ଲିକ୍ ହେଲା Samsung Galaxy S25 5G ର ନୂଆ ଫିଚର୍ସ, ଜାଣନ୍ତୁ କେବେ ଲଞ୍ଚ ହେବ ଏହି ଫୋନ

Samsung ଚଳିତ ବର୍ଷ ଆରମ୍ଭରେ ଫ୍ଲାଗସିପ୍‌ ସିରିଜ୍‌ Samsung Galaxy S24 କୁ ଲଞ୍ଚ କରିଥିଲା । ବର୍ତ୍ତମାନ ଅପ୍‌ କମିଙ୍ଗ ସିରିଜ୍‌ Galaxy S25 5Gର ଫିଚର ଲିକ୍‌ ହେବା ଆରମ୍ଭ ହୋଇଛି । Samsung କମ୍ପାନୀ ତରଫରୁ ଏପର୍ଯ୍ୟନ୍ତ Samsung Galaxy S25 ସିରିଜ୍‌କୁ ନେଇ କୌଣସି ଡାଟା ସେୟାର କରାଯାଇନାହିଁ । କିନ୍ତୁ ଏହାର ଫିଚର୍ସ ଲିକ୍‌ ହେବା ଆରମ୍ଭ ହୋଇଛି । ଲାଟେଷ୍ଟ ଲିକ ରିପୋର୍ଟରେ ଅପ୍‌ କମିଙ୍ଗ ଫୋନର ଡିସପ୍ଲେ ଡିଟେଲ୍ସ ସମ୍ନାକୁ ଆସିଛି ।

Samsung Galaxy S25 5Gରେ ଅନେକ ଭଲ ଫିଚର୍ସ ରହିବ ବୋଲି ଆଶା କରାଯାଉଛି । ଡିସପ୍ଲେ ଡିଟେଲ୍ସ ଲିକ୍‌ ହେବା ସହିତ ଏହାର ଲଞ୍ଚ ଡେଟ୍‌କୁ ନେଇ ମଧ୍ୟ ଡିଟେଲ୍ସ ସାମ୍ନାକୁ ଆସିଛି । Samsung Galaxy S25 ସିରିଜର କ୍ୟାମେରା ସେଟଅପ୍‌ ରେ ମଧ୍ୟ ବଡ଼ ପରିବର୍ତ୍ତନ କରାଯାଇପାରିବ ।

କମ୍ପାନୀ ୩ଟି ସ୍ମାର୍ଟଫୋନ ଲଞ୍ଚ କରିବ :
ସାଉଥ୍‌ କୋରିଆନ୍ କମ୍ପାନୀ Samsung ୨୦୨୫ ଆରମ୍ଭରେ Samsung Galaxy S25 5G ଲଞ୍ଚ କରିବ ବୋଲି କୁହାଯାଉଛି । କମ୍ପାନୀ ଏହି ସିରିଜରେ ୩ଟି ସ୍ମାର୍ଟଫୋନ ଲଞ୍ଚ କରିପାରିବ । ଏଥିରେ Samsung Galaxy S25, Samsung Galaxy S25 Plus ଏବଂ Samsung Galaxy S25 Ultra ସାମିଲ ହୋଇପାରିବ ।

ଲିକ୍‌ ରିପୋର୍ଟ ଅନୁଯାୟୀ, ଏଥର Samsung Galaxy S25 5G ସିରିଜ୍‌ ଅତି ସ୍ଲିମ୍‌ ବେଜେଲ୍‌ ସହିତ ଲଞ୍ଚ ହେବ । ଏଥିରେ କମ୍ପାନୀ ୨mm ସ୍ଲିମ୍‌ ବେଜେଲ୍‌ ଦେବ । ସିରିଜର ବେସ୍‌ ଏବଂ ପ୍ଲେସ୍‌ ମଡେଲରେ ୟୁଜର୍ସମାନଙ୍କୁ EXynos ର ଚିପସେଟ୍‌ ମିଳି ପାରିବ । ଅନ୍ୟପଟେ କମ୍ପାନୀ Snapdragon 8 Gen 4 ଚିପସେଟ୍‌ ସହିତ Galaxy S25 Ultra ମଡେଲ ଲଞ୍ଚ କରିପାରିବ । କିନ୍ତୁ ସିରିଜରେ ସ୍ମାର୍ଟଫୋନର ଡିଜାଇନ୍‌ ପୂର୍ବ ପରି ସମାନ ହୋଇପାରେ ।

Samsung Galaxy S25 5G ସ୍ପେସିଫିକେସନ୍‌ :

୧. Samsung Galaxy S25 ରେ ୬.୩ ଇଞ୍ଚର ସୁପର ଡାଇନାମିକ୍‌ AMOLED ଡିସପ୍ଲେ ମିଳିପାରେ ।
୨. କମ୍ପାନୀ ଦ୍ୱାରା ଲଞ୍ଚ ହେବାକୁ ଥିବା Samsung Galaxy S25 5G Plusରେ ୬.୮ ଇଞ୍ଚର ଡିସପ୍ଲେ ଦିଆଯିବ ।
୩. ଏଥର ଅଲାଟ୍ରା ସିରିଜ ମଡେଲରେ ୬.୯ ଇଞ୍ଚର ଏକ ବଡ଼ ଡିସପ୍ଲେ ମିଳିପାରିବ ।
୪. Samsung Galaxy S25 5G ତିନୋଟି ଭ୍ୟାରିଆଣ୍ଟରେ ୨୬୦୦ନିଟ୍ସର ପିକ୍‌ ବ୍ରାଇଟନେସ୍‌ ସହ ଲଞ୍ଚ ହୋଇପାରେ ।
୫. ଲିକ ଅନୁସାରେ ଅଲଟ୍ରା ମଡେଲରେ ୨୦୦MPର ପ୍ରାଇମେରୀ କ୍ୟାମେରା ମିଳିବ । ଏଥିରେ ୫୦MPର ଟେଲିଫୋଟୋ ଲେନ୍ସ ରହିବ ।
୬. ସିରିଜର ବେସ ମଡେଲରେ ୧୨MP ର ଫ୍ରଣ୍ଟ କ୍ୟାମେରା ମିଳିବ ।

୭. Samsung Galaxy S25 5G ସିରିଜକୁ ପାଓ୍ୱାର ଦେବା ପାଇଁ ୪୯୦୦mAh ବ୍ୟାଟେରୀ ମିଳିପାରେ ।
୮. Samsung Galaxy S25 5G Ultra ରେ ୫୦୦୦mAh ବ୍ୟାଟେରୀ ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like