ସାମସଙ୍ଗର ଦମଦାର ଅଫର, ଗାଲେକ୍ସି S21+ରେ ୫୦୦୦ଟଙ୍କାର କ୍ୟାସବ୍ୟାକ ସହ ଗ୍ରାହକଙ୍କୁ କମ୍ବୋ ଅଫର

ସାମସଙ୍ଗ ଗାଲେକ୍ସି S21+ରେ ୫୦୦୦ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ମିଳୁଛି। HDFC ବ୍ୟାଙ୍କର କ୍ରେଡିଟ କିମ୍ବା ଡେବିଟ କାର୍ଡ ବ୍ୟବହାରକାରୀଙ୍କୁ ଅତିରିକ୍ତ ୭୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ମିଳିବ। ଫୋନ ସହ ଏକ କମ୍ବୋ ଅଫର ମଧ୍ୟ ରହିଛି। ଯେଉଁଥିପାଇଁ ଆପଣଙ୍କୁ Galaxy s21+ ସହ Galaxy Watch Active2 କିମ୍ବା Galaxy Buds Pro ମଧ୍ୟରୁ ଗୋଟିଏକୁ ଆପଣ ବାଛି ପାରିବେ।

samsung
pc: Informalnewz

ସାମସଙ୍ଗର ଅନଲାଇନ ଷ୍ଟୋରରେ Galaxy s21+ ପ୍ଲାନରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ମିଳିବ। ଏହାସହ ୭୦୦୦ଟଙ୍କାର ଏକ୍ସଚେଞ୍ଜ ବୋନସ୍‌ ମଧ୍ୟ ମିଳିବ। Galaxy s21+ କୁ ସାମସଙ୍ଗ ସାଇଟରେ ୭୬,୯୯୯ ଟଙ୍କାରେ ଲିଷ୍ଟ କରାଯାଇଥିଲା। ଅଫର କାରଣରୁ ଏହାକୁ ୬୪,୯୯୯ଟଙ୍କାରେ ଆପଣ କିଣିପାରିବେ। ଫୋନ ସହ ୟଜର୍ସଙ୍କୁ Galaxy Watch Active2 କିମ୍ବା Galaxy Buds Pro ନେବାପାଇଁ ବିକଳ୍ପ ରହିବ।

ସ୍ପେଶିଫିକେସନ:

ଏହା ଆଣ୍ଡ୍ରଏଡ୧୧ ରେ ଅଧାରିତ one UI। ଏହାସହ ଫୋନରେ ୬.୭ ଇଞ୍ଚର ଏଚଡି ପ୍ଲସ ଡାୟନାମିକ ଏମୋଲେଡ ଇନଫିନିଟି ଡିସପ୍ଲେ ଅଛି ଯାହାର ରିଜ୍ୟଲୁସନ 1080*2400 ପିକ୍ସଲ। ଡିସପ୍ଲେ ସହ HDR10+ ର ସପୋର୍ଟ ସିଷ୍ଟମ ସହ ରିଫ୍ରେଶ ରେଟ 120Hz ଅଛି ଯାହାକୁ 48Hz ରେ ମଧ୍ୟ ବ୍ୟବହାର କରାଯାଇପାରିବ। ଫୋନରେ Exynos 2100 ପ୍ରୋସେସର, 8GB LPDDR5 ରାମ୍‌ ଓ 256GBର ଷ୍ଟୋରେଜ ଫାସିଲିଟି ରହିଛି। ଫୋନରେ ଟ୍ରିପଲ ରିୟର କ୍ୟାମେରା ରହିଛି। ପ୍ରଥମ ଲେନ୍ସ ୧୨ ମେଗାପିକ୍ସଲ ଅଲଟ୍ରା ବାଇଡ ରହିଥିବା ବେଳେ ଅନ୍ୟ ଦୁଇ ଲେନ୍ସଟି ୧୨ ମେଗାପିକ୍ସଲର ଡବଲ ପିକ୍ସଲ ଓ ୬୪ ମେଗାପିକ୍ସଲର ଟେଲିଫଟୋ ଲେନ୍ସ ରହିଛି। ଏହାସହ 3x ଜୁମ ରହିଛି।

samsung0809
pc: Gadgets 360

କ୍ୟାମେରା ସହ ଅପ୍ଟିକାଲ ଇମେଜ ଷ୍ଟେବଲାଇଜେସନ ଅଛି। ସେଲ୍ଫି ପ୍ରେମୀଙ୍କ ପାଇଁ ଫୋନରେ ୧୦ ମେଗାପିକକ୍ସଲର କ୍ୟାମେରା ଦିଆଯାଇଛି। କ୍ୟାମେରାରେ ସୁପର ଜୁମ, 8k ରେକର୍ଡିଙ୍ଗ ଭଳି ଫିଚର୍ସ ରହିଛି। ଫୋନରେ 5G, 4G LTE, Wi-Fi, ବ୍ଲୁଟୁଥ, ଜିପିଏସ୍‌, ଏନଏଫସି, ୟୁଏସବି ଟାଇପ-ସି ପୋର୍ଟ ଓ ଅଲଟ୍ରାସୋନିକ ଇନଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେଂସର ସୁବିଧା ମଧ୍ୟ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.