ଭାରତରେ ଲଞ୍ଚ ହେଲା Samsung Galaxy M55s 5G, ମିଳିବ ବଢିଆ ଫିଚର୍ସ

ସାମସଙ୍ଗ ଚାଇନା କମ୍ପାନୀଗୁଡିକର ଟେନସନ ବଢ଼ାଇ ଦେଇଛି । କମ୍ପାନୀ ଭାରତରେ ଏହାର ଏକ ଶସ୍ତା ସ୍ମାର୍ଟଫୋନ୍ ଲଞ୍ଚ କରିଛି, ଯାହା ୫୦MP ସେଲଫି କ୍ୟାମେରା, ୫୦୦୦mAh ବ୍ୟାଟେରୀ ଭଳି ଦମଦାର ଫିଚର୍ସ ସହିତ ଆସିଥାଏ । ସାମସଙ୍ଗ ଏହି ସ୍ମାର୍ଟଫୋନକୁ Galaxy M55s 5G ନାମରେ ପରିଚିତ କରିଛି । ଏହାପୂର୍ବରୁ ସାମସଙ୍ଗ ଏହି ସିରିଜରେ ଗାଲାକ୍ସି M55 5G ଲଞ୍ଚ କରିଛି । ଦକ୍ଷିଣ କୋରିଆ କମ୍ପାନୀର ଏହି ଫୋନ୍ ଇ-କମର୍ସ ୱେବସାଇଟ୍ ଆମାଜନରେ ସେପ୍ଟେମ୍ବର ୨୬ରୁ ଆରମ୍ଭ ହେବାକୁ ଥିବା ସେଲରେ ଉପଲବ୍ଧ ହେବ ।

Samsung Galaxy M55s 5G ଦାମ୍:

ସାମସଙ୍ଗ ଏହି ଫୋନକୁ କେବଳ ଗୋଟିଏ ଷ୍ଟୋରେଜ୍ ଭାରିଆଣ୍ଟ, ୮GB RAM + ୨୫୬GB ରେ ଲଞ୍ଚ କରିଛି । ଏହି ଫୋନର ମୂଲ୍ୟ ୧୯,୯୯୯ ଟଙ୍କା । ଆପଣ ଏହି ଫୋନକୁ ଦୁଇଟି କଲର୍ ଅପ୍ସନ ଯଥା; Thunder Black ଏବଂ Coral Greenରେ କିଣିପାରିବେ । ଏହି ଫୋନ କିଣିବା ଉପରେ କମ୍ପାନୀ ୨,୦୦୦ ଟଙ୍କା ଡ଼ିସକାଉଣ୍ଟ ପ୍ରଦାନ କରୁଛି । ସେପ୍ଟେମ୍ବର ୨୬ରେ ଆରମ୍ଭ ହେବାକୁ ଥିବା ସେଲରେ ଏହି ଫୋନକୁ ୧୭,୯୯୯ ଟଙ୍କା ମୂଲ୍ୟରେ କିଣାଯାଇପାରିବ ।

Samsung Galaxy M55s 5G ଫିଚର୍ସ:

-ଏହି ସାମସଙ୍ଗ ଫୋନ୍ ୬.୬୭ ଇଞ୍ଚ FHD + ସୁପର AMOLED ଡ଼ିସପ୍ଲେ ସହିତ ଆସିଥାଏ ।

-ଫୋନର ଡ଼ିସପ୍ଲେ ୧୨୦Hz ହାଇ ରିଫ୍ରେସ ରେଟ୍ ଏବଂ ୧୦୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସ ଫିଚର୍ସକୁ ସପୋର୍ଟ କରେ ।

-ଗାଲାକ୍ସି M55s ବ୍ୟାକରେ ଟ୍ରିପଲ୍ କ୍ୟାମେରା ସେଟଅପ୍ ଉପଲବ୍ଧ । ଏହି ଫୋନରେ OIS ଫିଚର୍ସ ସହିତ ୫୦MP କ୍ୟାମେରା ରହିବ ।

-ଏହା ବ୍ୟତୀତ ଫୋନରେ ୮MP ଅଲ୍ଟ୍ରା ୱାଇଡ୍ ଏବଂ ୨MP ମାଇକ୍ରୋ କ୍ୟାମେରା ରହିବ ।

-ସେଲଫି ଏବଂ ଭିଡିଓ କଲିଂ ପାଇଁ ଏହି ଫୋନରେ ୫୦MP କ୍ୟାମେରା ଅଛି ।

-ଏହି ସାମସଙ୍ଗ ଫୋନରେ ଡୁଆଲ୍ ରେକର୍ଡିଂ ଫିଚର୍ସ ମିଳିପାରିବ, ଯେଉଁଥିରେ ଭିଡିଓ ରେକର୍ଡିଂ ଏକାସହିତ ଫ୍ରଣ୍ଟ ଏବଂ ବ୍ୟାକ୍ କ୍ୟାମେରାରୁ କରାଯାଇପାରିବ ।

-ଗାଲାକ୍ସି M55s Qualcomm Snapdragon 7 Gen 1 ପ୍ରୋସେସରରେ କାମ କରେ ।

-ଏହି ଫୋନରେ ୮ ଜିବି ରାମ୍ ଏବଂ ୨୫୬ ଜିବି ଇଣ୍ଟରନାଲ୍ ଷ୍ଟୋରେଜ୍ ଅଛି । ଫୋନର RAM ୧୬GB ପର୍ଯ୍ୟନ୍ତ ଏକ୍ସପାଣ୍ଡ ହୋଇପାରିବ ।

-ଏହି ସାମସଙ୍ଗ ଫୋନରେ ୫୦୦୦mAh ବ୍ୟାଟେରୀ ଏବଂ ୪୫W ଚାର୍ଜିଂ ଫିଚର୍ସ ଅଛି ।

-ଏହି ସାମସଙ୍ଗ ଫୋନ୍ ଆଣ୍ଡ୍ରଏଡ୍ 14 ଉପରେ ଆଧାର କରି OneUI 6.0 ରେ କାମ କରେ ।

-ଏହା ବ୍ୟତୀତ ଫୋନର ସିକ୍ୟୁରିଟି ପାଇଁ ଏକ ଇନ-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସେନ୍ସର ମଧ୍ୟ ପ୍ରଦାନ କରାଯାଇଛି ।

You might also like