ଖୁବ ଶୀଘ୍ର ବଜାରକୁ ଆସୁଛି Samsung Galaxy M 22, କଣ ରହିଛି ସ୍ପେଶାଲ ଫିଚର୍ସ

ସାମସଙ୍ଗର ଏମ ସିରିଜର ନୂଆ ସ୍ମାର୍ଟଫୋନ Samsung Galaxy M 22 ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି । କୁହାଯାଉଛିକି ଏହି ସେଟକୁ ୨୫Wର ଫାଷ୍ଟ ଚାରଜିଙ୍ଗ ସହ ଲଞ୍ଚ କରାଯିବ । ଆଉ ଏହାର ବ୍ୟାଟେରୀ କାପାସିଟି 6000mAh ରହିବ । ବକ୍ସରେ ଆପଣଙ୍କୁ ୧୫ Wର ଏକ ଚାର୍ଜର ମିଳିପାରିବ । ଯେବେକି ସାମସଙ୍ଗର ଅଧିକାଂଶ ଚାର୍ଜର ୨୫Wର ଉପଲବ୍ଧ ହୋଇଥାଏ ।

Samsung Galaxy M 22 ସହ v 5.0 ର ଏକ ବ୍ଲୁ ଟୁଥ ମଧ୍ୟ ମିଳିଥାଏ । ଏସବୁ ବାଦ NFC ଓ Wifi 802.11 acର ସପୋର୍ଟ ବି ମିଳିଥାଏ । ଫୋନରେ ଡୁଆଲ ସିମର ସପୋର୍ଟ ଥିବା ସହ 4G LTE ବ୍ୟବସ୍ଥା ମଧ୍ୟ ରହିଛି ।

ରିଲିଜ ହୋଇଥିବା କିଛି ପିକ୍ଚର ଦେଖି ଅନୁମାନ କରାଯାଉଛିକି Galaxy M 22ର ଫିଚର ବିଲକୁଲ Galaxy A 22 5G ପରି ହେବ । Galaxy A 22 5Gରେ 5000 mAhର ବ୍ୟାଟେରୀ ଦିଆଯାଇଥିବା ବେଳେ Galaxy M 22ରେ 6000mAhର ବ୍ୟାଟେରୀ ସୁବିଧା ରହିବ । ଅନ୍ୟ ସବୁ ଫିଚର ଦୃଷ୍ଟିରୁ ଦେଖିଲେ ଫୋନରେ 6.4 ଇଞ୍ଚର ଏମୋଲେଡ଼ ଡିଷ୍ପ୍ଲେ ସୁବିଧା ମିଳିପାରିବ । ଏହା ସହ ଏଥିରେ ମିଡିୟାଟେକ ହିଲିଓ G 80 ପ୍ରୋସେସର ସମେତ ୪୮ ମେଗାପିକସଲର ପ୍ରାଇମେରୀ କ୍ୟାମେରା ରହିଛି । ଫୋନ ଆଣ୍ଡ୍ରଏଡ଼ 11 ଆଧାରିତ ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.