Amazon Samsung Galaxy M36 5G ଫୋନର ଲଞ୍ଚ ତାରିଖ ରିଭିଲ କରିଛି । Samsung ର ଏହି 5G ସ୍ମାର୍ଟଫୋନ ଜୁନ୍ ୨୭ରେ ଭାରତରେ ଲଞ୍ଚ କରିବାକୁ ଯାଉଛି । ଇ-କମର୍ସ ୱେବସାଇଟ Amazonର ମାକ୍ରୋ ପେଜରେ ଏହି ସ୍ମାର୍ଟଫୋନର ଲଞ୍ଚ ତାରିଖକୁ ପ୍ରକାଶ କରିଛି । ୟୁଜର୍ସମାନେ ଏହି ସ୍ମାର୍ଟଫୋନକୁ ଦମଦାର ଫଚର୍ସ ସହିତ ସୁଲଭ ମୂଲ୍ୟରେ ପାଇପାରିବେ । କିନ୍ତୁ କମ୍ପାନୀ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ।
Samsungର ଏହି ଫୋନ୍ ପୂର୍ବବର୍ଷ ଲଞ୍ଚ ହୋଇଥିବା Galaxy M35 5G ତୁଳନାରେ ଅପଗ୍ରେଡ ହେବ । ବର୍ଷ ଆରମ୍ଭରୁ ଲଞ୍ଚ ହୋଇଥିବା Galaxy A36 ସ୍ମାର୍ଟଫୋନଟି Samsung Galaxy M36 5G ସହିତ ସମାନ ରହିବ । ମାର୍କେଟରେ ଲଞ୍ଚ ହେବାକୁ ଯାଉଥିବା ଏହି Galaxy M36 ରେ 5000mAh ପାୱାରଫୁଲ ବ୍ୟାଟେରୀ ଏବଂ ଟ୍ରିପଲ କ୍ୟାମେରାର ସେଟଅପ୍ ରହିପାରେ । ବର୍ତ୍ତମାନ Samsung ଏହି ଫୋନର ପ୍ରମୋସନାଲ ପୋଷ୍ଟର ନିକଟରେ ଜାରି କରିଛି । ଯେଉଁଥିରେ ଟ୍ରିପଲ କ୍ୟାମେରାର ସେଟଅପ୍ ଦେଖିବାକୁ ମିଳିଛି । ଏହା ଛଡା ଏହି ଫୋନର ଡିଜାଇନ ବ୍ୟତୀତ ବେଷ୍ଟ ସ୍ପେସିଫିକେସନ ମଧ୍ୟ ପ୍ରକାଶ ପାଇଛି । ଯାହାକୁ ୟୁଜର୍ସମାନେ ୨୦ହଜାର ଟଙ୍କାରେ ଦମଦାର ସ୍ମାର୍ଟଫୋନ ପାଇପାରିବେ ।
ଦମଦାର ଫିଚର୍ସ :
Samsungର ଏହି ସ୍ମାର୍ଟଫୋନ୍ Exynos 1380 ପ୍ରୋସେସର ସହିତ ମାର୍କେଟକୁ ଆସିପାରେ । ଏଥିରେ Google Gemini ଉପରେ ଆଧାରିତ ଥିବା ବେଷ୍ଟ AI ଫିଚର୍ସ ପାଇପାରିବେ ୟୁଜର୍ସ । ଏହି ଫୋନ୍ଟି ଅନେକ ସାର୍ଟିଫିକେସନ୍ ସାଇଟ୍ରେ ଦେଖାଯାଇଛି । ଗ୍ରୀକବେଞ୍ଚ ଲିଷ୍ଟରେ ଏହି ଫୋନର ମଡେଲ ନମ୍ବର SM-355B ଏବଂ 6GB ରହିବ । Exynos 1380 ପ୍ରୋସେସରରେ ଏହି ଫୋନ୍ କାମ କରିବ । ଏହି ସ୍ମାର୍ଟଫୋନ Android 15 ଉପରେ ଆଧାରିତ ଥିବା ବେଷ୍ଟ OneUIରେ କାମ କରିବ ।
ରିପୋର୍ଟ ଅନୁଯାୟୀ, ଏହି ସ୍ମାର୍ଟଫୋନର ଡିସପ୍ଲେ 6.7ଇଞ୍ଚର ରହିବ । ଏଥିରେ 120Hzର ହାଇ ରିଫ୍ରେସ ରେଟରର ସପୋର୍ଟ ରହିବ । ଏତିକି ନୁହେଁ ବରଂ ଏହି ଫୋନର ବ୍ୟାକ୍ ସାଇଡରେ 50MPର ମେନ୍ କ୍ୟାମେରା ରହିବ । ଭିଡିଓ କଲିଂ ଏବଂ ସେଲଫି ପାଇଁ ଏଥିରେ 12MPର କ୍ୟାମେରା ୟୁଜର୍ସଙ୍କୁ ମିଳିବ । ଏହି ସ୍ମାର୍ଟଫୋନରେ 5000mAh ବ୍ୟାଟେରୀ ରହିବ । ଯାହା 45W ଫାଷ୍ଟ ଚାର୍ଜିଂର ଫିଚର ସହିତ ମାର୍କେଟରେ ଲଞ୍ଚ ହେବ ।