ଲଞ୍ଚ ହୋଇଛି Samsung Galaxy S25 Ultra 5G, ପ୍ରାଇସ୍ ଜାଣି ହୋଇଯିବେ ଖୁସି

Samsung Galaxy S25 Ultra 5G କୁ ଅପେକ୍ଷା କରୁଥିବା ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି । ଶେଷରେ Samsung ର ନୂଆ ଅଲ୍ଟ୍ରା ସ୍ମାର୍ଟଫୋନରେ ଅପେକ୍ଷା ବର୍ତ୍ତମାନ ଶେଷ ହୋଇଛି । Samsung ଗତ କାଲି ଅର୍ଥାତ୍ ବୁଧବାର ଆମେରିକାର ସାନ୍ ଜୋସରେ ଆୟୋଜିତ Galaxy Unpacked ଇଭେଣ୍ଟରେ Samsung Galaxy S25 Ultra ଲଞ୍ଚ କରିଛି । ଏହି ସ୍ମାର୍ଟଫୋନ୍ ସହିତ Samsung ଗ୍ରାହକଙ୍କ ପାଇଁ Samsung Galaxt S25 5G ଏବଂ Galaxy S25+ 5G କୁ ମଧ୍ୟ ଲଞ୍ଚ କରିଛି ।
Samsung ଲଭର୍ସମାନେ ଆଶା କରୁଥିଲେ ଯେ ଏଥର କମ୍ପାନୀ କ୍ୟାମେରା ସେଟଅପରେ କିଛି ବଡ଼ ପରିବର୍ତ୍ତନ କରିପାରେ, ତଥାପି ସେତେ ଅଧିକ କିଛି ପାର୍ଥକ୍ୟ ଦେଖାଯାଇ ନାହିଁ । Samsung Galaxy S23 ଏବଂ Galaxy S24 ପରି ଏଥିରେ ମଧ୍ୟ ୨୦୦MP ର କ୍ୟାମେରା ସେନ୍ସର ଦିଆଯାଇଛି । ଏହା ସହିତ ଏହି ସ୍ମାର୍ଟଫୋନକୁ Qualcomm ର ଲାଟେଷ୍ଟ ପ୍ରୋସେସର Qualcomm Snapdragon 8 Elite ସହିତ ଲ୍ୟାସ୍ କରାଯାଇଛି । ଆସନ୍ତୁ ଆପଣଙ୍କୁ କହିବୁ ଯେ ଏହି ସ୍ମାର୍ଟଫୋନର ଡିଟେଲ୍ ସୂଚନା ବିଷୟରେ ।
Samsung Galaxy S25 Ultra ର ଭ୍ୟାରଆଣ୍ଟ ଏବଂ ପ୍ରାଇସ୍ :
Samsung ଏହି ସ୍ମାର୍ଟଫୋନକୁ ତିନୋଟି ଭ୍ୟାରିଆଣ୍ଟ ସହିତ ଲଞ୍ଚ କରିଛି । ଏତିରେ ଆପଣଙ୍କୁ ୧୨+୨୫୬G, ୧୨+୫୧୨G ଏବଂ ୧୨ GB + 1TB ଷ୍ଟୋରେଜର ଅପ୍ସନ ମିଳିଥାଏ । ୨୫୬ GB ମଡ଼େଲ ସହିତ ବେସ୍ ଭ୍ୟାରିଆଣ୍ଟ ୧୨୯୯୯୯ ଟଙ୍କା ମୂଲ୍ୟରେ ଭାରତରେ ଲଞ୍ଚ କରାଯାଇଛି । ସେହିଭଳି ଏହାର ୫୧୨ GB ଭ୍ୟାରିଆଣ୍ଟର ମୂଲ୍ୟ ଭାରତରେ ୧,୪୧,୯୯୯ ଟଙ୍କା ରଖାଯାଇଛି । ସିରିଜର ଟପ୍ ମଡେଲ୍ ଅର୍ଥାତ୍ 1TB ଷ୍ଟୋରେଜ ଭାରତୀୟ ବଜାରରେ ୧,୬୫,୯୯୯ ଟଙ୍କାରେ ସାମ୍ନାକୁ ଆସିଛି । ଅଲ୍ଟ୍ରାର ବେସ୍ ମଡେଲକୁ Titanium Silverblue, Titanium Gray ଅପ୍ସନ ସହିତ କିଣାଯାଇପାରିବ । ସେହିଭଳି ୫୧୨ GB ମଡ଼େଲରେ ଆପଣଙ୍କୁ Titanium Whitesilver, Titanium Black କଲର ଅପ୍ସନ ମଧ୍ୟ ମିଳିବ ।
ଯଦି ଆପଣ Samsung Galaxy S25 Ultra 5G କୁ ପ୍ରି ବୁକିଂ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ୨୧୦୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିବ । ଏଥିରେ ୧୨୦୦୦ ଟଙ୍କା ପର୍ଯ୍ୟନ୍ତ ଷ୍ଟୋରେଜ୍ ଅପଗ୍ରେଡ୍ ସାମିଲ ଅଛି ଯେଉଁଥିରେ ଆପଣଙ୍କୁ ୧୨ GB ୫୧୨ GB ଭ୍ୟାରିଆଣ୍ଟକୁ ୧୨ GB ୨୫୬ GB ଭ୍ୟାରିଆଣ୍ଟର ପ୍ରାଇସରେ କିଣିପାରିବେ । ଏହା ବ୍ୟତୀତ କମ୍ପାନୀ ଆପଣଙ୍କୁ ୯୦୦୦ ଟଙ୍କା ପର୍ଯ୍ୟନ୍ତ ବୋନସ୍ ମଧ୍ୟ ଦେବ । ଯଦି ଆପଣ ସ୍ମାର୍ଟଫୋନକୁ ୯ ମାସ ନୋ-କଷ୍ଟ EMI ସହିତ କିଣନ୍ତି, ତେବେ ଆପଣଙ୍କୁ ୭୦୦୦ ଟଙ୍କା ମୂଲ୍ୟର କ୍ୟାସବ୍ୟାକ୍ ଅଫର ମଧ୍ୟ ମିଳିବ ।
Samsung Galaxy S25 Ultra ର ଫିଚର୍ସ :
୧. Samsung Galaxy S25 Ultra ରେ କମ୍ପାନୀ ୬.୮ ଇଞ୍ଚର ଡାଇନାମିକ୍ LTPO Amoled 2X ଡିସପ୍ଲେ ଦେଇଛି ।
୨. ଡିସପ୍ଲେରେ ଆପଣଙ୍କୁ ୧୨୦ Hz ର ରିଫ୍ରେସ ରେଟ୍, HDR10+ ଏବଂ ୨୬୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସ୍ ଦିଆଯାଇଛି । ଡିସପ୍ଲେ Always On ଫିଚର୍ସ ସହିତ ଆସିଥାଏ ।
୩. ସ୍କ୍ରିନକୁ ପ୍ରୋଟେକ୍ଟ କରିବା ପାଇଁ କର୍ନିଙ୍ଗ ଗୋରିଲା ଗ୍ଲାସ୍ ଆର୍ମର୍ ଦିଆଯାଇଛି ।
୪. ପରଫରମାନ୍ସ ପାଇଁ Samsung ର ଏହି ସ୍ମାର୍ଟଫୋନକୁ ୩ nm ଟେକ୍ନୋଲୋଜି ବେସ୍ଡ Qualcomm Snapdragon 8 Elite ପ୍ରୋସେସର ଦିଆଯାଇଛି ।
୫. ଏଥିରେ ଆପଣଙ୍କୁ ୧୬GB ପର୍ଯ୍ୟନ୍ତ RAM ଏବଂ 1TB ଷ୍ଟୋରେଜ୍ ଅପ୍ସନ ମିଳିବ ।
୬. Samsung Galaxy S25 Ultra ରେ କ୍ବାଡ କ୍ୟାମେରା ସେଟଅପ୍ ମିଳିଥାଏ ଯେଉଁଥିରେ ୨୦୦+୫୦+୧୦+୫୦ ମେଗାପିକ୍ସେଲର ସେନ୍ସର ଦିଆଯାଇଛି ।
୭. ସେଲଫି ଏବଂ ଭିଡିଓ କଲିଂ ପାଇଁ ଏହି ସ୍ମାର୍ଟଫୋନରେ ୧୨ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ସେଟଅପ୍ ଦିଆଯାଇଛି ।
୮. ସ୍ମାର୍ଟଫୋନକୁ ପାୱାର ଦେବା ପାଇଁ ଏଥିରେ ୫୦୦୦ mAh ର ବ୍ୟାଟେରୀ ଦିଆଯାଇଛି, ଯାହା ୪୫ W ର ୱାୟଡ୍ ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ ।