ସାମସଙ୍ଗର ଏହି ୪ଟି ଲାଟେଷ୍ଟ ମଡେଲରେ ରହିଛି ପୂଜାର ବେଷ୍ଟ ଅଫର

ଆସିଯାଇଛି ଫେଷ୍ଟିିଭ ସିଜିନ୍‌। ଯାହାକୁ ନେଇ ଏବେ ପୁରା ବଜାର ଚଳଚଞ୍ଚଳ ହୋଇଉଠିଛି। ଖାସ୍‌ କରି ଏହି ସିଜିନ୍‌କୁ ଲୋକମାନେ ଆଗ୍ରହ ସହକାରେ ଅପେକ୍ଷା କରି ରହିଥାନ୍ତି। କାରଣ ଏହି ସମୟରେ ବେଷ୍ଟ ଫେଷ୍ଟିଭ ଅଫର ଚାଲିଥାଏ। ତେବେ ଏହି ଦିନ ମାର୍କେଟରେ କେବଳ ଡ୍ରେସ ନୁହେଁ ବରଂ ଇଲେକଟ୍ରୋନିକ୍ସ ଆଇଟମ୍‌ରେ ମଧ୍ୟ ଅଫରକୁ ନେଇ ରେସ୍‌ ଲାଗିଥାଏ।

ସାଧାରଣ ସମୟରେ ଏହି ସବୁ ଜିନିଷର ଦାମ ଅଧିକ ରହିଥାଏ। ତେଣୁ ସମେସ୍ତ ଏଭଳି ପ୍ରଡକ୍ଟକୁ କିଣିବା ପାଇଁ ଫେଷ୍ଟିଭ ସିଜିନ୍‌ କୁ ଅପେକ୍ଷା କରିଥାନ୍ତି। ତେବେ ପାର୍ବଣ ସମୟ ଆସିଗଲା ପରେ ଏବେ ବଜାରରେ ପୁଣି ବେଷ୍ଟ ଅଫର ଆରମ୍ଭ ହୋଇଛି। ଖାସ୍‌ କରି ସ୍ମାର୍ଟଫୋନ ପ୍ରେମୀଙ୍କ ପାଇଁ ଆସିଛି ଗୁଡ଼ ନ୍ୟୁଜ। ସାମସଙ୍ଗ କମ୍ପାନୀ ଏବେ ୪ଟି ଲାଟେଷ୍ଟ ମଡେଲରେ ଆଣିଛି ବଡ଼ ଅଫର।

କମ୍ପାନୀ ପକ୍ଷରୁ ଗ୍ରାହକଙ୍କୁ ଆକୃଷ୍ଟ କଲା ଭଳି ରଖାଯାଇଛି ବେଷ୍ଟ ଅଫର। ଫେଷ୍‌ଟିଭ ସିଜିନରେ ଏବେ affordable price କିମ୍ବା କମ୍‌ ଦାମରେ ୟୁଜର୍ସମାନଙ୍କୁ ମିଳିବ ବେଷ୍ଟ ସ୍ମାର୍ଟଫୋନ। ମୁଖ୍ୟତଃ ସାମସଙ୍ଗର galaxy S21 ସିରିଜ, Note 20 ସିରିଜ, S20 FE ସିରିଜ ଏବଂ A52 S 5g ସିରିଜରେ ରଖାଯାଇଛି ଦମଦାର ଅଫର । ସ୍ପେଶାଲ ଡିସକାଉଣ୍ଟରେ କ୍ୟାସବ୍ୟାକ ଅଫର ରହିବା ସହିତ କ୍ରେଡିଟ କାର୍ଡ ଓ ଇନଷ୍ଟାଣ୍ଟ ଅପଗ୍ରେଡ ଅଫର ମଧ୍ୟ ରଖାଯାଇଛି।

Samsung galaxy s21 5g:

ଏହାର ଦାମ୍‌ ରହିଛି ୭୦,୦୦୦ ଟଙ୍କା। Special discount ରେ ୧୦,୦୦୦ କ୍ୟାସବ୍ୟାକ ଅଫର ରହିଛି । ୫୦୦୦ଟଙ୍କା instanst upgrade offer ରହିଛି। ICICI କ୍ରେଡିଟ କାର୍ଡରେ ୫୦୦୦ଟଙ୍କାର କ୍ୟାସବ୍ୟାକ ଅଫର ସହ EMI ସୁବିଧା ରହିଛି। ଓ୍ଵାଟର ରେଜିଷ୍ଟାନ୍ସ ସହ ଡାଇନାମିକ ଆମୋଲେଡ ଡିସପ୍ଲେ ରହିଛି। ଏଥିରେ ମିଳିବ ମୋଟ ୧୫୦୦୦ଟଙ୍କାର ଡିସକାଉଣ୍ଟ ଅଫର। 108mpର ଏପିକ କ୍ୟାମେରା ପଫର୍ମାନ୍ସ ରହିଛି । ଏଥିରେ ୬୪ ମେଗାପିକ୍ସଲ ସହିତ ଦୁଆଲ ପିକଚର୍ସ ଟେକ୍ନୋଲୋଜି ଅଲଟ୍ରା ଓ୍ଵାଇଡ କ୍ୟାମେରା ରହିଛି। ଏହାସହ ୩୮ ଜୁମ ସ୍ପେଶର ସୁବିଧା ରହିଛି।

Samsung galaxy note 20 :

ଏଥିରେ ରହିଛି SPen ରିମୋର୍ଟ। ଦୂରରେ ଥାଇ ମଧ୍ୟ ନିଜ ଫୋନକୁ କଣ୍ଟ୍ରୋଲ କରିପାରିବେ । ଦାମ ରହିଛି ୮୦ ହଜାର ଟଙ୍କା, ଅଫର ଦାମ ରହିଛି ୬୦ ହଜାର ଟଙ୍କା Instant cash back offer ୧୦ ହଜାର ଟଙ୍କା ରହିଥିବା ବେଳେ ୫୦୦୦ଟଙ୍କା instanst upgrade offer ରହିଛି। ମୋଟ ୫୫ ହଜାର ଟଙ୍କାରେ ପାଇପାରିବେ ଏହି ସ୍ମାର୍ଟ ଫୋନ

Samsung S 20 FE :
Wareless power ଚାର୍ଜର ସହ ଓ୍ଵାଟର ରେଜିଷ୍ଟାନ୍ସ ରହିଛି। ଲାଟେଷ୍ଟ ୮୮୦ ପ୍ରୋସେସର ରହିିଛି । ୫୦୦୦ଟଙ୍କା instanst upgrade offer ସହ ICICI କ୍ରେଡିଟ କାର୍ଡରେ ୧୧ହଜାର ଟଙ୍କାର କ୍ୟାସବ୍ୟାକ ଅଫର ଓ EMI ସୁବିଧା ରହିଛି। ଅପଗ୍ରେଡ ଓ କ୍ୟାସବ୍ୟାକ ମିଶି ମୋଟ ୧୩ହଜାର ଟଙ୍କାର ଅଫର ମଧ୍ୟ ପାଇପାରିବେ।

Samsung A52s 5g:
ଏଥିରେ ଆପଣ ୬ହଜାର ଟଙ୍କାର କ୍ୟାସବ୍ୟାକ ଅଫର ପାଇବେ। ICICI କ୍ରେଡିଟ କାର୍ଡରେ ୬ହଜାର ଟଙ୍କାର କ୍ୟାସବ୍ୟାକ ଅଫର ଓ ଓ୍ଵାଟର ରେଜିଷ୍ଟାନ୍ସ ରହିଛି। ବ୍ୟାକରେ ୬୪ ମେଗାପିକ୍ସଲର କ୍ୱାଡ/୪ଟି କ୍ୟାମେରା ରହିଛି। ଏହାର ଫ୍ରଣ୍ଟରେ ରହିଛି ୩୨ ମେଗାପିକ୍ସଲ କ୍ୟାମେରା ଓ ୨ଟି ଭାରିଏଣ୍ଟ ୮ଜିବି ଓ ୬ଜିିବିର ରହିଛି। ଇଣ୍ଟରନାଲ ଷ୍ଟୋରେଜ ରହିଛି ୧୨୮ଜିବି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.