Samsung ଲଭର୍ସଙ୍କ ପାଇଁ ଆସିଲା ଖାସ୍ ଖବର । ଲଞ୍ଚ ହେଲା Samsung ର ଜବରଦସ୍ତ ସ୍ମାର୍ଟଫୋନ୍ । ଫିଚର୍ସ ବିଷୟରେ ଜାଣିଲେ ଉଡିଯିବ ଆପଣଙ୍କ ହୋସ୍ । ତେବେ ଆସନ୍ତୁ ଜାଣିବା ଏହି ଦମଦାର୍ ସ୍ମାର୍ଟଫୋନର ସମ୍ପୂର୍ଣ୍ଣ ଡିଟେଲ୍ସ ।
ଭାରତ ସମେତ ବିଶ୍ୱ ବଜାରରେ Samsung Galaxy S26 ସିରିଜ୍ ଲଞ୍ଚ ହୋଇଛି । Samsung ଏହି ସିରିଜ୍ ରେ ତିନୋଟି ମଡେଲ୍ ଉପସ୍ଥାପନ କରିଛି । ଯାହା ହେଉଛି- Galaxy S26, Galaxy S26 Plus, ଏବଂ Galaxy S26 Ultra । ଏହି ତିନୋଟି ଫୋନ୍ ଗତବର୍ଷ ଲଞ୍ଚ ହୋଇଥିବା Galaxy S25, Galaxy S25 Plus, ଏବଂ Galaxy S25 Ultra ର ଅପଗ୍ରେଡ୍ ମଡେଲ୍ । ଏହି ସିରିଜ୍ ର ଉଭୟ ଷ୍ଟାଣ୍ଡାର୍ଡ ମଡେଲ୍ରେ ବ୍ୟାଟେରୀ ଠାରୁ ଆରମ୍ଭ କରି ଡିସପ୍ଲେ ଏବଂ କ୍ୟାମେରା ପର୍ଯ୍ୟନ୍ତ ଅପଗ୍ରେଡ୍ ଦେଖିବାକୁ ମିଳିବ । ତେବେ ଆସନ୍ତୁ ଜାଣିବା Galaxy S26 ଏବଂ Galaxy S26 Plus ର କ’ଣ ରହିଛି ଖାସ୍?
ଫିଚର୍ସ:
ଉଭୟ ସାମସଙ୍ଗ ଫୋନର ଡିଜାଇନ୍ ସମାନ । ଗତବର୍ଷ ଲଞ୍ଚ ହୋଇଥିବା ଗାଲାକ୍ସି S25 ଏବଂ ଗାଲାକ୍ସି S25 ପ୍ଲସ୍ ତୁଳନାରେ କ୍ୟାମେରା ମଡ୍ୟୁଲ୍ ଡିଜାଇନ୍ ଟିକେ ଭିନ୍ନ ହେବ । ଚଳିତ ବର୍ଷ ସାମସଙ୍ଗ୍ ଉଭୟ ଫୋନରେ ଏକ ଭର୍ଟିକାଲ୍ ଆଲାଇନ୍ଡ ଟ୍ରିପଲ୍ କ୍ୟାମେରା ସେଟ୍ ଅପ୍ ମଧ୍ୟ ସାମିଲ୍ କରିଛି।
Samsung Galaxy S26 ରେ ୬.୩ ଇଞ୍ଚ FHD+ ଡାଇନାମିକ୍ AMOLED 2X ଡିସପ୍ଲେ ରହିଛି । Galaxy S26 Plus ରେ ୬.୭ ଇଞ୍ଚ QHD+ ଡାଇନାମିକ୍ AMOLED 2X ଡିସପ୍ଲେ ଅଛି । ଉଭୟ ଫୋନର ଡିସପ୍ଲେ ପ୍ରୋଟେକ୍ସନ ପାଇଁ Corning Gorilla Glass 2 ଆର୍ମର ଦିଆଯାଇଛି । ଏଥିରେ ଏକ ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ଏବଂ ଏକ ପଞ୍ଚ-ହୋଲ୍ ଡିସପ୍ଲେ ମଧ୍ୟ ରହିଛି ।
ବିଶ୍ୱ ବଜାରରେ Galaxy S26 ସିରିଜର ସମସ୍ତ ଫୋନରେ Qualcomm Snapdragon 8 Elite Gen 5 ପ୍ରୋସେସର ଉପଲବ୍ଧ । ଭାରତ ସମେତ କିଛି ବଛାବଛା ବଜାରରେ, ଏଗୁଡ଼ିକ Exynos 2600 ଚିପସେଟ୍ ଦ୍ୱାରା ପରିଚାଳିତ। ଉଭୟ ଫୋନ୍ ୧୨GB ପର୍ଯ୍ୟନ୍ତ RAM ଏବଂ ୫୧୨GB ପର୍ଯ୍ୟନ୍ତ ଇଣ୍ଟରନାଲ୍ ଷ୍ଟୋରେଜ୍ ସପୋର୍ଟ କରେ।
Galaxy S26 ଏବଂ Galaxy S26 Plus ର ବ୍ୟାକରେ ଏକ ଟ୍ରିପଲ୍ କ୍ୟାମେରା ସେଟଅପ୍ ରହିଛି । ଉଭୟ ଫୋନରେ OIS ସହିତ ୫୦MP ମେନ୍ କ୍ୟାମେରା ରହିଛି । ଏହା ସହିତ, ଏଥିରେ ୧୨MP ଅଲ୍ଟ୍ରା-ୱାଇଡ୍-ଏଙ୍ଗଲ୍ କ୍ୟାମେରା ଏବଂ ୧୦MP ଟେଲିଫଟୋ କ୍ୟାମେରା ରହିଛି । ଉଭୟ ଫୋନରେ ଥିବା ଟେଲିଫଟୋ କ୍ୟାମେରା 3x ଅପ୍ଟିକାଲ୍ ଜୁମ୍ ସପୋର୍ଟ କରେ । ସେଲଫି ଏବଂ ଭିଡିଓ କଲିଂ ପାଇଁ, ଉଭୟ ଫୋନରେ ୧୨MP ଫ୍ରଣ୍ଟ କ୍ୟାମେରା ମଧ୍ୟ ରହିଛି ।
Samsung ର ଏହି ନୂଆ ସିରିଜ୍ Galaxy AI ଫିଚର୍ସ ସହିତ ଲେସ୍ । ଏଥିରେ Android 16 ଉପରେ ବେସ୍ଡ OneUI 8 ରେ ଚାଲିବ । କମ୍ପାନୀ ଫୋନ ସହିତ୭ ବର୍ଷ ପାଇଁ ସେପ୍ଟି ଅପଡେଟ୍ ପ୍ରଦାନ କରେ । ଏହା ବ୍ୟତୀତ, ଫୋନରେ Google Gemini ଉପରେ ବେସ୍ଡ ଜବରଦସ୍ତ AI ଫିଚର୍ସ ରହିବ । Galaxy S26 ରେ ୪,୩୦୦mAh ବ୍ୟାଟେରୀ ଅଛି । Galaxy S26 Plus ରେ ୪,୯୦୦mAh ବ୍ୟାଟେରୀ ଅଛି । ଏହାର ଷ୍ଟାଣ୍ଡାର୍ଡ ମଡେଲ୍ ୨୫W ୱାୟର୍ଡ ଏବଂ ୧୫W ୱାୟାରଲେସ୍ ଚାର୍ଜିଂକୁ ସପୋର୍ଟ କରୁଥିବାବେଳେ ଏହାର S26 Plus ମଡେଲ୍ ରେ ୪୫W ୱାୟର୍ଡ ଏବଂ ୧୫W ୱାୟାରଲେସ୍ ଚାର୍ଜିଂକୁ ସପୋର୍ଟ କରିବ । ଏହି ଦୁଇଟି ଫୋନ୍ IP68 ରେଟିଂଯୁକ୍ତ, ଯାହା ଫଳରେ ପାଣିରେ ପଡିଗଲେ ମଧ୍ୟ କିଛି କ୍ଷତିଗ୍ରସ୍ତ ହେବ ନାହିଁ ।
ପ୍ରାଇସ୍:
Samsung Galaxy S26 ଏବଂ Galaxy S26 Plus ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟରେ ଉପଲବ୍ଧ । ଯାହା ହେଉଛି- ୧୨GB RAM + ୨୫୬GB ଷ୍ଟୋରେଜ୍ ଏବଂ ୧୨GB RAM + ୫୧୨GB ଷ୍ଟୋରେଜ୍ । Galaxy S26 ର ମୂଲ୍ୟ ୮୭,୯୯୯ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ Galaxy S26 Plus ର ମୂଲ୍ୟ ୧୧୯,୯୯୯ ଟଙ୍କାରୁ ଆରମ୍ଭ ହେଉଛି । ଉଭୟ ଫୋନ୍ ପାଞ୍ଚଟି କଲର ଅପ୍ସନରେ ମଧ୍ୟ ଉପଲବ୍ଧ, ଯାହା ରହିଛି- Cobalt Violet, Sky Blue, Black, White, Silver Shadow, ଏବଂ Pink Gold । ଏଗୁଡ଼ିକୁ ଭାରତରେ Samsung ର ୱେବସାଇଟ୍ ସହିତ Amazon ରୁ ମଧ୍ୟ କିଣାଯାଇପାରିବ । ଏଥିସହ ଜାଣିରଖନ୍ତୁ ଯେ, ଯଦି ଆପଣ Samsung ର ଏକ ଜବରଦସ୍ତ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ଫ ଆପଣମାନଙ୍କ ପାଇଁ ବେଷ୍ଟ ହୋଇପାରିବ ।
Also read: ଶୌଚ ପାଇଁ ଯାଉଥିବା ବେଳେ ଆକ୍ରମଣ କଲା ଭାଲୁ, ମହିଳା ଗୁରୁତର