ସାମସଙ୍ଗ ଗାଲାକ୍ସି ଏମ୍ ୧୦ ଏବଂ ଏମ୍ ୨୦ ଭାରତରେ ହେଲା ଲଞ୍ଚ , ଜାଣନ୍ତୁ ମୂଲ୍ୟ ଏବଂ ଫିଚର

ନୂଆଦିଲ୍ଲୀ : ଦକ୍ଷିଣ କୋରିଆ ମୋବାଇଲ କମ୍ପାନି ସାମସଙ୍ଗ ଗତକାଲି ଭାରତରେ ନିଜର ଦୁଇଟି ଦମଦାର ଫୋନ ଲଞ୍ଚ କରିଛି। ଏନେଇ ଗାଲାକ୍ସି ଏମ୍ ସିରିଜରେ ଏମ୍ ୧୦ ଏବଂ ଏମ୍ ୨୦ ନାମକ ଦୁଇଟି ମୋବାଇଲ ଲଞ୍ଚ କରାଯାଇଛି। ଏହି ଦୁଇ ଫୋନ ବଜେଟ ମଧ୍ୟରେ ଉପଲବ୍ଧ ରହିଥିବା ବେଳେ ଏହାକୁ ସାଓମି ଏବଂ ରିୟଲମି ବ୍ରାଣ୍ଡକୁ ଟକ୍କର ଦେବା ପାଇଁ ପ୍ରସ୍ତୁତ କରାଯାଇଛି। ଏହି ଫୋନରେ ଇନଫ୍ରିନିଟି-ବି ଏବଂ ନାଞ୍ଚ ଡିସପ୍ଳେ ସହିତ ଲଞ୍ଚ ରହିଛି।

GALAXY

କେବେଠୁ ହେବାକୁ ଯାଉଛି ବିକ୍ରି :

ସାମସଙ୍ଗର ଏହି ଦୁଇ ମୋବାଇଲ ଏମ୍ ୧୦ ଏବଂ ଏମ୍ ୨୦ର ବିକ୍ରି ଫ୍ରେବ୍ରୁଆରୀ ୫ରୁ ଆମାଜନ୍ ୱେବସାଇଟରେ ଆରମ୍ଭ ହେବାକୁ ଯାଉଛି। ଏହାକୁ ଦୁଇଟି ବେରିଏଣ୍ଟରେ ଲଞ୍ଚ କରାଯାଇଛି। ଗାଲାକ୍ସି ଏମ ୧୦ର ୨/୧୬ ଜିବିର ମୂଲ୍ୟ ୭,୯୯୦ ଟଙ୍କା ଥିବା ବେଳେ ୩/୩୨ ଜିବିର ମୂଲ୍ୟ ୮,୯୯୦ ଟଙ୍କା ରହିଛି। ସେହିପରି ଗାଲାକ୍ସି ଏମ୨୦ର ୩/୩୨ ଜିବିର ମୂଲ୍ୟ ୧୦,୯୯୦ ଟଙ୍କା ଥିବା ବେଳେ ୪/୬୪ ଜିବିର ମୂଲ୍ୟ ୧୨,୯୯୦ ଟଙ୍କା ରହିଛି।

ଆସନ୍ତୁ ଦେଖିବା ଦୁଇ ମୋବାଇଲର ସ୍ପେସିଫିକେସନ୍

 

ସାମସଙ୍ଗ ଗାଲାକ୍ସି ଏମ୍୧୦ ସାମସଙ୍ଗ ଗାଲାକ୍ସି ଏମ୍ ୨୦
ଡିସପ୍ଳେ ୬.୨ ଇଞ୍ଚ ୬.୩ ଇଞ୍ଚ
ପ୍ରୋସେସର୍ ଅକ୍ଟାକୋର ଆଇକ୍ସିନାନ୍ସ ୭୮୭୦ ଅକ୍ଟାକୋର ଆଇକ୍ସିନାନ୍ସ ୭୯୦୪
ରାମ୍ ୨ ଜିବି /୩ ଜିବି ୩ ଜିବି /୪ ଜିବି
ଷ୍ଟୋରେଜ୍ ୧୬ /୩୨ ଜିବି ୩୨ / ୬୪ ଜିବି
ଫ୍ରଣ୍ଟ କ୍ୟାମେରା ୫ ମେଗାପିକ୍ସଲ ୮ ମେଗାପିକ୍ସଲ
ରିୟର କ୍ୟାମେରା ୧୩ + ୫ ମେଗାପିକ୍ସଲ ୧୩ + ୫ ମେଗାପିକ୍ସଲ
ବ୍ୟାଟେରୀ ୩୪୦୦ ଏମଏଏଚ୍ ୫୦୦୦ ଏମଏଏଚ୍

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.