ଟେକ୍

ସାମସଙ୍ଗ ଗାଲେକ୍ସି ଏସ23 ଅଲଟ୍ରା ସ୍ମାର୍ଟଫୋନ ଉପରେ ଆମାଜନର ଭାରି ଡିସକାଉଣ୍ଟ, ମାତ୍ର ୭୭ ହଜାର ଟଙ୍କାରେ କିଣି ପାରିବେ

କେନ୍ୟୁଜ୍‌(ବ୍ୟୁରୋ): ନୂଆ ଫିଚରରେ ସାମସଙ୍ଗ ଗାଲେକ୍ସି ଏସ23 ଅଲଟ୍ରା । ମାର୍କେଟରେ ଏହାଏକ ବେଷ୍ଟ ସ୍ମାର୍ଟଫୋନ ହୋଇ ରହିଛି । ଏହାର ପରଫରମାନ୍ସ, ୟୁନିକ ଏସ-ପେନ୍‌ ଫିଚର ଓ ଏହାର କ୍ୟାମେରା କ୍ୱାଲିଟି ପାଇଁ ଏହା ସବୁବେଳେ ଗାଲେକ୍ସି ଫ୍ୟାମେଲିର ଶୀର୍ଷରେ ରହିଆସିଛି । ଏବେ ଏହି ଫୋନକୁ ଯଦି ଆପଣ କିଣିବାକୁ ଚାହୁଁଛନ୍ତି ଏହା ଆପଣଙ୍କ ପାଇଁ ସବୁଠୁ ବେଷ୍ଟ ସମୟ ରହିବ । ଖୁବ କମ୍‌ ଦାମରେ ଆପଣ ଏହି ଫୋନକୁ କିଣି ପାରିବେ । ଇ-କମର୍ସ ପ୍ଲାଟଫର୍ମ ଆମାଜନରେ ଏହି ଫୋନ ଉପରେ ଭାରି ଡିସକାଉଣ୍ଟ ରହିଛି । ଏକ୍ସଚେଞ୍ଜ ଅଫର ସହ ବ୍ୟାଙ୍କ ଅଫର ମଧ୍ୟ ଏହି ଫୋନ କିଣିବା ଉପରେ ରହିଛି । ଏବେ ଆସନ୍ତୁ ନଜର ପକାଇବା ଏହି ଫୋନ ଉପରେ କି କି ଅଫର ରହିଛି ।

ସାମସଙ୍ଗ ଗାଲେକ୍ସି ଏସ23 ଅଲଟ୍ରା ୨୫୬ ଜିବି ଭାରିଆଣ୍ଟର ଇ-କମର୍ସ ପ୍ଲାଟଫର୍ମ ଆମାଜନରେ ଏହାର ଦାମ ରହିଛି ୧ ଲକ୍ଷ ୩୧ ହଜାର ୯୯୯ । ଆମାଜନର ବିଭିନ୍ନ ଅଫର ଜରିଆରେ ମାତ୍ର ୭୭ ହଜାର ୯୯୯ ଟଙ୍କାରେ ଏହି ଫୋନକୁ ଆପଣ କିଣି ପାରି ବେ । ଆମାଜନ ପକ୍ଷରୁ ଏହି ଫୋନ ଉପରେ ୧୭ ପ୍ରତିଶତ ଡିସକାଉଣ୍ଟ ଦିଆଯାଉଛି । ଏହି ଡିସକାଉଣ୍ଟ ପରେ ଏହାର ଦାମ ୧ ଲକ୍ଷ ୯ ହଜାର ୯୯୯ ଟଙ୍କା ହୋଇ ଯାଉଛି । ଏହାସହ ଆପଣ ଏକ୍ସଚେଞ୍ଜ ଅଫର ଓ ବ୍ୟାଙ୍କ ଅଫରର ଫାଇଦା ଉଠାଇ ଆହୁରି କମ ଦାମରେ ଆପଣ ଏହାକୁ କିଣି ପାରିବେ ।

ଆମାଜନ ପକ୍ଷରୁ ସାମସଙ୍ଗ ଗାଲେକ୍ସି ଏସ23 ଅଲଟ୍ରା ସ୍ମାର୍ଟଫୋନ ଉପରେ ଏକ୍ସଚେଞ୍ଜ ଅଫର ଜାରି କରାଯାଇଛି । ଆପଣ ଆପଣଙ୍କ ପୁରୁଣା ଫୋନୋକୁ ବଦଳେଇ ୩୨ ହଜାର ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ପାଇ ପାରିବେ । ଡିସକାଉଣ୍ଟ ଓ ଏକ୍ସଚେଞ୍ଜ ଅଫର ବଳରେ ଆପଣ ଏହାକୁ ମାତ୍ର ୭୭ ହଜାର ୯୯୯ ଟଙ୍କାରେ ପାଇ ପାରିବେ । ଏକ୍ସଚେଞ୍ଜ ଅଫର ଆପଣଙ୍କ ସ୍ମାର୍ଟଫୋନର ମଡେଲ ଓ ଏହାର ଅବସ୍ଥା ଉପରେ ନିର୍ଭର କରେ । ଏହାସହ ଆପଣ ରହୁଥିବା ଅଞ୍ଚଳ ବା ଆପଣଙ୍କ ପୋଷ୍ଟାଲ ଇଣ୍ଡେକ୍ସ ନମ୍ବର ବା ପିନ୍‌କୋଡ୍‌ ଏକ୍ସଚେଞ୍ଚ ଅଫର ପାଇଁ ଯୋଗ୍ୟ କି ନାହିଁ ଦେଖିବାକୁ ପଡ଼ିବ । ଯଦି ସମସ୍ତ ସର୍ତ୍ତକୁ ପୁରଣ କଲାପରେ ଯାଇ ଆପଣ ଏହି ଅଫରର ଫାଇଦା ଉଠାଇ ପାରିବେ ।

ସେହିପରି ବ୍ୟାଙ୍କ ଅଫର ମାଧ୍ୟମରେ ମଧ୍ୟ ଆପଣ ଏହି ଫୋନର ଦାମକୁ କମ୍‌ କରିପାରିବେ । ଯଦି ଆପଣଙ୍କ ପାଖରେ ଆମେକ୍ସ ଓ ସିଟିବ୍ୟାଙ୍କ କ୍ରେଡିଟ କାର୍ଡ ରହିଛି ଆପଣଙ୍କୁ ଇନଷ୍ଟାଣ୍ଡ ୧୦ ପ୍ରତିଶତ ଡିସକାଉଣ୍ଟ ମିଳିବ । ଏଥିରେ ଆପଣ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ପାଇ ପାରିବେ । ଯଦି ଆପଣଙ ପାଖରେ ଏଚଏସବିସି କ୍ରେଡିଟ କାର୍ଡ ରହିଛି ଆପଣଙ୍କୁ ଇନଷ୍ଟାଣ୍ଡ ୨୫୦ ଟଙ୍କାର କେସବେକ୍‌ ମିଳିବ । ଏହିସବୁ ଅଫରର ଫାଇଦା ଉଠାଇ ଖୁବ କମ୍‌ ଦାମରେ ଏହି ଫୋନକୁ ଆପଣ କିଣି ପାରିବେ । ଯଦି ଆପଣ ଏହି ସର୍ତ୍ତ ଗୁଡ଼ିକ ପୁରଣ କରୁଛନ୍ତି ତେବେ ଘରକୁ ନେଇ ଆସନ୍ତୁ ସାମସଙ୍ଗ ଗାଲେକ୍ସି ଏସ23 ଅଲଟ୍ରା ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

8 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

11 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

12 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

12 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

12 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

12 hours ago