Samsung Galaxy S25ର ଲଞ୍ଚ କନଫର୍ମ! ଜାଣନ୍ତୁ ଡିଟେଲସ୍

୨୦୨୫ ରେ ଲଞ୍ଚ ହେବାକୁ ଥିବା Samsung କିଛି ଦମଦାର ଫୋନର ଟିଜର ଲଞ୍ଚ କରିଛି । ଏହି ଲିଷ୍ଟରେ Samsung Galaxy S25 series ର ନାମ ମଧ୍ୟ ସାମିଲ ଅଛି । ଦକ୍ଷିଣ କୋରିଆ Samsung ନ୍ୟୁଜରୁମ୍‌ ୱେବସାଇଟରେ ଏକ ବ୍ଲଗ୍‌ ପୋଷ୍ଟ ମାଧ୍ୟମରେ କମ୍ପାନୀ ଏ ବିଷୟରେ ଡିଟେଲ୍ସ ଦେଇଛି । ଏହି Samsung ଫୋନ ବଜେଟ-ଫ୍ରେଣ୍ଡଲି ଫୋଲଡେବଲ୍‌ ଫୋନ ହେବାକୁ ଯାଉଛି । ଯାହାକୁ ୟୁଜର୍ସମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ ।

କମ୍ପାନୀ ଅଫିସିଆଲ ଭାବରେ କନଫର୍ମ କରିଛି ଯେ Galaxy S25 ସିରିଜ୍‌ ୨୦୨୫ର ଫାଷ୍ଟ ହାଫ୍‌ରେ ଏହି ଫୋନ୍ ରୋଲ୍ ଆଉଟ୍‌ ହେବ । ଏହାପୂର୍ବରୁ କମ୍ପାନୀ ଚଳିତ ବର୍ଷ ଜାନୁଆରୀରେ ଏହାର Galaxy S24 series ଲଞ୍ଚ କରିଥିଲା । Galaxy S25 ସିରିଜ୍‌ AI ଫିଚର୍ସ ସହିତ ସଜ୍ଜିତ ହେବ । ଏହା ସହିତ ଅନେକ ୟୁନିକ୍‌ ଫିଚର୍ସ ମଧ୍ୟ ଏଥିରେ ଉପଲବ୍ଧ ହେବାକୁ ଯାଉଛି । ମାକେର୍ଟରେ ଏକ ଫୋଲଡେବଲ୍‌ ସ୍ମାର୍ଟଫୋନ ଆଣିବାକୁ Samsung ପ୍ରସ୍ତୁତ ହେଉଛି ଯାହାକୁ ଆପଣ ଖୁବ ସୁଲଭ ମୂଲ୍ୟରେ କିଣିପାରିବେ ।

ଆପଣଙ୍କୁ କହିରଖୁଛୁ ଯେ ଫୋଲଡେବଲ୍‌ ଫୋନଗୁଡିକ ସ୍ମାର୍ଟଫୋନ ବଜାରରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଏପରି ପରିସ୍ଥିତିରେ Samsung ତାର ୟୁଜର୍ସମାନଙ୍କ ପାଇଁ ଏକ ବଜେଟ-ଫ୍ରେଣ୍ଡଲି ଫୋଲଡେବଲ୍‌ ଫୋନ ଆଣିବାକୁ ଚାହୁଁଛି । ଏହା ସହିତ Samsung ଏହାର XR ଡିଭାଇସ୍‌ ବିଷୟରେ ମଧ୍ୟ ସୂଚନା ଦେଇଛି । ଗୁଗଲ ସହିତ ପାର୍ଟନରସିପ୍‌ରେ ଏହା ପ୍ରସ୍ତୁତ କରାଯିବ । ଏହି ଡିଭାଇସ୍‌ କ୍ୱାଲକମ୍‌ ଏବଂ ଆଣ୍ଡ୍ରଏଡ୍‌ ଦ୍ୱାରା ଚାଲିବ ।

ଅକ୍ଟୋବର ମାସରେ Samsung ଏହି ଡିଭାଇସର ଡେଭଲର୍ପ‌ ଭର୍ସନ ବିଷୟରେ ସୂଚିତ କରିଥିଲା । କିନ୍ତୁ ତାଜା ଅପଡେଟ୍‌ ଅନୁଯାୟୀ, ଏହି ଫୋନ ବର୍ତ୍ତମାନ ୨୦୨୫ରେ ଲଞ୍ଚ ହୋଇପାରିବ । ୨୦୨୫ ମସିହାରେ Samsung ହେଲ୍ଥ ଇକୋସିଷ୍ଟମକୁ ବଢ଼ାଉଥିବାବେଳେ Galaxy Ring କୁ ମଧ୍ୟ ପ୍ରୋମୋଟିଂ କରିପାରିବ । ଆହୁରି ମଧ୍ୟ, Samsung ର ସ୍ମାର୍ଟ ଗ୍ଲାସ୍‌ ୨୦୨୫ ମସିହାରେ ନୂଆ କ୍ଳେଭରରେ ଦେଖିବାକୁ ମିଳିବ ।

You might also like