ଦମ୍‌ଦାର ପ୍ରୋସେସର ସହିତ ସାମ୍ନାକୁ ଆସିଲା Samsung Galaxy Z Flip 5G ସ୍ମାର୍ଟଫୋନ, ଯାହାର ଦାମ୍‌ ୧.୮ ଲକ୍ଷ

ଲୋକପ୍ରିୟ ଫୋନ ନିର୍ମାତା କମ୍ପାନୀ ପ୍ରିମିୟମ Samsung Galaxy Z Flip ଫୋଲଡେବଲ୍‌ 5G ସ୍ମାର୍ଟଫୋନକୁ ଲଞ୍ଚ କରିଛି। ଏହି ଫୋନ 4G ମଡେଲ ଭଳି ରହିଛି। କେବଳ ଏହାର ପ୍ରୋସେସରରେ ପରିବର୍ତ୍ତନ କରାଯାଇଛି। ଏହି ସ୍ମାର୍ଟଫୋନର ମୂଲ୍ୟ ୧,୦୮,୨୦୦ଟଙ୍କା ରହିଛି।

ସ୍ପେସିଫିକସନ :

କମ୍ପାନୀ ଏଥିରେ ୬.୭ ଇଞ୍ଚର ଫୁଲ ଏଚଡ଼ି ଡାୟନାମିକ ଏମୋଲେଡ଼ ଡିସପ୍ଲେ ସହିତ 5G ଭର୍ସନ ସହିତ କ୍ୱାଲକମ ସ୍ନାପଡ୍ରାଗନ ୮୬୫+ ଅକ୍ଟୋ କୋରsoc ପ୍ରୋସେସର ରହିଛି। ଏହାଛଡା ୮ ଜିବି ରାମ ଏବଂ ୨୫୬ ଜିବି ମେମୋରୀ ରହିଛି। ଏହି ଫୋନର ବ୍ୟାଟେରୀ ପାଓ୍ଵାର ୩୩୦୦ ଏମଏଏଚ ରହିଛି। ଯାହା ୧୫ ଓ୍ଵାଟ ଫାଷ୍ଟ ଚାର୍ଜି ସପୋର୍ଟ କରିଥିାଏ।

55

-ଏହି ଫୋନରେ ୧୨ ମେଗାପିକ୍ସେଲ ସହିତ ଅଲଟ୍ରା ଓ୍ଵାଇଣ୍ଡ ସେନସନ, ୧୨ ମେଗାପିକ୍ସେଲ ଓ୍ଵାଇଡ ଆଙ୍ଗଲ କ୍ୟାମେରା ମଧ୍ୟ ରହିଛି। ସେଲଫି ପାଇଁ ପାଇଁ ୧୦ ମେଗାପିକ୍ସେଲର ପାଞ୍ଚ ହୋଲ କ୍ୟାମେରା ରହିଛି।

-କନେକଟିବିଟି ଦୃଷ୍ଟିରୁ କମ୍ପାନୀ ଏହି ଡିଭାଇସରେ 5G ଏଲଟିଏ, ୱାଇ – ଫାଇ, ବ୍ଲୁ ଟୁଥ ୫.୦, ଜିପିଏସ, ଏନଏଫସି ଓ ଏନଏସଟି ପରି ଫିଚର୍ସ ବି ଦିଆଯାଇଛି । ଏହା ବାଦ କମ୍ପାନୀ ଏହି ଫୋନରେ ୩,୩୦୦ ଏମଏଚର ବ୍ୟାଟେରୀ ସୁବିଧା ବି ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.