ଲଞ୍ଚ ହେଲା Samsung ର Galaxy Fold ସ୍ମାର୍ଟଫୋନ୍ , ଯେଉଁଥିରେ ରହିଛି ୬ଟି କ୍ୟାମେରା

Samsung ଏକ ବଡ ପ୍ରତିକ୍ଷା ପରେ ଶେଷରେ ନିଜର ପ୍ରଥମ ଫୋଲ୍ଡ ସ୍ମାର୍ଟଫୋନ୍ ଲଞ୍ଚ କରିଛି । Samsung ର Galaxy Fold ର ଲଞ୍ଚିଙ୍ଗ ସେନପ୍ରାନ୍ସସିସ୍କୋରେ ଆୟୋଜିତ ଗ୍ୟାଲେକ୍ସି ଅନପ୍ୟାକଡ୍ ୨୦୧୯ ଇଭେଣ୍ଟରେ କରାଯାଇଥିଲା । ସାମସଙ୍ଗ ଗ୍ୟାଲେକ୍ସି ଫୋଲ୍ଡ ସହିତ ଏହି ଇଭେଣ୍ଟରେ ଏସ୍ ସିରିଜର ଗ୍ୟାଲେକ୍ସି ଏସ୍ ୧୦, ଗ୍ୟାଲେକ୍ସି ଏସ୍୧୦ଇ ଏବଂ ଗ୍ୟାଲେକ୍ସି ଏସ୧୦ ପ୍ଳସ୍ ଲଞ୍ଚ କରିଛି । ତେବେ ଏହି ଗ୍ୟାଲେକ୍ସି ଫୋଲ୍ଡର ଖାସିୟତ୍ ହେଉଛି ଏଥିରେ ଦୁଇଟି ଡିସପ୍ଳେ ରହିଛି ଏବଂ ଏହି ଫୋନ୍ ଖାତା କିମ୍ବା ବହି ଭଳି ମୋଡି ହୋଇଯାଉଛି ।

smart phoneଏହି ଫୋନ୍ ର ସ୍ପେସିଫିକେସନ୍ କଥା କହିଲେ କମ୍ପନୀ ଏହି ପ୍ରୋସେସର ର ଖଉଲାସା କରିନାହାନ୍ତି । କିନ୍ତୁ ଏହି ପ୍ରୋସେସର 7nm ପ୍ରୋସେସରେ ତିଆରି ହୋଇଛି । କୁହାଯାଉଛି କି Qualcomm Snapdragon 855 ପ୍ରୋସେସ ଏଥିରେ ରହିଛି । ଏହି ପୋନ୍ ରେ ୭.୩ ଇଞ୍ଚର ଇନଫିନିଟି ପ୍ଳେକ୍ସ ଡାଏନାମିକ୍ ପ୍ରାଇମେରୀ ଡିସପ୍ଳେ ରହିଛି ଯେଉଁଥିରେ ରିଜଲ୍ୟୁସନ୍ 1536×2152 ପିକ୍ସେଲ୍ ଅଛି ।

phoneତେବେ ଅନ୍ୟ ଡିସପ୍ଳେରେ ୪.୬ ଇଞ୍ଚର ସୁପର ଆମୋଲେଡି ଡିସପ୍ଳେ ରହିଛି ଯାହାର ରିଜଲ୍ୟୁସନ୍ 840×1960  ପିକ୍ସେଲ୍ ଅଟେ । ଫୋନର ଷ୍ଟୋରେଜ୍ କଥା କହିଲେ ଏଥିରେ ୧୨ଜିବି ରାମ୍ ସହିତ ୫୧୨ଜିବିର ଷ୍ଟୋରେଜ୍ ମିଳିବ ଯେଉଁଥିରେ ମେମୋରି କାର୍ଡ ର ସାହାର୍ଯ୍ୟରେ ବଢାଯାଇପାରିବ ନାହିଁ । ଏହି ଫୋନରେ ଦୁଇଟି ବ୍ୟାଟେରୀ ଦିଆଯାଇଛି ଯାହାର କ୍ଷମତା 4380mAh ରହିଛି ।

foldଏହି ଫୋନରେ ସମୁଦାୟ ୬ଟି କ୍ୟାମେରା ରହିଛି ଯେଉଁଥିରୁ ୩ଟି ପଛରେ ଏବଂ ୨ଟି ଭିତର ପାଖରେ ଏବଂ ଆଉ ଏକ ସାମ୍ନା ପଟେ ରହିଛି । ଫୋନର ରିୟର ପ୍ୟାନେଲରେ ୧୬ ମେଗାପିକ୍ସେଲର ଅଲ୍ଟ୍ରା ୱାଇଡ୍ ଏଙ୍ଗଲର ପ୍ରଥମ ଲେନ୍ସ, ୧୨ ମେଗାପିକ୍ସେଲର ୱାଇଡ ଏଙ୍ଗଲର ଲେନ୍ସ ଏବଂ ୧୨ ମେଗାପିକ୍ସେଲର ଟେଲିଫୋନ୍ ଲେନ୍ସ ରହିଛି । ଏବଂ ସାମ୍ନାରେ ୧୦ ମେଗାପିକ୍ସେଲ୍ ଓ ୮ ମେଗାପିକ୍ସେଲର ଡୁଆଲ୍ କ୍ୟାମେରା ସେଟଅପ୍ ଅଛି । ସେଠାରେ ସେଲ୍ଫି କ୍ୟାମେରା ମଧ୍ୟ ୧୦ ମେଗାପିକ୍ସେଲର ରହିଛି । ଏପରି ସ୍ଥିତିରେ ଆପଣଙ୍କ ଫୋନ୍ ଯେଉଁ ଆଡକୁ ମଧ୍ୟ ମୋଡି ହୋଇ ଥାଉ ସବୁ କ୍ଷେତ୍ରରେ ଫଟୋ କ୍ଳିକ୍ କରିପାରିବେ ।

samsung galaxy foldସାମସଙ୍ଗ ମୁତାବକ ଏହି ଫୋନର ବିକ୍ରୀ ୨୬ ଏପ୍ରେଲ ୨୦୧୯ରେ ଦେଶର କିଛି ସ୍ଥାନରେ ଆରମ୍ଭ ହେବ । ଏହି ଫୋନର ମୂଲ୍ୟ ଭାରତୀୟ ମୁଦ୍ରା ଅନୁସାରେ ପାଖାପାଖି ୧ ଲକ୍ଷ ୪୧ ହଜାର ୩୦୦ ଟଙ୍କା ଅଟେ । ଏହି ଫୋନ୍ ଗ୍ରୀନ୍,ବ୍ଳୁ, ସିଲଭର ଏବଂ ବ୍ଳାକ୍ କଲରରେ ଉପଲବ୍ଧ ହେବ । ତେବେ ଭାରତରେ ଏହାର କେବେ ବିକ୍ରୀ ଆରମ୍ଭ ହେବ ସେନେଇ କିଛି ସୂଚନା ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.