ସାମ୍ନାକୁ ଆସିଲା Samsung Galaxy S25 Series ର ଲଞ୍ଚ ଡେଟ୍‌, କ୍ୟାମେରା ରହିଛି ଜବରଦସ୍ତ

Samsung Galaxy S25 Series ଅପେକ୍ଷା ଶୀଘ୍ର ଶେଷ ହେବାକୁ ଯାଉଛି । ଦକ୍ଷିଣ କୋରିଆ କମ୍ପାନୀର ଏହି ଫ୍ଲାଗସିପ୍‌ ସ୍ମାର୍ଟଫୋନ ସିରିଜ୍‌ ଆସନ୍ତା ବର୍ଷ ଆରମ୍ଭରେ ଗ୍ଲୋବାଲି ଲଞ୍ଚ ହେବ । ଏହି ସିରିଜ୍‌ Galaxy Unpacked 2025 ଇଭେଣ୍ଟରେ ଲଞ୍ଚ ହେବ । ଏହା ସହିତ Samsung Galaxy Z Flip FE ମଧ୍ୟ ଏଥିରେ ଲଞ୍ଚ କରାଯାଇପାରିବ । ଚଳିତ ବର୍ଷ ଲଞ୍ଚ ହୋଇଥିବା Samsung Galaxy S24 Series ପରି ଏହି ସିରିଜରେ ତିନୋଟି ପ୍ରିମିୟମ ସ୍ମାର୍ଟଫୋନ ମଧ୍ୟ ଲଞ୍ଚ ହେବ । ଯେଉଁଥିରେ Galaxy S25, Galaxy S25 Plus ଏବଂ Galaxy S25 Ultra ସାମିଲ୍‌ ଅଛି ।

ସାଉଥ କୋରିଆନ୍ ମିଡିଆ ଅନୁଯାୟୀ, ସାମସଙ୍ଗର ଏହି ଫ୍ଲାଗସିପ୍‌ ସିରିଜ୍‌ ଆସନ୍ତା ବର୍ଷ ୨୩ ଜାନୁଆରୀ ୨୦୨୫ରେ ଲଞ୍ଚ ହେବ । ସାମସଙ୍ଗର ଏହି Galaxy Unpacked ଇଭେଣ୍ଟ ଆମେରିକାରେ ଆୟୋଜିତ ହେବ । ଚଳିତ ବର୍ଷ ସାମସଙ୍ଗ ଏହାର ତିନୋଟି ପ୍ରିମିୟମ ମଡେଲ୍‌ ସହିତ Galaxy S25 Slim କୁ ମଧ୍ୟ ଲଞ୍ଚ କରିବ ବୋଲି କୁହାଯାଉଛି ।
ଏହାପୂର୍ବରୁ ଏଭଳି ଖବର ଆସିଥିଲା ଯେଉଁଥିରେ କୁହାଯାଇଥିଲା ଯେ ଜାନୁଆରୀ ୫ରେ Samsung Galaxy S25 ସିରିଜ୍‌ ଲଞ୍ଚ ହେବ । ଏହି ବର୍ଷ କମ୍ପାନୀ ଜାନୁଆରୀ ୧୭ରେ ଏହାର Galaxy S24 ସିରିଜ୍‌ ଲଞ୍ଚ କରିଥିଲା । ଏଭଳି ପରିସ୍ଥିତିରେ ସାମସଙ୍ଗ ଏହାର ଫ୍ଲାଗସିପ୍‌ ସିରିଜ୍‌ ସମୟ ପୂର୍ବରୁ ଲଞ୍ଚ କରିବ ବୋଲି କୁହାଯାଉଥିଲା । ତେବେ ଏହି ନୂଆ ରିପୋର୍ଟ ଆଉ କିଛି କହୁଛି । ଏହି ସିରିଜ୍‌ ବିଷୟରେ ପ୍ରକାଶ ପାଇଥିବା ସୂଚନା ଅନୂଯାୟୀ, Samsung Galaxy S25 ଏବଂ Galaxy S25 Ultra ୭ଟି କଲର ଅପ୍ସନରେ ଲଞ୍ଚ କରାଯିବ । ଏଥି ସହିତ, Galaxy S25 Plus ୮ଟି କଲର ଅପ୍ସନରେ ଲଞ୍ଚ କରାଯାଇପାରିବ ।

Galaxy S25 Ultra, ଏହି ସିରିଜର ସବୁଠାରୁ ପ୍ରିମିୟମ ମଡେଲ୍‌ ହେବ । ଏହା ସହ ୨୦୦MPର ଜବରଦସ୍ତ ପ୍ରାଇମେରୀ କ୍ୟାମେରା ଦିଆଯାଇପାରେ । ଏହା ବ୍ୟତୀତ କମ୍ପାନୀ ଫୋନ ବ୍ୟାକରେ ଆଉ ତିନୋଟି ୫୦MP କ୍ୟାମେରା ଦେଇପାରେ । ଏହି ଫୋନ ୧୨୦x ସୁପରଜୁମ୍‌ ଫିଚରର ସପୋର୍ଟ କରିବ । ଏଥିସହ ଫୋନରେ ୫୦MP ର ସେଲଫି କ୍ୟାମେରା ମଧ୍ୟ ଦିଆଯାଇପାରେ । ଫୋନରେ S-Pen ର ମଧ୍ୟ ମପେର୍ଟ ମିଳିପାରେ । ସମାସଙ୍ଗର ଏହି ସିରିଜ୍‌ Qualcomm Snapdragon 8 Elite ପ୍ରୋସେସର ସହିତ ଗ୍ଲୋବାଲି ଲଞ୍ଚ ହୋଇପାରେ । ଭାରତ ସମେତ କେତେକ ଦେଶରେ ଏହା Exynos 2500 ପ୍ରୋସେସର ସହିତ ଲଞ୍ଚ ହେବ । ଏହି ସିରିଜରେ ସବୁ ଫୋନ AI ଫିଚର୍ସ ସହିତ ଲ୍ୟାସ୍‌ ହେବ ।

You might also like