ନୂଆ କଲରରେ ଧମାଲ କରିବ ସାମସଙ୍ଗ୍ Galaxy S24 Ultra, ରହିଛି ଦମଦାର ଫିଚର୍ସ

ସାମସଙ୍ଗ Galaxy S24 Ultra ହେଉଛି ଏକ ପ୍ରିମିୟମ୍ ସ୍ମାର୍ଟଫୋନ୍, ଯାହାର ଦାମ୍ ବହୁତ ଅଧିକ ରହିଛି । ଏହି ସ୍ମାର୍ଟଫୋନରେ ୟୁଜରମାନେ ବଡ଼ ସ୍କ୍ରିନ୍, ପାଓ୍ଵାରଫୁଲ୍ ବ୍ୟାଟେରୀ ସହିତ ଅନେକ ଫିଚର୍ସ ମିଳିବ । ବର୍ତ୍ତମାନ କମ୍ପାନୀ ସାମସଙ୍ଗ Galaxy S24 Ultraକୁ ଏକ ନୂଆ କଲର ଅପ୍ସନରେ ଆଣିଛି । ବର୍ତ୍ତମାନ ସୁଦ୍ଧା ଏହି ଫୋନ୍ ଟାଇଟାନିୟମ୍ ଗ୍ରେ, ଟାଇଟାନିୟମ୍ ଭାୟୋଲେଟ୍ ଏବଂ ଟାଇଟାନିୟମ୍ ବ୍ଲାକ୍ କଲର୍ସରେ ଆସୁଥିଲା । କିନ୍ତୁ, ବର୍ତ୍ତମାନ କମ୍ପାନୀ ଟାଇଟାନିୟମ୍ ୟେଲୋ କଲରରେ ଏହି ଡିଭାଇସକୁ ଆଣିଛି ।
ଏହି ସ୍ମାର୍ଟଫୋନର ସବୁଠାରୁ ଖାସ କଥା ହେଉଛି ଏଥିରେ ଗାଲାକ୍ସି AI ଅଛି । ଏଥିରେ ଅନେକ AI ଫିଚର ସାମିଲ ହୋଇଛି ଯେପରିକି ସର୍ଚ୍ଚ ଟୁ ସର୍ଚ୍ଚ, ଜେନେରେଟିଭ୍ ଟେକ୍ସଟ୍, ଲାଇଭ୍ ଟ୍ରାନ୍ସକ୍ରିପସନ୍ ଏବଂ ଲାଇଭ୍ ଟ୍ରାନ୍ସଲେସନ୍ । Galaxy S24 Ultra ହେଉଛି କମ୍ପାନୀର ପ୍ରଥମ ଫୋନ୍ ଯାହା ପ୍ରିମିୟମ୍ ଏବଂ ପାଓ୍ଵାରଫୁଲ ଟାଇଟାନିୟମ୍ ବଡି ସହିତ ଆସିଛି । ଏଥିରେ ୬.୮ ଇଞ୍ଚ QHD + ଡାଇନାମିକ୍ AMOLED 2X ଡିସପ୍ଲେ ଅଛି । ଏଥିରେ ଭିଜନ୍ ବୁଷ୍ଟର୍ ଟେକ୍ନୋଲୋଜି ଏବଂ ୧ Hz ରୁ ୧୨୦ Hz ର ଆଡାପ୍ଟିଭ୍ ରିଫ୍ରେସ୍ ରେଟ୍ ରହିଛି । ଏହା କ୍ୱାଲକମ୍ ସ୍ନାପଡ୍ରାଗନ୍ ୮ ଜେନ ୩ ପ୍ରୋସେସରରେ ଚାଲିଥାଏ ।
ଏହି ଡିଭାଇସ୍ ୧ TB ଷ୍ଟୋରେଜ୍ ସହିତ ଆସୁଛି । ଏହାର ପଛରେ ଚାରୋଟି କ୍ୟାମେରା ଅଛି – ଏକ ନୂଆ ୫୦MP 5x ଟେଲିଫୋଟୋ ସେନ୍ସର, OIS ସହିତ ୨୦୦MPର ଓ୍ଵାଇଡ୍ କ୍ୟାମେରା, ୧୦MPର ୩x ଟେଲିଫୋଟୋ କ୍ୟାମେରା ଏବଂ ୧୨ MPର ଅଲ୍ଟ୍ରା ୱାଇଡ୍ କ୍ୟାମେରା । ଫ୍ରଣ୍ଟରେ ୧୨ MPର ଡୁଆଲ୍ ପିକ୍ସେଲ କ୍ୟାମେରା ମଧ୍ୟ ଅଛି । ନୂଆ ପ୍ରୋଭିଜୁଆଲ୍ ଇଞ୍ଜିନ୍ ଏବଂ କ୍ୱାଡ୍ ଟେଲି ସିଷ୍ଟମ୍ ଇମେଜ୍ ପ୍ରୋସେସିଙ୍ଗ୍ ରହିଛି । Galaxy S24 Ultra ହେଉଛି ନୂଆ ଟେକ୍ନୋଲୋଜି ଏବଂ ହାଲୁକା ଡିଜାଇନ୍ ର ଏକ ବଢ଼ିଆ ଫୋନ ।