦିଆଯାଇଛି । ସିକ୍ୟୁରିଟି ପାଇଁ ଏହି ଫୋନରେ ସାଇଡ୍ ମାଉଣ୍ଟେଡ୍ ଫିଜିକାଳ୍ ଫିଙ୍ଗରପ୍ରିଣ୍ଟ ସେନ୍ସର ମିଳିବ । ଯଦି ଆପଣ ଆର୍ଫଡେବଲ୍ ପ୍ରାଇସରେ ଏକ ପାୱାରଫୁଲ୍ ସ୍ବାର୍ଟଫୋନ୍ କିଣିବା ପାଇଁ ପ୍ଲାନ୍ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏହି ଫୋନ୍ ବେଷ୍ଟ ଅପ୍ସନ ହୋଇପାରିବ ।