Samsung Galaxy S25 Slim ରେ ମିଳିବ ୟୁନିକ୍ କ୍ୟାମେରା, ଲଞ୍ଚ ପୂର୍ବରୁ ସାମ୍ନାକୁ ଆସିଲା ଡିଟେଲ୍ସ

ଆସନ୍ତା ବର୍ଷ ଆରମ୍ଭରେ Samsung Galaxy S25 ସିରିଜ୍ ଲଞ୍ଚ ହେବ । ଚଳିତ ବର୍ଷ ଦକ୍ଷିଣ କୋରିଆ କମ୍ପାନୀ ଏହାର ସିରିଜରେ ଏକ ନୂଆ Slim ମଡେଲ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି ଫୋନକୁ Galaxy S25 Slim ନାମରେ ଲଞ୍ଚ କରାଯାଇପାରିବ । ଏହି ଫୋନର କ୍ୟାମେରା ଡିଟେଲ୍ସ ଲଞ୍ଚ ପୂର୍ବରୁ ପ୍ରକାଶ ପାଇଛି । Samsung ର ଏହି ଫ୍ଲାଗସିପ୍ ଫୋନରେ ALoP କ୍ୟାମେରା ଟେକ୍ନୋଲୋଜି ବ୍ୟବହାର କରାଯିବ, ଯାହା ଫୋନର କ୍ୟାମେରା ବମ୍ପକୁ କମ୍ କରିବ । ଏହି Samsung ର ସବୁଠାରୁ ସ୍ଲିମ୍ ଏବଂ କମ୍ପାକ୍ଟ ସ୍ମାର୍ଟଫୋନ ହୋଇପାରେ ।

Galaxy S25, Galaxy S25+ ଏବଂ Galaxy S25 Ultra ଏହା ବ୍ୟତୀତ ସାମସଙ୍ଗର ଏହି ଫ୍ଲାଗସିପ୍ ସିରିଜରେ Galaxy S24 Slim ମଧ୍ୟ ଲଞ୍ଚ ହେବ । ଟେଲିଫଟୋ କ୍ୟାମେରା ପାଇଁ କମ୍ପାନୀ ALoP ଅର୍ଥାତ୍ ପ୍ରିଜିମ୍ ଟେକ୍ନୋଲୋଜିର ଅଲ୍ ଲୋନ୍ସ ବ୍ୟବହାର କରିବାକୁ ଯାଉଛି । ଗତ ମାସରେ ସାମସଙ୍ଗ ଦ୍ବାରା ଏହି ଟେକ୍ନୋଲୋଜି ଲଞ୍ଚ କରାଯାଇଥିଲା । ଏହା ସାମସଙ୍ଗ ସେମିକଣ୍ଡକ୍ଟର ଡିଭିଜନ୍ ଦ୍ବାରା ପ୍ରସ୍ତୁତ କରାଯାଇଛି ।

ALoP ଟେକ୍ନୋଲୋଜି କ’ଣ ?

ଏହି ଟେକ୍ନୋଲୋଜି ALoP ଆର୍କିଟେକ୍ଚର ଉପରେ କାମ କରେ, ଯେଉଁଥିରେ ଟେଲିଫଟୋ କ୍ୟାମେରା ମଡ୍ୟୁଲର ଲମ୍ବ ୨୨% କମିଯାଏ । Galaxy S25 Slim ବହୁତ ପତଳା ଫୋନ ହେବ, ଯେଉଁ କାରଣରୁ କନଭେନ୍ସନାଲ୍ କ୍ୟାମେରା ଲେନ୍ସ ବ୍ୟବହାର କରିବାବେଳେ ଏହାର କ୍ୟାମେରା ମଡ୍ୟୁଲର ବମ୍ପ ବହୁତ ବଡ ହେବ । ଏହି ଟେକ୍ନୋଲୋଜି ସହିତ ପ୍ରିଜିମ୍ ରିଫ୍ଲେକ୍ସସନ୍ ୪୦ ଡିଗ୍ରୀ ପର୍ଯ୍ୟନ୍ତ ରହିଥାଏ ।

ରିପୋର୍ଟ ଅନୁଯାୟୀ, ଏହି ସାମସଙ୍ଗ ଫୋନ୍ ୭ mm ମୋଟା ହେବ । ଏହାର ବ୍ୟାକରେ ଟ୍ରିପଲ୍ କ୍ୟାମେରା ସେଟଅପ୍ ମିଳିପାରିବ । ଏଥିରେ ୨୦୦ MP ର ମେନ୍ କ୍ୟାମେରା ରହିବ । ଏହା ବ୍ୟତୀତ ଫୋନରେ ୫୦ MP ର ଅଲ୍ଟ୍ରା ୱାଇଡ୍ ଏବଂ ଏକ ଟେଲିଫଟୋ କ୍ୟାମେରା ମିଳିବ । ଏହି ସିରିଜର Galaxy S25 ଏବଂ Galaxy S25+ ରେ ଟେଲିଫଟୋ କ୍ୟାମେରା ମିଳିବ ନାହିଁ ।