Samsung Galaxy S23 FE ରେ ଭାରି ଡିସକାଉଣ୍ଟ, Amazon-Flipkart ରେ ମିଳୁଛି ଦମଦାର୍ ଅଫର

Samsung Galaxy S23 FE ର ପ୍ରାଇସ ପୁଣି ଥରେ ହ୍ରାସ ପାଇଛି । Samsung ର ଏହି ପାୱାରଫୁଲ ସ୍ମାର୍ଟଫୋନ୍ ଏହାର ଲଞ୍ଚ ପ୍ରାଇସର ଅଧା ମୂଲ୍ୟରେ ଉପଲବ୍ଧ ହେବ । ଅକ୍ଟୋବରରେ Samsung Galaxy S24 FE ଲଞ୍ଚ ହେବା ପରଠାରୁ ଏହାର ମିଡ୍ ବଜେଟ୍ ଫୋନର ପ୍ରାଇସରେ ଲଗାତାର ହ୍ରାସ ପାଉଛି । ଇ-କର୍ମସ ୱେବସାଇଟ୍ Amazon ଏବଂ Flipkart ରେ ଏହି ଫୋନର ପ୍ରାଇସଠାରୁ ୫୦% କମରେ ଲିଷ୍ଟ କରାଯାଇଛି । ଏହା ବ୍ୟତୀତ ଫୋନକୁ କିଣିବା ଉପରେ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ ଏକ୍ସଚେଞ୍ଜ ଅଫର ଦିଆଯାଉଛି ।

ଏହି Samsung ଫ୍ଲାଗସିପ୍ ସ୍ମାର୍ଟଫୋନ୍ ଦୁଇଟି ଷ୍ଟୋରେଜ୍ ଭ୍ୟାରିଆଣ୍ଟ ରହିଛି ସେଗୁଡିକ ହେଲା- ୮GB RAM + ୧୨୮ GB ଏବଂ ୮GB RAM + ୨୫୬GB । ଗତ ବର୍ଷ ଅକ୍ଟୋବରରେ ଏହା ଭାରତୀୟ ବଜାରରେ ଲଞ୍ଚ କରାଯାଇଥିଲା । ଏହି ଫୋନର ଲଞ୍ଚ ପ୍ରାଇସ୍ ୫୪,୯୯୯ ଟଙ୍କାରୁ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଆପଣ ଏହି ଫୋନକୁ ପ୍ରାରମ୍ଭିକ ମୂଲ୍ୟରେ ୩୩,୭୨୦ ଟଙ୍କାରେ ଆଣିପାରିବେ ।

ଏହା ବ୍ୟତୀତ ଫୋନ୍ କିଣିବା ଉପରେ ୨,୦୦୦ ଟଙ୍କା ମୂଲ୍ୟରେ ଇନଟ୍ରେଷ୍ଟ ବ୍ୟାଙ୍କ୍ ଡିସକାଉଣ୍ଟ ମଧ୍ୟ ଅଫର ଦିଆଯାଉଛି । ଏହି ଫୋନ Amazon ରେ ୩୩,୭୨୦ ଟଙ୍କାରେ ଲିଷ୍ଟ ହୋଇଛି । ଏହା ବ୍ୟତୀତ ୨,୦୦୦ର ବ୍ୟାଙ୍କ୍ ଡିସକାଉଣ୍ଟ ଏବଂ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ବୋନସ୍ ମିଳିବ । ସେହିଭଳି ଏହି ଫୋନ Flipkart ରେ ୩୪,୯୯୯ ଟଙ୍କା ମୂଲ୍ୟରେ ଲିଷ୍ଟ ହୋଇଛି । ଏଠାରେ ଫୋନକୁ କିଣିବା ଉପରେ Flipkart-Axis Bank କାର୍ଡରେ ୫% ର କ୍ୟାସବ୍ୟାକ୍ ମିଳିବ ।

Samsung Galaxy S23 FE ର ଫିଚର୍ସ :

• Samsung ର ଏହି ଫୋନରେ ୬.୪ ଇଞ୍ଚର FHD+ ଡିସପ୍ଲେ ରହିଛି । ଏହି ଫୋନର ଡିସପ୍ଲେ ୧୨୦ Hz ରିଫ୍ରେସ୍ ରେଟ୍ ଫିଚରକୁ ସପୋର୍ଟ କରିଥାଏ ।

• ଏଥିରେ Super AMOLED ପ୍ୟାନେଲା ଦିଆଯାଇଛି, ଯାହା ସହିତ କର୍ନିଙ୍ଗ ଗୋରିଲା ଗ୍ଲାସର ପ୍ରୋଟେକ୍ସନ ମିଳିବ ।

• ଫୋନ ୱାଟର ଏବଂ ଡଷ୍ଟ ପ୍ରୁଫ୍ ଅଛି । ଏହାସହିତ ଏଥିରେ ଇନ୍-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସରର ମଧ୍ୟ ସପୋର୍ଟ ମିଳିଥାଏ ।

• ଏହି ସ୍ମାର୍ଟଫୋନରେ ଇନ୍-ହାଉସ୍ Exynos 2200 ପ୍ରୋସେସର ଦିଆଯାଇଛି । ଫୋନ Galaxy AI ଫିଚର ସହିତ ଲ୍ୟାସ୍ ହୋଇଛି ଏବଂ Android 14 ଅପରେଟିଂ

ସିଷ୍ଟମ୍ରେ କାମ କରେ ।

• ଏହି ସ୍ମାର୍ଟଫୋନରେ ୪,୫୦୦mAh ର ବ୍ୟାଟେରୀ ରହିଛି । ଏହା ସହିତ ୨୫W USB Type C ୱାୟାଡ୍ ଫାଷ୍ଟ ଚାର୍ଜିଂ ଏବଂ ୱାୟାରଲେସ୍ ଚାର୍ଜିଂର ସପୋର୍ଟ

ଦିଆଯାଇଛି ।

• Samsung Galaxy S23 FE ବ୍ୟାକରେ ଟ୍ରିପଲ କ୍ୟାମେରା ସେଟଅପ୍ ମିଳିବ । ଏଥିରେ ୫୦ MP ର ମେନ୍ ଏବଂ ୧୨MP ର ଅଲ୍ଟ୍ରା ୱାଇଡ୍ କ୍ୟାମେରା

ଦିଆଯାଇଛି ।

• ଏହା ସହିତ ଫୋନରେ ଏକ ଟେଲିଫଟୋ କ୍ୟାମେରା ମଧ୍ୟ ମିଳିବ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୧୦MP ର କ୍ୟାମେରା ଅଛି ।