Samsung Galaxy M32ରେ ଦମଦାର ଫିଚର୍ସ ସହ ରହିଛି ଜବରଦସ୍ତ ଲୁକ, ଶୀଘ୍ର କିଣନ୍ତୁ

ସାମସଙ୍ଗ ଭାରତୀୟ ବଜାରରେ ନିଜର ନୂଆ ସ୍ମାର୍ଟଫୋନ Samsung Galaxy M32 ଲଞ୍ଚ କରିଛି । ଆଜିଠାରୁ ଏହାର ପ୍ରଥମ ସେଲ ଆରମ୍ଭ ହୋଇସାରିଛି । ସ୍ମାର୍ଟଫୋନର ଅନଲାଇନ ସପିଂ ୱେବସାଇଟ ଆମାଜନ, ସାମସଙ୍ଗ ଇଣ୍ଡିଆ ଅନଲାଇନ ଷ୍ଟୋର ପ୍ରମୁଖ ରିଟେଲ ଷ୍ଟୋର୍ସରୁ ଆପଣ ଏହାକୁ କିଣି ପାରିବେ । ଗ୍ରାହକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କମ୍ପାନୀ ପକ୍ଷରୁ ଦମଦାର ଫିଚର୍ସ ମଧ୍ୟ ରଖାଯାଇଛି । ତେବେ ଚାଲନ୍ତୁ ଜାଣିବା ଏହା ସମ୍ପର୍କରେ ।

ସ୍ପେଶିଫିକେସନ:

Samsung Galaxy M32 ସ୍ମାର୍ଟଫୋନରେ 6.4 ଇଞ୍ଚର ଫୁଲ ଏଚଡି + ସୁପର ଏମୋଲେଡ ଡିସପ୍ଲେ ଦିଆଯାଇଛି । 90Hz ରିଫ୍ରେଶ ରେଟ ସହ 800  ନିଟ୍ସ ବ୍ରାଇଟନେସ ଡିସପ୍ଲେ ଦିଆଯାଇଛି ।  G80 ପ୍ରୋସେସର ସହ 6GB ର‌୍ୟାମ ଓ 128GB ପର୍ଯ୍ୟନ୍ତ ଷ୍ଟୋରେଜ ସିଷ୍ଟମ ରହିଛି । ଏହାକୁ ମାଇକ୍ରୋଏସଡି କାର୍ଡ ଦ୍ୱାରା ବଢ଼ାଇଦିଆଯାଇ ପାରିବ । ସାଉଣ୍ଡ ମାଉଣ୍ଟେଡ ଫିଙ୍ଗରପ୍ରିଣ୍ଟ ସେଂସରର ମଧ୍ୟ ସୁବିଧା ଅଛି ।

ଫଟୋଗ୍ରାଫୀ ପାଇଁ ଗ୍ୟାଲେକ୍ସି M32ରେ କ୍ୱାଡ କ୍ୟାମେରା ସେଟଅପ ରହିଛି । ଏଥିରେ 64 ମେଗାପିକ୍ସଲର ପ୍ରାଇମେରୀ ସେସଂର , 8 ମେଗାପିକ୍ସଲର ଅଲଟ୍ରା-ବାଇଣ୍ଡ ସୁଟର , 2 ମେଗାପିକ୍ସଲର ମାକ୍ରୋ ସୁଟର ଏବଂ 2 ମେଗାପିକ୍ସଲର ଡେପ୍‌ଥ ସେଂସର ରହିଛି ।

ଫୋନର ଫ୍ରଣ୍ଟ ରେ 20 ମେଗାପିକ୍ସଲର କ୍ୟାମେରା ଦିଆଯାଇଛି । ସାମସଙ୍ଗ ଗ୍ୟାଲେକ୍ସି M32ରେ 6,000mAh ର ବ୍ୟାଟେରୀ ରହିଛି । 25W ଫାଷ୍ଟ ଚାର୍ଜିଂ ସପୋର୍ଟ ସିଷ୍ଟମ ମଧ୍ୟ ରହିଛି । ୪ ଜିବି ର‌୍ୟାମ ଭାରିଏଣ୍ଟ ପାଇଁ ୧୪,୯୯୯ ଟଙ୍କା ରହିଥିବା ବେଳେ ୬ ଜିବି ର‌୍ୟାମ ପାଇଁ ୧୬,୯୯୯ ଟଙ୍କା ରହିଛି । ICICI ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଅଫର ସୁବିଧା ରହିଛି । ଫୋନ ଉପରେ ୧୨୫୦ ଟଙ୍କାର କ୍ୟାଶବ୍ୟାକ ଅଫର ସୁବିଧା ଅଛି । ଏହାର ଦାମ ୧୩,୭୪୯ ଟଙ୍କାରୁ ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.