ଭାରତରେ ଲଞ୍ଚ ହେଲା Samsung Galaxy M35 5G, ମିଳିବ ଅନେକ ବଢିଆ ଫିଚର୍ସ

ଯଦି ଆପଣ ଏକ ନୂଆ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ କରୁଛନ୍ତି ଏବଂ ସାମସଙ୍ଗର ସ୍ମାର୍ଟଫୋନର ଫ୍ୟାନ, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । ବଜେଟ୍ ସେଗମେଣ୍ଟରେ ଗାଲାକ୍ସି ଏମ ସିରିଜରେ ସାମସଙ୍ଗ ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିଛି । କମ୍ପାନୀର ନୂଆ ଫୋନ୍ ହେଉଛି Samsung Galaxy M35 5G । ସାମସଙ୍ଗର ଏହି ଲାଟେଷ୍ଟ ଫୋନ୍ ଏକ ବଡ ବ୍ୟାଟେରୀ ଏବଂ ଦମଦାର କ୍ୟାମେରା ସେଟଅପ୍ ସହିତ ଆସିଥାଏ । ଯଦି ଆପଣ ମିଡ଼ ରେଞ୍ଜ ବଜେଟ୍ ବିଭାଗରେ ଏକ ନୂଆ ସ୍ମାର୍ଟଫୋନ୍ ଖୋଜୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରେ । ଆସନ୍ତୁ ଏହା ବିଷୟରେ ବିସ୍ତୃତ ଭାବରେ ଜାଣିବା ।

ଗାଲାକ୍ସି M35 5Gର ଦାମ:
Samsung Galaxy M35 5G କୁ ତିନୋଟି ଭାରିଆଣ୍ଟରେ ଲଞ୍ଚ କରିଛି । ଏଥିରେ ୬GB + ୧୨୮GB ଷ୍ଟୋରେଜ୍, ୮GB + ୧୨୮GB ଷ୍ଟୋରେଜ୍ ଏବଂ ୮GB + ୨୫୬GB ଷ୍ଟୋରେଜ୍ ର ମଡେଲ୍ ଅନ୍ତର୍ଭୁକ୍ତ । ଯଦି ଆପଣ ୬GB ଭାରିଆଣ୍ଟ କିଣନ୍ତି, ତେବେ ଆପଣଙ୍କୁ ୧୯,୯୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏଥି ସହିତ, ୮GB ମଡେଲ ପାଇଁ ଆପଣଙ୍କୁ ୨୧,୪୯୯ ଟଙ୍କା ଏବଂ ୨୫୬GB ଷ୍ଟୋରେଜ୍ ମଡେଲ ପାଇଁ ଆପଣଙ୍କୁ ୨୪,୪୯୯ ଟଙ୍କା ଦେବାକୁ ପଡିବ ।

ଲଞ୍ଚ ହେବା ସହିତ କମ୍ପାନୀ ଗାଲାକ୍ସି M35 5G ଉପରେ ବଡ଼ ଡ଼ିସକାଉଣ୍ଟ ଦେଉଛି । କମ୍ପାନୀ ସମସ୍ତ ବ୍ୟାଙ୍କ କାର୍ଡରେ ଗ୍ରାହକଙ୍କୁ ତୁରନ୍ତ ୨୦୦୦ ଟଙ୍କା କ୍ୟାସବ୍ୟାକ୍ ମଧ୍ୟ ପ୍ରଦାନ କରୁଛି । ଯଦି ଆପଣ ଆମାଜନ ପେ ମାଧ୍ୟମରେ ଗାଲାକ୍ସି M35 5G କିଣନ୍ତି, ତେବେ ଆପଣଙ୍କୁ ତୁରନ୍ତ ୧୦୦୦ ଟଙ୍କା ଡ଼ିସକାଉଣ୍ଟ ମିଳିବ । ସାମସଙ୍ଗ ଏହି ଫୋନକୁ ମୁନ୍ ଲାଇଟ୍ ବ୍ଲୁ, ଡେବ୍ରେକ୍ ବ୍ଲୁ ଏବଂ ଥଣ୍ଡର ଗ୍ରେ ଅପ୍ସନରେ ଲଞ୍ଚ କରିଛି ।

ସାମସଙ୍ଗ ଗାଲାକ୍ସି M35 5G ଫିଚର୍ସ:

-ସାମସଙ୍ଗ ଗାଲାକ୍ସି M35 5G ରେ ୬.୬ ଇଞ୍ଚ ସୁପର AMOLED ଡିସପ୍ଲେ ଦେଇଛି ।

-ଏହାର ଡିସପ୍ଲେରେ ଫୁଲ୍ HD ପ୍ଲସ୍ ରେଜୋଲୁସନ ଅଛି । ଏହା ସହିତ ଆପଣ ୧୨୦Hzର ରିଫ୍ରେସ ରେଟ ପାଇପାରିବେ ।

-ସାମସଙ୍ଗ ଗାଲାକ୍ସି M35 5G ରେ ଗୋରିଲା ଗ୍ଲାସ୍ ଭିକ୍ଟସ୍ ପ୍ରୋଟେକ୍ସନ ଉପଲବ୍ଧ ହେବ ।

-ଦୈନନ୍ଦିନ କାର୍ଯ୍ୟ ପାଇଁ ଏଥିରେ Exynos 1380 ଚିପସେଟ ଉପଲବ୍ଧ ।

-ଏଥିରେ କମ୍ପାନୀ ୮GB RAM ଏବଂ ୨୫୬GB ଷ୍ଟୋରେଜ୍ ଦେଇଛି । କମ୍ପାନୀ ଏହି ଫୋନରେ ୱେପର କୁଲିଂ ଚାମ୍ବର ପ୍ରଦାନ କରିଛି ।

-ଗାଲାକ୍ସି M35 5Gର ପଛରେ ଏକ ୫୦ + ୮ + ୨ ମେଗାପିକ୍ସେଲ ଟ୍ରିପଲ କ୍ୟାମେରା ସେନ୍ସର ଯୋଗାଇ ଦିଆଯାଇଛି ।

-ସେଲଫି ଏବଂ ଭିଡିଓ କଲିଂ ପାଇଁ ଏହି ଫୋନରେ ୧୩ ମେଗାପିକ୍ସେଲ କ୍ୟାମେରା ଅଛି ।

-ସ୍ମାର୍ଟଫୋନକୁ ପାୱାର ଦେବା ପାଇଁ, ଏହାକୁ ୬୦୦୦mAh ବ୍ୟାଟେରୀ ଯୋଗାଇ ଦିଆଯାଇଛି ଯାହାକି ୨୫W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ ।