ଲଞ୍ଚ ହୋଇଛି Samsung Galaxy M56 5G, ଫିଚର୍ସ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭାରତରେ Samsung Galaxy M56 ଲଞ୍ଚ ହୋଇଛି । Samsung ର ଏହି ଲାଟେଷ୍ଟ 5G ସ୍ମାର୍ଟଫୋନ୍ ୮GB RAM, ୨୫୬GB ଷ୍ଟୋରେଜ୍, ୫୦୦୦mAh ବ୍ୟାଟେରୀ ଭଳି ଦମଦାର୍ ଫିଚର୍ସ ସହିତ ଆସିଥାଏ । ଏହି ଫୋନ୍ ଗତବର୍ଷ ଲଞ୍ଚ ହୋଇଥିବା Galaxy M55 5Gର ଏକ ଅପଗ୍ରେଡ୍ ହେବ । ସାଉଥ୍ କୋରିଆନ୍ କମ୍ପାନୀ ଫୋନର ଡିଜାଇନରେ ଏକ ବଡ଼ ପରିବର୍ତ୍ତନ କରିଛି । ଏହା ସହିତ, ଏହାର ଅନେକ ହାର୍ଡୱେର୍ ଫିଚର୍ସଗୁଡ଼ିକୁ ମଧ୍ୟ ଅପଗ୍ରେଡ୍ କରାଯାଇଛି । ଏହି Samsung ଫୋନ୍ ଏପ୍ରିଲ ୨୩ରୁ ଭାରତରେ ସେଲ୍ ପାଇଁ ଉପଲବ୍ଧ ହେବ । ପ୍ରଥମ ସେଲରେ କମ୍ପାନୀ ଏହି ଫୋନ୍ ସେଲ୍ ଉପରେ ବିଭିନ୍ନ ଅଫର ମଧ୍ୟ ପ୍ରଦାନ କରୁଛି । ତେବେ ଆସନ୍ତୁ ଜାଣିବା, ସାମସଙ୍ଗର ଏହି ନୂତନତମ ମିଡ୍ ବଜେଟ୍ ସ୍ମାର୍ଟଫୋନର ମୂଲ୍ୟ ଏବଂ ଫିଚର୍ସ ବିଷୟରେ ।

Samsung Galaxy M56 5Gର ଫିଚର୍ସ :
ଏହି ସାମସଙ୍ଗ ଫୋନଟି ୬.୭୩ ଇଞ୍ଚର FHD+ ଡିସପ୍ଲେ ସହିତ ଆସିଥାଏ । ଫୋନରେ ଏକ sAMOLED + ଡିସପ୍ଲେ ଅଛି, ଯାହା ୧୨୦Hz ହାଇ ରିଫ୍ରେସ୍ ରେଟ୍ ଏବଂ ଭିଜନ୍ ବୁଷ୍ଟର ଭଳି ଫିଚର୍ସକୁ ସପୋର୍ଟ କରେ । ସାଉଥ୍ କୋରିଆନ୍ କମ୍ପାନୀ ଏହି ଫୋନରେ ଇନ୍-ହାଉସ୍ ଏକ୍ସିନୋସ୍ ୧୪୮୦ 5G ପ୍ରୋସେସର୍ ବ୍ୟବହାର କରିଛି । ଏହା ସହିତ, ୮GB LPDDR5X RAM ଏବଂ ୨୫୬GB ପର୍ଯ୍ୟନ୍ତ UFS ୩.୧ ଷ୍ଟୋରେଜ୍ ପାଇଁ ସପୋର୍ଟ ରହିଛି । ଏହି Samsung ଫୋନ୍ Android 7.0 ଉପରେ ବେସ୍ଡ OneUI 15 ରେ କାମ କରେ ।

ଏହି ଫୋନର ବ୍ୟାକ୍ ପ୍ୟାନେଲରେ ସାମସଙ୍ଗ ଟ୍ରିପଲ୍ କ୍ୟାମେରା ଡିଜାଇନ୍ ଦେଇଛି । ଏଥି ସହ କମ୍ପାନୀ ଫୋନର କ୍ୟାମେରା ମଡ୍ୟୁଲର ଡିଜାଇନ୍ ପରିବର୍ତ୍ତନ କରିଛି । ଏହି ଫୋନର ବ୍ୟାକରେ ଏକ ୫୦MP ମେନ୍ OIS କ୍ୟାମେରା ଉପଲବ୍ଧ ହେବ । ଏହା ସହିତ, ୮MP ଅଲ୍ଟ୍ରା ୱାଇଡ୍ ଏବଂ ୨MP ମାକ୍ରୋ କ୍ୟାମେରା ରହିବ । ଏହି ଫୋନରେ ସେଲଫି ଏବଂ ଭିଡିଓ କଲିଂ ପାଇଁ ୧୨MP କ୍ୟାମେରା ଅଛି । ଫୋନର ଫ୍ରଣ୍ଟ ଏବଂ ବ୍ୟାକ୍ ଉଭୟ କ୍ୟାମେରାରୁ HDR ଭିଡିଓ କ୍ୟାପ୍ଚର କରାଯାଇପାରିବ ।

Samsung Galaxy M56 ରେ AI ଫିଚର୍ ଦିଆଯାଇଛି । ଏଥିରେ Google Gemini ବେସ୍ଡ AI ଏଡିଟିଂ, ସର୍କଲ୍ ଟୁ ସର୍ଚ୍ଚ ଭଳି ଫିଚର୍ସ ମିଳିବ । ଏହି ଫୋନଟି ୫,୦୦୦mAh ବ୍ୟାଟେରୀ ଏବଂ ୪୫W ୱାୟର୍ଡ ଫାଷ୍ଟ ଚାର୍ଜିଂ ସହିତ ଆସିଥାଏ । କନେକ୍ଟିଭିଟି ପାଇଁ, ଏହି ଫୋନରେ ବ୍ଲୁଟୁଥ୍ ୫.୩, NFC, USB ଟାଇପ୍ C ଭଳି ଫିଚର୍ସ ରହିଛି । ଏହି ଫୋନର ଡିସପ୍ଲେର ପ୍ରୋଟେକ୍ସନ୍ ପାଇଁ କର୍ଣ୍ଣିଂ ଗୋରିଲା ଗ୍ଲାସ୍ ଭିକ୍ଟସ୍+ ମିଳିଥାଏ ।

Samsung Galaxy M56 ପ୍ରାଇସ୍ :
ଏହି ସାମସଙ୍ଗ ଫୋନ୍ ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟରେ ଉପଲବ୍ଧ ଯାହା ହେଉଛି- ୮GB RAM + ୧୨୮GB ଏବଂ ୮GB RAM + ୨୫୬GB ରେ ଆସିଥାଏ । ଏହି ଫୋନର ପ୍ରାରମ୍ଭିକ ମୂଲ୍ୟ ୨୭,୯୯୯ ଟଙ୍କା । ସେହିଭଳି ଏହାର ଟପ୍ ଭାରିଆଣ୍ଟର ମୂଲ୍ୟ ୩୦,୯୯୯ ଟଙ୍କା ରହିଛି । ଏହି ଫୋନ୍ କିଣିବା ଉପରେ ୩,୦୦୦ ଟଙ୍କାର ଇଣ୍ଟ୍ରେଷ୍ଟ ଡିସକାଉଣ୍ଟ ମଧ୍ୟ ମିଳିବ। ଏଥି ସହ ଏହାକୁ ବ୍ଲାକ୍ ଏବଂ ଗ୍ରୀନ୍ କଲରରେ କିଣାଯାଇପାରିବ । ତେବେ ଜାଣି ରଖନ୍ତୁ କେଉଁ ଭାରିଆଣ୍ଟର ପ୍ରାଇସ୍ କେତେ ରହିଛି ।

୮GB RAM + ୧୨୮GB ର ପ୍ରାଇସ୍ – ୨୭,୯୯୯ ଟଙ୍କା ଏବଂ
୮GB RAM + ୨୫୬GB ର ପ୍ରାଇସ୍ – ୩୦,୯୯୯ ଟଙ୍କା ରହିଛି ।

ଯଦି ଆପଣ ଆର୍ଫଡେବଲ୍ ପ୍ରାଇସରେ ଏକ ଦମଦାର୍ ଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏହି ଫୋନ୍ ବେଷ୍ଟ ହୋଇପାରିବ ।

Also read : ଲଞ୍ଚ ହୋଇଛି Itel A95 5G ସ୍ମାର୍ଟଫୋନ୍, ରହିଛି ଜବରଦସ୍ତ ଫିଚର୍ସ ଏବଂ ପ୍ରାଇସ୍