Samsung ପ୍ରିମିୟମ୍ ସ୍ମାର୍ଟଫୋନ Samsung Galaxy S23 5G କିଣିବା ପାଇଁ ଏହା ଏକ ଭଲ ସୁଯୋଗ । ଯଦି ଆପଣ ଏକ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି ଯାହା ୫-୬ ବର୍ଷ ପାଇଁ ବହୁତ ଭଲ ପରଫରମାନ୍ସ ଦେବ, ତେବେ ଏହା ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରେ । ଯଦିଓ ଏହାର ପ୍ରକୃତ ମୂଲ୍ୟ ଏକ ଲକ୍ଷ ଟଙ୍କା, କିନ୍ତୁ ବର୍ତ୍ତମାନ ସବୁଠାରୁ କମ୍ ମୂଲ୍ୟରେ କିଣିବାର ସୁଯୋଗ ଅଛି । ଦିଓ୍ୱାଲୀ ପରେ ଏହି ସ୍ମାର୍ଟଫୋନରେ ଭାରି ଡିସକାଉଣ୍ଟ ଦିଆଯାଉଛି ।
Samsung Galaxy S23 5G ସ୍ନାପଡ୍ରାଗନ୍ 8 Gen 2 ପ୍ରୋସେସର ସହିତ ଆସିଥାଏ । ଯେଉଁଥିରେ ଆପଣ ଦୈନଦିନ କାର୍ଯ୍ୟରେ ଭଲ ପରଫରମାନ୍ସ ପାଇବା ସହିତ ମଲ୍ଟି-ଟାସ୍କିଂ ମଧ୍ୟ କରିପାରିବେ । ଫଟୋଗ୍ରାଫି ପାଇଁ Galaxy S23 5G ସବୁଠାରୁ ବେଷ୍ଟ ସ୍ମାର୍ଟଫୋନ । ଏହି ସ୍ମାର୍ଟଫୋନ ବେଷ୍ଟ କ୍ୟାମେରା ସ୍ମାର୍ଟଫୋନ ଲିଷ୍ଟରେ ଗଣାଯାଏ ।
ଇ-କମର୍ସ ୱେବସାଇଟ ଫ୍ଲିପକାର୍ଟ ଗ୍ରାହକଙ୍କ ପାଇଁ Samsung Galaxy S23 5G ପ୍ରାଇସରେ ବଡ ହ୍ରାସ କରିଛି । ମୂଲ୍ୟ ହ୍ରାସ ପରେ ଏହାକୁ ଶସ୍ତାରେ କିଣିବା ପାଇଁ ଆପଣ ପାଖରେ ଗୋଟିଏ ଭଲ ସୁଯୋଗ ଅଛି । Samsung Galaxy S23 5G ର ୨୫୬GB ଭ୍ୟାରିଆଣ୍ଟ ଫ୍ଲିପକାର୍ଟରେ ୯୫,୯୯୯ ଟଙ୍କା ପ୍ରାଇସରେ ଲିଷ୍ଟ ହୋଇଛି । ବର୍ତ୍ତମାନ ଏହି ସ୍ମାର୍ଟଫୋନକୁ ଆପଣ ଅଧାରୁ କମ୍ ମୂଲ୍ୟରେ କିଣି ପାରିବେ ।
ଫ୍ଲିପକାର୍ଟ Samsung Galaxy S23 5G ର ମୂଲ୍ୟ ୫୩% କମ୍ କରିଛି । ଏହି ଟିସକାଉଣ୍ଟ ଅଫର ସହିତ ଆପଣ ଏହି ପୋନକୁ ମାତ୍ର ୪୪,୯୯୯ ଟଙ୍କା ମୂଲ୍ୟରେ କିଣି ପାରିବେ । ଫ୍ଲାଟ ଡିସକାଉଣ୍ଟ ଅଫର ସହିତ ଆପଣଙ୍କୁ ଏକ ପାଓ୍ୱାରଫୁଲ ଏକ୍ସଚେଞ୍ଜ ଅଫର ମଧ୍ୟ ଦିଆଯାଉଛି । ଯଦି ଆପଣଙ୍କ ପାଖରେ ପୁରୁଣା ସ୍ମାର୍ଟଫୋନ ଅଛି ତେବେ ତାକୁ ୪,୩୦୦୦ ଟଙ୍କାରୁ ଅଧିକ ପ୍ରାଇସରେ ଏକ୍ସଚେଞ୍ଜ କରିପାରିବେ ।
୨୦୨୩ ମସିହାରେ Samsung ଦ୍ୱାରା Samsung Galaxy S23 5G ଲଞ୍ଚ କରାଯାଇଥିଲା । ଏହି ସ୍ମାର୍ଟଫୋନରେ ଆଲୁମିନିୟମ ଫ୍ରେମ୍ ଏବଂ ଗ୍ଲାସ୍ ବ୍ୟାକ୍ ପ୍ୟାନେଲ୍ ସହିତ ଏହି ଡିଜାଇନ୍ ରହିଛି । ଏହି ଫୋନ IP68 ରେଟିଂ ସହିତ ଆସିଥାଏ ତେଣୁ ପାଣିରେ ପଡିଲେ ମଧ୍ୟ ଏହି ଫୋନର କୌଣସି କ୍ଷତି ହେବ ନାହିଁ । ଏଥିରେ ଆପଣ ୬.୧ ଇଞ୍ଚ ଡିସପ୍ଲେ ପାଇବେ ଯେଉଁଥିରେ ଡାଇନାମିକ୍ AMOLED 2X ପ୍ୟାନେଲ୍ ଅଛି । ଡିସପ୍ଲେରେ ଆପଣ ୧୨୦Hz, HDR10+ ଏବଂ ୧୭୫୦ ନିଟ୍ସ ପିକ୍ ବ୍ରାଇଟନେସ୍ ପାଇପାରିବେ । ଡିସପ୍ଲେର ପ୍ରୋଟେକ୍ସନ ପାଇଁ ଏଥିରେ Gorilla Glass Victus 2 ଦିଆଯାଇଛି ।
Samsung Galaxy S23 5G ଆଉଟ୍ ଅଫ ଦି ବକ୍ସ ଆଣ୍ଡ୍ରଏଡ୍ ୧୩ରେ ଚାଲିଥାଏ କିନ୍ତୁ ଭବିଷ୍ୟତରେ ଆପଣ ଏହାକୁ ଅପଗ୍ରେଡ୍ କରିପାରିବେ । ପରଫରମାନ୍ସ ପାଇଁ ଏହି ସ୍ମାର୍ଟଫୋନରେ ଆପଣଙ୍କୁ Snapdragon 8 Gen 2 ପ୍ରୋସେସର ଦିଆଯାଇଛି । ସ୍ମାର୍ଟରେ ଆପଣଙ୍କୁ ୫୧୨GB RAM ଏବଂ ୮GB ପର୍ଯ୍ୟନ୍ତ ଷ୍ଟୋରେଜ୍ ମିଳିବ । ଫଟୋଗ୍ରାଫି ପାଇଁ ଏଥିରେ ଟ୍ରିପଲ କ୍ୟାମେରା ସେଟ୍ଅପ୍ ରହିଛି ଯେଉଁଥିରେ ୫୦+୧୦+୧୨ ମେଗାପିକ୍ସେଲର ସେନ୍ସର ଅଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୧୨ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି ।