7000 mAh ବ୍ଯାଟେରୀ ଥିବା Samsung Galaxy F62ରେ ମିଳୁଛି ୭ ହଜାର ଡିସକାଉଣ୍ଟ, ଜାଣନ୍ତୁ କେଉଁଠି ମିଳୁଛି ଏହି ଅଫର

ସ୍ମାର୍ଟଫୋନରେ ଗେମ୍ ଖେଳିବାକୁ ଅନେକ ଯୁବପିଢି ପସନ୍ଦ କରନ୍ତି। ଖାସ୍ ଏଥିପାଇଁ ଦମଦାର ବ୍ଯାଟେରୀ ଥିବା ଫୋନ ଖୋଜୁଛନ୍ତି ଯୁବପିଢି। ଯଦି ଆପଣ ଏପରି ଖୋଜୁଛନ୍ତି, ତେବେ ଆପଣଙ୍କ ପାଇଁ ଭଲ ସୁଯୋଗ। ଇ-କର୍ମସ ସାଇଟ ଫ୍ଲିପକାର୍ଟରେ Samsung ର 7000 mAh ବ୍ଯାଟେରୀ ଥିବା ସ୍ମାର୍ଟଫୋନ Galaxy F62 ରେ ୭ ହଜାର ଟଙ୍କାର ଡିସକାଉଣ୍ଟ ମିଳୁଛି। ଫୋନର ଦୁଇଟି ଭାରିଅଣ୍ଟରେ ଏହି ଡିସକାଉଣ୍ଟ ଦିଆଯାଉଛି। ତେବେ ଜାଣନ୍ତୁ ଫୋନର ଦାମ୍ ଏବଂ ସ୍ପେସିଫିକେସନ କ’ଣ ରହିଛି।

Samsung Galaxy F62 ସ୍ମାର୍ଟଫୋନର ୬ ଜିବି ଏବଂ ୧୨୮ ଜିବି ଇଣ୍ଟରନାଲ ଷ୍ଟୋରେଜ ଥିବା ଫୋନର ଦାମ୍ ୨୩,୯୯୯ ଟଙ୍କା ଏବଂ ୮ ଜିବି ରାମ ଏବଂ ୧୨୮ ଜିବି ଷ୍ଟୋରେଜ ଭାରିଅଣ୍ଟର ଦାମ ୨୫,୯୯୯ ଟଙ୍କା ରହିଛି। ଏହାକୁ ଆପଣ ICICI ବ୍ଯାଙ୍କ କାର୍ଡ ଜରିଆରେ ଆପଣ ୨,୫୦୦ ଟଙ୍କା ଇନଷ୍ଟାଣ୍ଟ ଡିସକାଉଣ୍ଟରେ କିଣିପାରିବେ। ଏହାସହିତ ଏକ୍ସଚେଞ୍ଜ ଅଫରରେ ଆପଣଙ୍କୁ ୧୬,୮୦୦ ଟଙ୍କାରେ ଏହାକୁ କିଣିପାରିବେ।

ସ୍ପେସିଫିକେସନ:

Samsung Galaxy F62 ରେ ୬.୭ ଇଞ୍ଚର ସୁପର OMLED ଡିସପ୍ଲେ ଦିଆଯାଇଛି। ଏହା ଆଣ୍ଡ୍ରଏଡ ୧୧ ଅପରେଟିଂ ସିଷ୍ଟରେ କାମ କରିବ। ପରଫରମାନ୍ସ ପାଇଁ ୭ ନାନୋମିଟର ପ୍ରୋସେସ ଟେକନୋଲଜି ଲେସ Exynos 9825 ପ୍ରୋସେସର ୟୁଜ କରାଯାଇଛି।

ଏଥିରେ ୬୪ ମେଗାପିକ୍ସେଲ ପ୍ରାଇମେରି, ୧୩ ମେଗାପିକ୍ସେଲ ଅଟ୍ରା ୱାଇଡ ଏବଂ ୨ ମେଗାପିକ୍ସେଲ ମାଇକ୍ରୋ, ୨ ମେଗାପିକ୍ସେଲ ଡେପ୍ଥ ସେନର ଦିଆଯାଇଛି। ସେଲଫି ପାଇଁ ଫ୍ରଣ୍ଟ ପ୍ଯାନେଲରେ ପଞ୍ଚ ହୋଲ କଟ ଆଉଟ୍ ଡିଜାଇନ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.