ଲଞ୍ଚ ହେବାକୁ ଯାଉଛି Samsung Galaxy Z Flip 6, ମିଳିବ ଦମଦାର ବ୍ୟାଟେରୀ ଲାଇଫ

Samsung Galaxy Z Flip 6 ଏବଂ Galaxy Z fold 6 ଖୁବ୍ ଶୀଘ୍ର ବିଶ୍ୱ ବଜାରରେ ଲଞ୍ଚ ହେବ ବୋଲି ଆଶା କରାଯାଉଛି । ତେବେ ଏନେଇ କୌଣସି ଅଫିସିଆଲ୍ ଷ୍ଟେଟମେଣ୍ଟ୍ ଆସିନାହିଁ ତଥାପି ଇଣ୍ଟରନେଟରେ ଏହି ଫୋନକୁ ନେଇ ଅନେକ କଥା ଭାଇରାଲ ହେଉଛି । ତେବେ ଲାଟେଷ୍ଟ ରିପୋର୍ଟ ଅନୁଯାୟୀ, Galaxy Z flip 6 ର ବ୍ୟାଟେରୀ ଲାଇଫ ଭଲ ହୋଇପାରେ । ଏହାର ପୂର୍ବ ଭର୍ସନ Galaxy Z flip 5 ତୁଳନାରେ Galaxy Z flip 6ରେ ବ୍ୟାଟେରୀ କାପାସିଟିରେ ଅନେକ ନୂଆ ଅପଗ୍ରେଡ଼ ଆସିବାର ସମ୍ଭାବନା ରହିଛି ।

ପୂର୍ବ ସାମସଙ୍ଗ ଫୋଲ୍ଡ ଏବଂ ଫ୍ଲିପ୍ ଫ୍ଲାଗସିପ୍ ର ସଫଳତା ପରେ, ଏବେ ୟୁଜର୍ସମାନେ ଏହାର ଆଗାମୀ ଡିଭାଇସରେ କ’ଣ ଅପଡେଟ ଏବଂ ଫିଚର୍ସ ଆସିବ ତାହା ଜାଣିବାକୁ ବେଶ ଆଗ୍ରହୀ । ଉଭୟ ହାର୍ଡୱେର୍ ଏବଂ ସଫ୍ଟୱେର୍ ସ୍ପେସିଫିକେସନର ଇନୋଭେସନ ପାଇଁ ଫ୍ଲାଗସିପ୍ ୟୁଜର୍ସଙ୍କ ଦ୍ୱାରା ଖୁବ ପସନ୍ଦିତା ହୋଇଛି । Galaxy Z flip 6ର ବ୍ୟାଟେରୀ ଲାଇଫ ଭଲ ହେବ ବୋଲି ଆଶା କରାଯାଉଛି । Galaxy Z flip 5 ୩,୭୦୦ mAh ବ୍ୟାଟେରୀ ପ୍ରଦାନ କରେ ।

ତେବେ ସାମ୍ନାକୁ ଆସୁଥିବା ରିପୋର୍ଟ ଅନୁଯାୟୀ ଆଗାମୀ ଫ୍ଲିପ୍ ଫ୍ଲାଗସିପ୍ ଏକ ଭଲ ବ୍ୟାଟେରୀ ଲାଇଫ ଦେଇପାରେ । ଗୁଜବ ହେଉଛି ଯେ Galaxy Z flip 6 ହୁଏତ ୪,୦୦୦ mAH ବ୍ୟାଟେରୀ ଦେଇପାରେ । ଏହି ଫୋନଗୁଡିକର ଷ୍ଟୋରେଜ୍ ବିଷୟରେ କହିବାକୁ ଗଲେ Galaxy Z Flip 6 ସ୍ମାର୍ଟଫୋନରେ ୨୫୬ ଜିବି ଏବଂ ୫୧୨ ଜିବି ଷ୍ଟୋରେଜ୍ ଥିବା କୁହାଯାଉଛି । Galaxy Z Flip 6 ର ଫିଚର୍ସ ବିଷୟରେ କହିବାକୁ ଗଲେ ଏଥିରେ ଦୁଇଟି ଫ୍ଲାଗସିପ୍ ଚିପସେଟ ସହିତ Galaxy Z flip 6 ଭରିଆଣ୍ଟ ଗିଗବେଞ୍ଚ ଡାଟାବେସରେ ଦେଖିବାକୁ ମିଳିଛି ।

କୁହାଯାଉଛି ଯେ ଏହି ସ୍ମାର୍ଟଫୋନ୍ କ୍ୱାଲକମ୍ ସ୍ନାପଡ୍ରାଗନ୍ 8 ଜେନ 2 ମେଡ ଫର୍ ଗାଲାକ୍ସି ଏବଂ କ୍ୱାଲକମ୍ ସ୍ନାପଡ୍ରାଗନ୍ 3 ମେଡ୍ ଫର୍ ଗାଲାକ୍ସି ଚିପସେଟ ସହିତ ଦୁଇଟି ଭରିଆଣ୍ଟରେ ଲଞ୍ଚ କରାଯାଇପାରିବ । Galaxy Z Flip 6 ର ସ୍କ୍ରିନ୍ କଭର ବିଷୟରେ କହିବାକୁ ଗଲେ ଏହା ୩.୯ ଇଞ୍ଚ ହେବ ବୋଲି ଆଶା କରାଯାଉଛି । Samsung Galaxy Z Flip 6 ଫୋନରେ ଦମଦାର କ୍ୟାମେରା ମଧ୍ୟ ମିଳିବ । ଏହା ମଧ୍ୟ ଅନୁମାନ କରାଯାଇଛି ଯେ Samsung Galaxy Z Flip 6 ପ୍ରାୟ ୬ଟି କଲର ଅପ୍ସନରେ ଲଞ୍ଚ ହୋଇପାରେ ।

You might also like