ଯେକୌଣସି ଫିଙ୍ଗରପ୍ରିଣ୍ଟରେ ଖୋଲି ଯାଉଛି ସାମସଙ୍ଗ ଗ୍ୟାଲେକ୍ସି S10, ଅତିଶୀଘ୍ର ଅପଡେଟ ଜାରି କରିବ କମ୍ପାନୀ

ଗତ ଶୁକ୍ରବାର ସାମସଙ୍ଗ ନିଜର ଗ୍ୟାଲେକ୍ସି S10 ମଡେଲ ପାଇଁ ସିକ୍ୟୁରିଟି ଅପଡେଟ ଜାରି କରିବାର ଘୋଷଣା କରିଛି । ଏହି ଅପଡେଟ ସହିତ ସେହି ବଗ ମଧ୍ୟ ଫିକ୍ସ ହୋଇଯିବ ଯେଉଁ କାରଣରୁ ଗ୍ୟାଲେକ୍ସି S10, ଗ୍ୟାଲେକ୍ସି S10 ପ୍ଲସ ଏବଂ ଗ୍ୟାଲେକ୍ସି ନୋଟ 10 ସିରିଜର ଫିଙ୍ଗରପ୍ରିଣ୍ଟ ସେନସର ଅନ୍ୟ ୟୁଜରଙ୍କ ଫିଙ୍ଗରପ୍ରିଣ୍ଟରେ ମଧ୍ୟ ଖୋଲି ଯାଉଥିଲା ।

samsung galaxy note 10 fingerprint

ସୂଚନା ଅନୁଯାୟୀ ସାମସଙ୍ଗର ଫ୍ଲେଗସିପ ଫୋନରେ ଏକ ବଗ କାରଣରୁ ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସରରେ ସମସ୍ୟା ଦେଖାଯାଉଛି ।  ଯେଉଁ କାରଣରୁ ଯେକୌଣସି ଲୋକ ନିଜ ଫିଙ୍ଗରପ୍ରିଣ୍ଟରେ ଅନ୍ୟ ଲାକର ଫୋନକୁ ଅନଲକ କରିପାରିବ। ଏପରି ସ୍ଥଳେ ଯେତେଦିନ ପର୍ଯ୍ୟନ୍ତ ସମସ୍ତ ଗ୍ରାହକ ମାନଙ୍କ ପାଇଁ ଅପଡେଟ ଜାରି ନ ହୋଇଛି ସେତେଦିନ ପର୍ଯ୍ୟନ୍ତ ସିଲିକନ କଭରର ବ୍ୟବହାର କରିବା ପାଇଁ ସାମସଙ୍ଗ ନିଜର ଗ୍ରାହକ ମାନଙ୍କୁ ପ୍ରସ୍ତାବ ଦେଇଛି ।

ଏହାସହ ପଢନ୍ତୁ ଏୟାରସେଲର ଗ୍ରାହକ ସାବଧାନ, ୩୧ ଅକ୍ଟୋବର ପରେ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯିବ ଆପଣଙ୍କ ମୋବାଇଲ ନମ୍ବର

ସାମସଙ୍ଗର କହିବା ଅନୁଯାୟୀ ଫିଙ୍ଗରପ୍ରିଣ୍ଟ ସେନ୍ସରରେ ଆସୁଥିବା ବଗକୁ ଫିକ୍ସ କରିବା ପାଇଁ ଆସନ୍ତା ସପ୍ତାହରେ ଅପଡେଟ ଜାରି କରାଯିବ । ନିକଟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ବାୟୋମେଟ୍ରିକ୍ସ ସିଷ୍ଟମ ଷ୍ଟୋର ହେବା ପୂର୍ବରୁ ସାମସଙ୍ଗ ଗ୍ୟାଲେକ୍ସି S10 କୁ ଅନ୍ୟ କୌଣସି ଫିଙ୍ଗରପ୍ରିଣ୍ଟ ଦ୍ୱାରା ଅନଲକ କରି ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.